-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
12-Nov-2025
ବାଲାଙ୍ଗୀର(ଦେବାଶିଷ ବହିଦାର): ବଲାଙ୍ଗୀର ସରକାରୀ ମହିଳା ମହାବିଦ୍ୟାଳୟରେ ଜାତୀୟ ଶିକ୍ଷା ଦିବସ ପାଳିତ ହୋଇ ଯାଇଛି। ମହାବିଦ୍ୟାଳୟର ଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷ ଡ଼କ୍ଟର ଅରବିନ୍ଦ କୁମାର ଓଝା ଅଧ୍ୟକ୍ଷତା କରିଥିବାବେଳେ ବିଭାଗୀୟ ମୁଖ୍ୟ ପ୍ରତୀକ୍ଷା ପ୍ରତିଶ୍ରୁତି ସଭା ସଂଚାଳନ କରିଥିଲେ। ସମ୍ମାନିତ ଅତିଥି ଭାବରେ ବଲାଙ୍ଗୀର ଶିକ୍ଷକ ଶିକ୍ଷା ମହାବିଦ୍ୟାଳୟର ଅଧ୍ୟାପକ ଡକ୍ଟର ଲଳିତ କୁମାର ପାତ୍ର ଯୋଗ ଦେଇ 'କୃତ୍ରିମ ବୁଦ୍ଧିମତ୍ତାର ବହୁଳ ବ୍ୟବହାର ପରିପ୍ରେକ୍ଷୀରେ ମାନବୀୟ ସଂସ୍ଥାନର ସୁରକ୍ଷା ' ଶୀର୍ଷକ ଆଲୋଚନାରେ ନିଜ ମତ ଉପସ୍ଥାପନ କରିଥିଲେ। ଏ ଅବସରରେ ବିଭାଗର ଅଧ୍ୟାପକ/ଅଧ୍ୟାପିକାଙ୍କ ମଧ୍ୟରେ ମୋନାଲିସା ନାଗ, ଶିଖା ସାହୁ, ଧର୍ମରାଜ ସାହୁ, ସ୍ନେହରାଣୀ ପଟେଲ ଯୋଗଦେଇ ନିଜ ନିଜ ମତ ରଖିଥିବା ବେଳେ ବହୁ ସଂଖ୍ୟାରେ ଛାତ୍ରୀମାନେ ଯୋଗ ଦେଇଥିଲେ।