-+91-9937148622 |
prerana_bgr@rediffmail.com |
Saturday 2nd May 2026 |
R.N.I. Regd No. ODIODI/2010/46693
Breaking News
09-Nov-2025
ବରଗଡ଼/ବରପାଲି (ପ୍ରେରଣା ଖବର): ବରପାଲି ବ୍ଲକ ଅଧୀନସ୍ଥ ସରକାରୀ ଉଚ୍ଚ ବିଦ୍ୟାଳୟ, ଆଗଲପୁର ,ଠାରେ ଦିନିକିଆ ପ୍ରାଥମିକ ସହାୟତା ତାଲିମ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଅଛି । ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶ୍ରୀ ଅଶୋକ କୁମାର ପଣ୍ଡାଙ୍କର ଅଧ୍ୟକ୍ଷତା ରେ ଜିଲ୍ଲା ଜୁନିଅର୍ ରେଡକ୍ରସ ଅଫିସର ଶ୍ରୀ ହେମନ୍ତ କୁମାର ସାମଲ ତାଲିମ ପ୍ରଦାନ କରିଛନ୍ତି। ତାଲିମ୍ ରେ ମୁଖ୍ୟତଃ ଗୁଡ଼ ସlମରିଟାନ ନିୟମ, ରିକୋଭରୀ ପୋଜିସନ୍, ସି ପି ଆର୍, ଚୋକିଂ, ଫେଣ୍ଟିଂ, ବ୍ଲିଡିଂ ମ୍ୟାନେଜମେଣ୍ଟ ,ଫ୍ରାକ୍ଚର ମ୍ୟାନେଜମେଣ୍ଟ ତଥା ସଡ଼କ ଦୁର୍ଘଟଣା ସମୟରେ ଜଣେ ସଚେତନ ନାଗରିକ ର କର୍ତ୍ତବ୍ୟ କୁ ଶ୍ରୀ ସାମଲ ଛାତ୍ରଛାତ୍ରୀମାନଙ୍କୁ ବହୁତ୍ ସୁନ୍ଦର ଭାବରେ ବୁଝାଇ ଦେଇଥିଲେ । ଉକ୍ତ ତାଲିମ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଜୁନିଅର୍ ରେଡକ୍ରସ ସାଧନକର୍ମୀ ଶ୍ରୀ ଅଶୋକ ନାରଙ୍ଗ ସଭା ର ଆୟୋଜନ କରିଥିବା ବେଳେ, ଶିକ୍ଷକ ଅମିତ ଭୋଇ, ଦେବାଶିଷ ଗଣିତ, ଶିକ୍ଷିକା ପ୍ରେରଣା ଆଚାର୍ଯ୍ୟ, ପ୍ରତିମା ବିଶି, ନୃକାନ୍ତି ବାରିକ , ଗୀତା ଧାରୁଆ ତଥା ସମସ୍ତ କର୍ମଚାରୀ ସହଯୋଗ କରିଥିଲେ । ପରିଶେଷରେ ଶିକ୍ଷକ ଶ୍ରୀ ତାପସ କୁମାର ପାଢ଼ୀ ଧନ୍ୟବାଦ ଅର୍ପଣ କରିଥିଲେ ।