-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
17-Oct-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ଆଜି ଦିନ ୧୧ ଟା ବେଳେ ସୁବର୍ଣ୍ଣପୁର ସଦର ତହସିଲ ଅଫିସକୁ ସୁବର୍ଣ୍ଣପୁର ଜିଲ୍ଲାପାଳ ଡ଼ ନୃପରାଜ ସାହୁ ଅଚାନକ ପରିଦର୍ଶନ କରି ତହସିଲଦାରଙ୍କ ଚ୍ୟାମ୍ବର ସହ ବିଭିନ୍ନ ସେକ୍ସନକୁ ଯାଇ ନିଜେ କମ୍ପ୍ୟୁଟର ରେ ବସି ସରକାରୀ କାର୍ଯ୍ଯର ତାଦରଗ କରିଥିଲେ l ବିଭାଗୀୟ ଅଧିକାରୀ ଓ କର୍ମଚାରୀ ଙ୍କ ସହ ରାଜସ୍ବ ବିଭାଗର ବିଭିନ୍ନ କାର୍ଯ୍ଯରେ ସ୍ବଚ୍ଛତା ଓ ସମୟ ଉପଯୋଗ କରି ଉତ୍ତମ ସେବା ପ୍ରଦାନ୍ ସହ ପ୍ରତ୍ୟହ ଅଫିସ କାର୍ଯ୍ୟାଳୟ ଚତୁଃପାର୍ଶ୍ଵକୁ ସ୍ୱଚ୍ଛ ରଖିବାକୁ ପରାମର୍ଶ କରିଥିଲେ l ଓ ଦୀର୍ଘ ୭/୮ ବର୍ଷ ପୂର୍ବରୁ ମନ୍ଥର ଗତିରେ ଆରମ୍ଭ ହୋଇଥିବା ହାଇଟେକ୍ ସର୍ଭେ କାର୍ଯ୍ୟ ଉପରେ ବିରକ୍ତି ପ୍ରକାଶ କରି ଏ କାର୍ଯ୍ଯ କୁ ତୁରନ୍ତ ସମ୍ପୂର୍ଣ୍ଣ କରିବାକୁ ଓ ପ୍ରତ୍ୟେକ କାର୍ଯ୍ଯ କୁ ତରାନ୍ଵିତ କରିବାକୁ କହିଥିଲେ l ପୂର୍ତ୍ତ ବିଭାଗ ପକ୍ଷରୁ କାର୍ଯ୍ୟାଳୟ ପରିସରରେ ବର୍ଷ ବର୍ଷ ଧରି ତାଲା ପଡ଼ିଥିବା ନବ ନିର୍ମିତ ଶୌଚାଳୟ କୁ ଜିଲ୍ଲାପାଳଙ୍କ ଉପସ୍ଥିତିରେ ତାଲା ଖୋଲାଯାଇଥିଲା l ଏତେ ସଂଖ୍ୟାରେ ମହିଳା କର୍ମଚାରୀ ଅସୁବିଧା ଭୋଗୁଥିବା ସତ୍ତ୍ବେ କାହିଁକି ଶୌଚାଳୟ କୁ ତାଲା ପକାଯାଇ ବ୍ୟବହାର ହେଉ ନ ଥିଲା ସେଥିପାଇଁ ପୂର୍ତ୍ତ ବିଭାଗ ଇଞ୍ଜିନିୟର ଶୈଳେଶ ଡେଲକି ଓ ତହସିଲଦାର ଙ୍କୁ ଖୁବ୍ ବିରକ୍ତି ପ୍ରକାଶ ଓ ତାଗିଦ୍ କରିଥିଲେ l ପରେ ପରେ ସେଠାରୁ ଉପ ଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ପରିଦର୍ଶନ କରିବା ସହ ସ୍ୱଚ୍ଛତା ଓ ମନ୍ଦିର ମାଳିନୀ ସହର ର ବିଭିନ୍ନ ଦେବାଦେବୀ ମନ୍ଦିର ର ସୁରକ୍ଷା ଓ ଯତ୍ନ ନେବା ସହ ମନ୍ଦିର ପରିଚାଳନା ଉପରେ ନଜର ରଖିବାକୁ ପରାମର୍ଶ କରିଥିଲେ l ଏବଂ ଦୂର ଦୁରାନ୍ତର ରୁ ଆସୁଥିବା ପର୍ଯ୍ୟଟକ ମାନଙ୍କ ଯେମିତି ମୋ ପାଖକୁ କୌଣସି ଅଭିଯୋଗ ନ ଆସିବ ସେଥି ପ୍ରତି ପୁରା ଧ୍ୟାନ ଦେବାକୁ ଉପ ଜିଲ୍ଲାପାଳ ଓ ଦେବୋତ୍ତର ବିଭାଗ କୁ ପରାମର୍ଶ କରିଥିଲେ l