-+91-9937148622 |
prerana_bgr@rediffmail.com |
Saturday 12th September 2026 |
R.N.I. Regd No. ODIODI/2010/46693
Breaking News
17-Oct-2025
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ସହର ଦେଇ ଯାଇଥିବା ଚିରସ୍ରୋତା ମହାନଦୀ ପାଣିରେ କୁଆଡେ ଘଡିଆଳ କୁମ୍ଭୀର ଭାସମାନ ଅବସ୍ଥାରେ ଯାଉଥିବା ଲୋକେ ଦେଖିବାକୁ ପାଇଥିଲେ।ଯାହା ଫଳରେ ନଦୀରେ କୁମ୍ଭୀର ଥିବା ନେଇ ପ୍ରଚାର ହେବାପରେ କୁମ୍ଭୀର ଦେଖିବା ନେଇ ଉଭୟ ନଦୀକୁଲ ଓ ବ୍ରିଜ ଉପରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।ପ୍ରବାହିତ ନଦୀ କୂଳର ଗୋଟିଏ ପଟେ ବିନିକା ସହରବାସୀ,ରହିଲା ଭମରପାଲି, ମଣିଗାଁ,ସେଳେଡି,କର୍ତଙ୍ଗ,ପଣ୍ଡକିତାଲ ଅନ୍ୟ ପଟରେ ଇଚ୍ଛାପୁର,ଚଡେଇପଙ୍କ ଆଦି ଅନେକ ଗ୍ରାମର ଲୋକେ ସ୍ନାନ,ଶୌଚ ପାଇଁ ବ୍ୟବହାର କରି ଆସୁଥିବାରୁ ବର୍ତ୍ତମାନ ନଦୀ ଭିତରକୁ ଯିବାକୁ ଭୟଭୀତ ହୋଇ ପଡିଛନ୍ତି। ଖବର ପାଇ ଆଜି ବିନିକା ବନ ବିଭାଗ ଫରେଷ୍ଟର ବନମାଳୀ ପାଣ୍ଡେଙ୍କ ନେତୃତ୍ୱରେ ଏକ ଟିମ ମହାନଦୀକୁ ସଂଯୋଗ କରୁଥିବା ଅଙ୍ଗନଦୀ ମୁହାଣରୁ ଜିରାନଦୀ ପର୍ଯ୍ୟନ୍ତ ମାଇକ ଯୋଗେ ମହାନଦୀରେ କୁମ୍ଭୀର ଆସିଥିବା ନେଇ ଲୋକଙ୍କୁ ସଚେତନ କରିଥିଲେ ।