-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
31-Jan-2021
ବ୍ରହ୍ମପୁର, - କୁମୁଦ ରଂଜନ ବେହେରା) : ବ୍ରହ୍ମପୁର ସୋରଳରେ ନାବାଳିକାକୁ ପ୍ରଥମେ ଗଣଦୁଷ୍କର୍ମ ପରେ ହତ୍ୟା ଉଦ୍ୟମ କରାଯାଇଥିଲା । ଏନେଇ ବ୍ରହ୍ମପୁର ପୋଲିସ ପକ୍ଷରୁ ସୂଚନା ମିଳିଛି । ଅଭିଯୁକ୍ତମାନେ ନାବାଳିକାକୁ ଜୋରଜବରଦସ୍ତ ଟେକି ନେବା ପରେ ଗଣଦୁଷ୍କର୍ମ କରିଥିଲେ । ଏହାପରେ ନାବାଳିକାର ମୁହଁ ଓ ମୁଣ୍ଡକୁ ଇଟାରେ ଛେଚିଥିଲେ । ଏପରିକି ନାବାଳିକାର ବେକକୁ ବ୍ଲେଡରେ କାଟିଦେଇଥିଲେ ଅଭିଯୁକ୍ତ । ତେବେ ସ୍ଥାନୀୟ ଲୋକେ ଅଭିଯୁକ୍ତକୁ କାବୁ କରିବା ସହ ପୋଲିସ ଜିମା ଦେଇଥିଲେ ।
ପୋଲିସ ଏହି ଘଟଣାରେ ଦୁଇଜଣଙ୍କୁ ଗିରଫ କରିବା ସହ ପୋକ୍ସୋ ଆକ୍ଟରେ ମାମଲା ରୁଜୁ କରିଛି । ଗତ 28 ତାରିଖରେ ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ଅନ୍ତର୍ଗତ ସୋରଳରେ ଏହି ଘଟଣା ଘଟିଥିଲା । ଗାଁ ଦାଣ୍ଡରେ ଖେଳୁଥିବା ବେଳେ 7ବର୍ଷର ନାବାଳିକାକୁ ଟେକି ନେଇ ଗଣଦୁଷ୍କର୍ମ କରିଥିଲେ ଅଭିଯୁକ୍ତ । ପୀଡିତାଙ୍କୁ ପ୍ରଥମେ ବ୍ରହ୍ମପୁର ଏମକେସିଜି ମେଡିକାଲ ଓ ପରେ ଏସସିବି ସ୍ଥାନାନ୍ତର କରାଯାଇଥିଲା।