-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||      *ଅବୈଧ ମଦ କାରବାର ବନ୍ଦ ପାଇଁ ଡାବୁଗାଁ ଅବକାରୀ ଥାନା ରେ ଅଭିଯୋଗ ପତ୍ର ଦିଆଗଲା*   (12-Sep-2026)       ||      ମାୟାବର୍ହା ଉଚ୍ଚ ବିଦ୍ୟାଳୟଠାରେ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ   (12-Sep-2026)       ||      ସଇଁତଳାକୁ ଏନ୍‌ଏସି ମାନ୍ୟତା ଦାବିକୁ ଜ଼ିଲ୍ଲା ଆଦିବାସୀ କଲ୍ୟାଣ ସଂଘର ସମର୍ଥନ   (12-Sep-2026)       ||      ବୋଧାୟନ ବିରଚିତ ସଂସ୍କୃତ ପ୍ରହସନ ଭଗବତଜ୍ଜୁକମ୍ ମଞ୍ଚସ୍ଥ   (12-Sep-2026)       ||     

HOME   ଜିଲ୍ଲା

ବଲାଙ୍ଗୀର ଜିଲ୍ଲାରେ ଦାଦନ ପରିଚାଳନାରେ ପ୍ରଶାସନ ବିଫଳ,ବାହାରରାଜ୍ୟରୁ ଫେରୁଛି ଶବ

15-Oct-2025



ଦାଦନ ଏକ “ମଜା”ନୁହେଁ ବରଂ ଏକ “ସଜା”

