-+91-9937148622 |
prerana_bgr@rediffmail.com |
Wednesday 16th September 2026 |
R.N.I. Regd No. ODIODI/2010/46693
Breaking News
13-Oct-2025
ବିନିକା(ହିମାଂଶୁ ଶେଖର ପୁଟେଲ)ସୁବର୍ଣ୍ଣପୁର ଜିଲ୍ଲା ବିନିକା ବ୍ଲକ୍ ଅନ୍ତର୍ଗତ ସିଂଘିଯୁବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପରିସରରେ ସୋମବାର କ୍ଲଷ୍ଟର ସ୍ତରୀୟ ସୁରଭି ଅନୁଷ୍ଟିତ ହୋଇଯାଇଛି l ଏଥିରେ ସ୍କୁଲର ପ୍ରଧାନ ଶିକ୍ଷକ ରାଜକୁମାର ମହାକୁର ଅଧ୍ୟକ୍ଷତା କରି ଛାତ୍ରଛାତ୍ରୀ ମାନଙ୍କୁ ସୁରଭି କାର୍ଯ୍ୟକ୍ରମର ମହତ୍ତ୍ଵ ଓ ଗୁରୁ ଶିଷ୍ୟର ପରମ୍ପରା ଉପରେ ଉଦବୋଧନ ଦେଇଥିଲେ।ଅନୁଷ୍ଟିତ ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଭାଜପା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଜୟ ମହାକୁର ଯୋଗଦେଇ ଛାତ୍ରଛାତ୍ରୀ ମାନଙ୍କ ଅନ୍ତର୍ନିହିତ ପ୍ରତିଭା ସୁରଭି ମାଧ୍ୟମରେ ବିକଶିତ ହୋଇ ପାରୁଛି ବୋଲି କହିଥିଲେ।ଅନ୍ୟ ମାନଙ୍କ ବିଦ୍ୟାଲୟ ପରିଚାଳନା ସଭାପତି ଅଶୋକ କୁମାର ପଣ୍ଡା,ବିନିକା ସାମ୍ବାଦିକ ସଂଘ ସଭାପତି ସୃଜନ ପଣ୍ଡା,ସିଆରସିସି ଦଶମ ମେହେର, କମିରା ସ୍କୁଲ ପ୍ରଧାନ ଶିକ୍ଷକ ମନୋଜ ମାହାନା,ଖଇରମାଲ ସ୍କୁଲ ପ୍ରଧାନ ଶିକ୍ଷକ ସୁଶିଲ କୁମାର ବିଶି ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ ।ପ୍ରାରମ୍ଭରେ ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ବାଗତ ସଙ୍ଗୀତ ପରିବେଷଣ ହୋଇଥିଲା ଉତ୍ସବର ସଭାକୁ ହୃଦାନନ୍ଦ ପ୍ରଧାନ ସଂଯୋଜନା କରିଥିବା ବେଳେ ଶେଷରେ ସୁଦାମ ସୁନା ଧନ୍ୟବାଦ ଅର୍ପଣ କରିଥିଲେ । ପରେ ଏହି ଅବସରରେ କ୍ଳଷ୍ଟର ଅଧିନସ୍ତ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଛାତ୍ରଛାତ୍ରୀ ମାନେ ବକୃତା,ଚିତ୍ରାଙ୍କନ,ସୃଜଶୀଳ ଲେଖନ,କୁଇଜ ଆଦି ପ୍ରତିଯୋଗିତାରେ ଭାଗନେଇଥିଲେ। ସେହିପରି ଅନୁଷ୍ଟିତ ସାଂସ୍କୃତିକ କାର୍ଯକ୍ରମରେ ଛାତ୍ରଛାତ୍ରୀଙ୍କ ଦ୍ବାରା ଗୀତ,ନୃତ୍ୟ ପରିବେଷଣ ଉତ୍ସବକୁ ଆକର୍ଷଣୀୟ କରିