-+91-9937148622 |
prerana_bgr@rediffmail.com |
Thursday 17th September 2026 |
R.N.I. Regd No. ODIODI/2010/46693
Breaking News
14-Nov-2025
ଲୋଇସିଂହା ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ରେଙ୍ଗାଲିରେ ଶିଶୁଦିବସ ମହା ସମାରୋହରେ ପାଳିତ ହୋଇ ଯାଇଛି। ପ୍ରଧାନ ଶିକ୍ଷକ ବୀରକିଶୋର ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ ବିଶିଷ୍ଟ ସମାଜସେବୀ ଉଦୟସିଂ ଠାକୁର, ପରିଚାଳନା କମିଟି ସଭାପତି ବେଣୁଧର ପଧାନ, ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ତଥା ଶିକ୍ଷା ବିକାଶ କମିଟିର ସଦସ୍ୟ ମାନେ ଉପସ୍ଥିତ ଥିଲେ। ବିଗତ ଏକ ସପ୍ତାହ ଧରି ଚାଲିଥିବା ବିଭିନ୍ନ ପ୍ରତିଯୋଗିତା ଗୁଡ଼ିକର କୃତୀ ପ୍ରତିଯୋଗୀ
ମାନଙ୍କୁ ମାନପତ୍ର ଏବଂ ଟ୍ରଫି ସହ ସମ୍ମାନୀତ କରାଯାଇଥିଲା। ଏହି ଅବସରରେ ଛାତ୍ରଛାତ୍ରୀ ମାନଂକ ଦ୍ବାରା ଲିଖିତ ବିଭିନ୍ନ ଲେଖା ଗୁଡ଼ିକର ସଙ୍କଳନ ସ୍ୱରୂପ "ପ୍ରାଚୀର ପତ୍ରିକା" ଉନ୍ମୋଚନ କରାଯାଇଥିଲା। ଏଠାରେ ସୂଚନାଯୋଗ୍ୟ ଯେ, ମାତ୍ର ପାଞ୍ଚ ମାସ ପୂର୍ବେ ଦାୟିତ୍ଵ ଗ୍ରହଣ କରିଥିବା ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ବୀରକିଶୋର ଶତପଥୀଙ୍କ ବିଭିନ୍ନ ଅଭିନବ ପ୍ରୟାସ ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲରେ ବେଶ୍ ଆଦୃତ ଏବଂ ପ୍ରଶଂସନିୟ ହୋଇ ପାରିଛି। ଶ୍ରୀଯୁକ୍ତ ଶତପଥୀଙ୍କ ମତରେ ଛାତ୍ରଛାତ୍ରୀଙ୍କ ସାମଗ୍ରିକ ବିକାଶ ହେଉଛି ପ୍ରକୃତ ବିକାଶ। ସେମାନଙ୍କ ଅନ୍ତର୍ନିହିତ ଗୁଣର ପରିପ୍ରକାଶ କରିବା ହେଉଛି ଶିକ୍ଷକର ଧର୍ମ। ଛାତ୍ରଛାତ୍ରୀ ତଥା ଅଞ୍ଚଳବାସୀଙ୍କ ଭଲପାଇବା ଯୋଗୁଁ ଏ ସବୁ ସମ୍ଭବ। ଶେଷରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହିତ ଶିଶୁଦିବସ ସମାରୋହ ଉଦଯାପିତ ହୋଇଥିଲା।