ବଲାଙ୍ଗୀର(ପ୍ରେରଣା ଖବର)- ବଲାଙ୍ଗୀର ଜିଲ୍ଲା ହେଉଛି କେବିକେ ଅଞ୍ଚଳର ଏକ ଦାଦନପ୍ରବଣ ଜିଲ୍ଲା । ଗତ ୪୦ବର୍ଷ ହେଲା ଏହା ବର୍ଷକୁ ବର୍ଷ ବଢିଚାଲିଛି । ସରକାର ଗରୀବଙ୍କ ପାଇଁ ଅନେକ ଯୋଜନା କରୁଛନ୍ତି କିନ୍ତୁ ତାହା ଦାଦନ ସମସ୍ୟାକୁ ରୋକିବାରେ ଫେଲ ମାରିଛି । ଗତ ନବୀନ ସରକାର ଅମଳରେ ଏହାକୁ ରୋକିବାର ପ୍ରୟାସ କରିଥିଲେ କିନ୍ତୁ ସରକାର ଏଥିରେ ବିଫଳ ହୋଇଥିଲେ । ମୁଖ୍ୟତଃ ବଲାଙ୍ଗୀର ଜିଲ୍ଲାର ଯୁବକମାନଙ୍କ ବେରୋଜଗାରୀ ସମସ୍ୟାରୁ ଦାଦନ ସଂଖ୍ୟା ବଢିଚାଲିଛି । ଯୁବକମାନେ ପାଠ ପଢିଥିଲେ ହେଁ ନିଯୁକ୍ତି ପାଉନଥିବା ତଥା ଜିଲ୍ଲାରେ କୌଣସି କାମଧନ୍ଦା ପାଉନଥିବାରୁ ବାହାର ରାଜ୍ୟମାନଙ୍କୁ ଯାଇ ସେଠାରେ ଇଟାଗଢିବା,କପଡା,ସୁତା,ଲୁହା ପ୍ୟାକ୍ଟ୍ରୀମାନଙ୍କରେ ମଜୁରିଆ ଭାବରେ କାମ କରୁଛନ୍ତି । ବଲାଙ୍ଗୀର ଜିଲ୍ଲାର ପାଟଣାଗଡ ଉପଖଣ୍ଡର ପାଟଣାଗଡ,ବେଲପଡା,ଖପ୍ରାଖୋଲ,ଟିଟିଲାଗଡ ଉପଖଣ୍ଡର ମୁରିବାହାଲ,ବଙ୍ଗୋମୁଣ୍ଡା,ତୁରେକେଲା ଇତ୍ୟାଦି ବ୍ଲକର ପ୍ରାୟ ଦଳିତ ଓ ଆଦିବାସୀମାନେ ରୋଜଗାର ପାଇଁ ବାହାର ରାଜ୍ୟକୁ ପଳାୟନ କରୁଛନ୍ତି । ଗତ ୨୦୨୪ରେ ରାଜ୍ୟରେ ଶାସନଗାଦି ବଦଳିବା ପରେ ଲୋକମାନେ ଦାଦନ ସମସ୍ୟାର ସମାଧାନ ପାଇଁ ରାଜ୍ୟସରକାର କିଛି ପଦକ୍ଷେପ ନେବେ ବୋଲି ଆଶା କରିଥିଲେ । ଇତିମଧ୍ୟରେ ସରକାରଙ୍କୁ ଦେଢବର୍ଷ ବିତିଗଲାଣି । କିନ୍ତୁ କେବଳ ଏକ ଟାକ୍ସଫୋର୍ସ ଗଠନ ଛଡା ଆଉ କିଛି ହୋଇନାହିଁ । ପାଟଣାଗଡ ବିଧାୟକ ତଥା ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂଦେଓଙ୍କ ଅଧ୍ୟକ୍ଷତାରେ ରାଜ୍ୟସରକାର ଦାଦନ ସମସ୍ୟାର ମୁକାବିଲା ପାଇଁ ଏକ ଟାକ୍ସଫୋର୍ସ ଗଠନ କରିଛନ୍ତି । ଟାକ୍ସଫୋର୍ସ କମିଟି ପ୍ରାୟ ତିନିଟି ବୈଠକ କରି ଶ୍ରମଅଧିକାରୀମାନେ ଦାଦନ ଚାଲାଣ କୁ ରୋକିବାକୁ ରେଳ ଷ୍ଟେସନଗୁଡିକରେ ଜଗିବେ ବୋଲି ନିର୍ଦ୍ଦେଶନାମା ଜାରିକଲେ । ହେଲେ ଦେଖାଯାଇଛି ଯେ,କଣ୍ଟାବାଞ୍ଜି ,ଲାଠୋର,ଟିଟିଲାଗଡ ଇତ୍ୟାଦି ଷ୍ଟେସନରୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଦାଦନ ଶ୍ରମିକ ବାହାର ରାଜ୍ୟକୁ ଚାଲାଣ ହେଉଛନ୍ତି । ଅବଶ୍ୟ ଧର୍ମକୁ ଆଖିଠାର ନ୍ୟାୟରେ ପୋଲିସ ବିଭାଗ ଓ ଶ୍ରମବିଭାଗ କିଛି ସ୍ଥାନରୁ ଶ୍ରମିକମାନଙ୍କୁ ଉଦ୍ଧାର କରୁଥିବା ଖବର ଆସୁଛି । କିନ୍ତୁ ଏହା ଯେ,କେବଳ ଧର୍ମକୁ ଆଖିଠାର ବୋଲି ଅଭିଯୋଗ ହେଉଛି । ବଲାଙ୍ଗୀର ଜିଲ୍ଲା ଶ୍ରମ କାର୍ଯ୍ୟାଳୟର ତଥ୍ୟରୁ ଜଣାଯାଇଛି ଯେ,ପ୍ରତିବର୍ଷ ଲାଇସେନ୍ସପ୍ରାପ୍ତ ଶ୍ରମିକ ଠିକାଦାରମାନଙ୍କ ଜରିଆରେ ବାହାର ରାଜ୍ୟକୁ ପ୍ରାୟ ୨୫ ହଜାର ଶ୍ରମିକ ଚାଲାଣ ହୋଇଥାନ୍ତି । କିନ୍ତୁ ପ୍ରକୃତରେ ଏହି ସଂଖ୍ୟା ଲକ୍ଷାଧିକ ବୋଲି ସ୍ୱେଚ୍ଛସେବୀ ସଂଗଠନମାନଙ୍କର ରିପୋର୍ଟରୁ ଜଣାଯାଏ । ସରକାର ସବୁବର୍ଷ ଦାଦନ ସମ୍ପର୍କିତ ତଥ୍ୟ ଲୁଚାଇ ଆସୁଥିଲେ । କିନ୍ତୁ ୨୦୨୦ ମସିହାରେ କରୋନା ମହାମାରୀ ସମୟରେ ଯେଉଁ ଶ୍ରମିକମାନେ ଫେରିଥିଲେ ତାଙ୍କର ସଂଖ୍ୟା ଦେଢଲକ୍ଷ ଥିଲା । ଫଳରେ ସରକାରଙ୍କ ମିଥ୍ୟା ତଥ୍ୟ ଧରାପଡିଯାଇଥିଲା । କରୋନା ପରେ ଶ୍ରମିକମାନଙ୍କୁ ନିଯୁକ୍ତି ଦେବାକୁ ସରକାର ପ୍ରୟାସ ଆରମ୍ଭ କଲେ କିନ୍ତୁ ବଲାଙ୍ଗୀର ଜିଲ୍ଲା ପ୍ରଶାସନ,  ଶ୍ରମିକ ସର୍ଦ୍ଦାର ଓ ରାଜନେତାଙ୍କ ମଧୁଚନ୍ଦ୍ରିକା ଏହାକୁ ଫସର ଫଟାଇଦେଲା । ପୁଣିଥରେ ଶ୍ରମିକମାନେ ଦାଦନ ହୋଇ ବାହାର ରାଜ୍ୟକୁ ପଳାୟନ କରୁଛନ୍ତି । ମନରେଗା ଭଳି ଯୋଜନାରେ କାମକଲେ ଶ୍ରମିକମାନଙ୍କୁ ଉପଯୁକ୍ତ ପାଉଣା ମିଳୁନାହିଁ,ଶ୍ରମିକମାନଙ୍କ କାମ ମେସିନରେ କରାଯାଉଥିବା ଓ ଶ୍ରମିକମାନେ ଠକେଇର ଶୀକାର ହେଉଥିବାରୁ ନିଜ ଜିଲ୍ଲାରେ କାମ କରିବା ବଦଳରେ ବାହାର ରାଜ୍ୟରେ କାମ କରିବାକୁ ଯାଉଛନ୍ତି ବୋଲି ଅଭିଯୋଗ ଉଠୁଛି । ତେବେ ଦାଦନ ଯିବା ଏକ ମଜା ବୋଲି ବଲାଙ୍ଗୀର ଜିଲ୍ଲାର କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ଏକ ଗଣମାଧ୍ୟମରେ ମତ ଦେଇଥିଲେ । ସେ କହିଥିଲେ ବାହାର ରାଜ୍ୟର ରୋଜଗାର ଯିଏ ପାଇଛି ସେ ନିଶ୍ଚୟ ଯିବ ବୋଲି କହିଥିଲେ । ବିଧାୟକଙ୍କ ଏହି ବକ୍ତବ୍ୟ ପରେ ବିଭିନ୍ନ ମହଲରେ ପ୍ରତିକ୍ରୀୟା ପ୍ରକାଶ ପାଇଥିଲା । ବାହାର ରାଜ୍ୟକୁ ଦାଦନ ଖଟିଯାଇ ଅନେକ ଯୁବକ ଶବହୋଇ ଫେରୁଛନ୍ତି । ପ୍ରତିବର୍ଷ ଅନ୍ୟୁନ ୩୦ଜଣ ଯୁବକ/ଯୁବତୀ ତଥା ମହିଳାଙ୍କ ଶବ ଜିଲ୍ଲାକୁ ଫେରୁଥିବା