-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
13-Nov-2025
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା କଂଶାରିପଡ଼ା ବ୍ରଜବିହାରି ନୃତ୍ୟ କଳା ପରିଷଦ ତରଫରୁ ଚାଲିଥିବା ଗୋକୁଳାଷ୍ଟମୀ ମହୋତ୍ସବର ବୁଧବାର ଚତୁର୍ଥ ଦିବସରେ ନଟଖଟିଆ କୃଷ୍ଣଙ୍କୁ ପାଇ ସାରା ଗୋପପୁର ବାସୀ ଖୁସିରେ ମସଗୁଲ ଥିବା ବେଳେ ଏତିକି ବେଳେ ମା ଯଶୋଦା କୃଷ୍ଣଙ୍କୁ ନିଦରୁ ଉଠାଇବା ପରେ କୃଷ୍ଣ ଓ ବଳରାମ ଗୋପାଳ ପୁଅ ମାନଙ୍କ ସହିତ ମିଶି ବଣଗମନ କରିଥିଲେ।ସେଠାରେ ଗୋପାଳ ପୁଅଙ୍କ ସହିତ ଖେଳକୁଦରେ ମଜ୍ଜିତ ଥିବା ବେଳେ କଂସ ପ୍ରେରିତ ହଠାତ କୃଷ୍ଣଙ୍କୁ ଆକ୍ରମଣ କରିଥିଲା ଫଳରେ ଗୋପାଳ ପୁଅ ମାନେ ଭୟଭୀତ ହୋଇ ପଳାୟନ କରିଥିଲେ।କିନ୍ତୁ କୃଷ୍ଣ ସାହସିକତା ଦେଖାଇ ଷଣ୍ଢାସୁର ରାକ୍ଷସକୁ ବଧ କରିଥିଲେ। କୃଷ୍ଣଙ୍କ ଧୈର୍ଯ୍ୟ ଓ ପରାକ୍ରମରେ ସାରା ଗୋପପୁର ବାସୀଙ୍କ ତରଫରୁ ବଣଭୋଜିର ଆସର କରାଯାଇ ବିଜୟ ଉତ୍ସବ ପାଳିତ ହେବା ଆଦି ଦୃଶ୍ୟ ଦର୍ଶକ ମାନଙ୍କୁ ମୁଗ୍ଧ କରିଥିଲା ।ସେହିପରି ଅନ୍ୟ ପକ୍ଷରେ ସ୍ଥାନୀୟ ଯୋଗେଶ୍ୱର ମନ୍ଦିର ବଣଦୂର୍ଗା ପ୍ରାଙ୍ଗଣରେ ଅନୁଷ୍ଟିତ ମଥୁରା ନଗରୀକୁ ମହାଆଡମ୍ବର ପୂର୍ଣ୍ଣ ଭାବରେ କଂସ ପଦାର୍ପଣ କରିଥିଲେ। "ଦୈବବାଣୀ ରେ ବିଚଳିତ କଂସ ଗର୍ଜନ କରି ଗୋପରେ ବଡୁଥିବା ଦୁଗ୍ଧ ପିଆ ଶିଶୁକୁ କିପରି ମାରିବା ନେଇ ମନ୍ତ୍ରୀଙ୍କ ପରାମର୍ଶ କ୍ରମେ ରାକ୍ଷସ ପ୍ରେରଣ ଆଦି ଦୃଶ୍ୟ ପ୍ରଦର୍ଶିତ ହୋଇଥିଲା । କଂସର ଆଦେଶ କ୍ରମେ ଦରବାରକୁ ବିନିକା ପୁରୁଣା ବସଷ୍ଟାଣ୍ଡ ଦୁର୍ଗା ପୂଜା କମିଟି ସଭାପତି ସନ୍ତୋଷ ପଣ୍ଡା,ଓକିଲ ସଂଘ ସଭାପତି ସୁଧାଂଶୁ ଶେଖର ଦାଶ,ବିଶିଷ୍ଟ କଳାକାର ଶାଶ୍ଵତ କୁମାର ତ୍ରିପାଠୀ ପ୍ରମୁଖ ରାଜକୀୟ ଅତିଥି ଭାବେ ଯୋଗଦେଇ ସାଂସ୍କୃତିକ ବାର୍ତ୍ତା ପ୍ରଦାନ କରିଥିଲେ ।ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ସଭାପତି ସୀତାରାମ ଦାସ,କୃଷ୍ଣ ଚନ୍ଦ୍ର ଦାସ,ବ୍ରଜ ବିହାରୀ ମାହାଣା, ପ୍ରସନ୍ନ କୁମାର ଦାସ,ପୂର୍ବତନ ସମ୍ପାଦକ ସୂର୍ଯ୍ୟ ନାରାୟଣ ଦାସ,ବରିଷ୍ଟ କଳାକାର ଅନ୍ତରାମ ଦାସ,ଗଣ୍ଡା ରାମ ମାହାଣା ପ୍ରମୁଖ ଉପସ୍ଥିତି ଥିଲେ ।କମିଟି ସଭାପତି ମନୋଜ ଦାସ ସଭାପତିତ୍ତ କରିଥିବା ବେଳେ ସମ୍ପାଦକ ଅତିଥି ପରିଚୟ ପ୍ରଦାନ ଏବଂ ହିମାଂଶୁ ଭୂଷଣ ପଣ୍ଡା,ସୌମ୍ୟ ରଞ୍ଜନ ପୂଜାରୀ,ବିରଞ୍ଚି ନାରାୟଣ ମେହେର ମଞ୍ଚ ପରିଚାଳନା କରିଥିଲେ ।