-+91-9937148622 |
prerana_bgr@rediffmail.com |
Monday 22nd June 2026 |
R.N.I. Regd No. ODIODI/2010/46693
Breaking News
18-Nov-2025
ବଲାଙ୍ଗୀର (ପ୍ରେରଣା ଖବର): ସ୍ଥାନୀୟ ବୁବେଲ ସ୍ଥିତ ମହିମା ରାଇସ୍ ମିଲ୍ ଠାରେ ଚଳିତ ୧୦ ତାରିଖ ରୁ ୧୬ ତାରିଖ ପର୍ଯ୍ୟନ୍ତ ବ୍ୟାସ ସରୋଜ କୁମାର ବେଦବାକ୍ ଙ୍କ ଦ୍ଵାରା ସୁମଧୁର ବାଣୀରେ ଭାଗବତ ପାଠ କରାଯାଇଥିଲା। ଶ୍ରୀ ଗୁରୁପ୍ରସାଦ ମିଶ୍ରଙ୍କ ଦ୍ଵାରା ସାତଦିନ ଧରି ପଠନ, ପ୍ରବଚନ, ପୂଜା କାର୍ଯ୍ୟ ଆଦି ମହାସମାରୋହରେ ପାଳିତ ହୋଇଯାଇଛି। ବଲାଙ୍ଗିର
ତଥା ଆଖପାଖ ଜିଲ୍ଲାର ବହୁ ଗୁନି ଜ୍ଞାନୀ ସୁଧିଜନ ଏବଂ ଭକ୍ତ ମାନେ ଆସି ଏହି ଭାଗବତ କଥାମୃତକୁ ପାନ କରିଥିଲେ। ପ୍ରତ୍ୟେକ ଦିନ ସମସ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପ୍ରସାଦ ସେବନର
ବ୍ୟବସ୍ଥା ମଧ୍ୟ ହୋଇଥିଲା। ଏହି ପୂଜାନୋତ୍ସବ ମହିମା ମିଲ୍ ର ପ୍ରତିଷ୍ଠାତା ଛତ୍ରଧାରୀ ଅଗ୍ରୱାଲ ଓ ମୁକେଶ ଅଗ୍ରୱାଲଙ୍କ ତତ୍ତ୍ଵାବଧାନରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।