ଜିନ୍ଦାବାଦ ଭଳି ସ୍ୱେଚ୍ଛାସେବୀ ସଂଗଠନ ଦାବି କରୁଛନ୍ତି । ଗତ ଦୁଇଦିନ ତଳେ ମୁରିବାହାଲ ଥାନା ଅନ୍ତର୍ଗତ ଜଇଁତରା ଗାଁର ଜଣେ ଶ୍ରମିକ ନେପାଳ ପଟ୍ଟନାୟକଙ୍କ ଶବ ଗାଁକୁ ଫେରିଛି । ତାଙ୍କର ପରିବାର ଲୋକ ଏହାକୁ ଏକ ହତ୍ୟାକାଣ୍ଡ ବୋଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । କିନ୍ତୁ ପୋଲିସ ଏହି ଘଟଣାରେ ତଦନ୍ତ କରିବା ବଦଳରେ ମୃତଶ୍ରମିକଙ୍କ ପରିବାରବର୍ଗଙ୍କୁ ଧମକଦେଇ ଭୟଭିତ କରୁଥିବା ଅଭିଯୋଗ ହୋଇଛି । ଗତବର୍ଷ ଖୋଦ ପାଟଣାଗଡ ନିର୍ବାଚନମଣ୍ଡଳିରୁ କେବଳ ୧୬ଜଣ ଦାଦନ ଶ୍ରମିକଙ୍କ ଶବ ଫେରିଥିଲା । କିନ୍ତୁ ସରକାର ତଥାପି ନିଦାବିଷ୍ଣୁ ହୋଇ ରହିଛନ୍ତି । ଆହୁରି ଜଣାଯାଇଛି ଯେ,ମନରେଗା ଯୋଜନାରେ ପ୍ରତିବର୍ଷ ଦାଦନପ୍ରବଣ ୬ଟି ବ୍ଲକର ଶ୍ରମିକଙ୍କ ମଜୁରି ବର୍ଦ୍ଧିତ କରିବା ସହିତ ଅଧିକ ଦିନର କାମ ମଧ୍ୟ ଯୋଗାଇବାକୁ ନିର୍ଦ୍ଦେଶ କରିଥାନ୍ତି । କିନ୍ତୁ ଚଳିତବର୍ଷ ମନରେଗା ଯୋଜନାରେ ମଜୁରିକୁ ବୃଦ୍ଧି କରାଯାଇ ନାହିଁ କିମ୍ବା ଅଧିକ ଦିନର କାମ କରିବାକୁ ନିର୍ଦ୍ଦେଶ ଆସିନାହିଁ । ଫଳରେ ଯେଉଁ ପରିବାର ୧୦୦ଦିନର କାମ ସାରିବେ ସେମାନଙ୍କୁ ଆଉ କାମ ମିଳିବ ନାହିଁ । ସରକାରଙ୍କ ଏଭଳି କାର୍ଯ୍ୟକଳାପକୁ ବଲାଙ୍ଗୀର ଜିଲ୍ଲାପରିଷଦ ସଭାପତି ଦେବକୀ ସାହୁ ନାପସନ୍ଦ କରିବା ସହିତ ବିଜେପିର ଡବଲଇଞ୍ଜିନ ସରକାରଙ୍କ ଏହା ଡବଲ ଧୋକା ବୋଲି କହି ସମାଲୋଚନା କରିଛନ୍ତି ।


News Comment




Photo in News

Advertisment
Lastest News
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026
  ଜିଲ୍ଲା  
ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି   13-Sep-2026
  ଜିଲ୍ଲା  
ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   13-Sep-2026
  ଜିଲ୍ଲା  
ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   13-Sep-2026
  ଜିଲ୍ଲା  
ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   13-Sep-2026

You Might Also Like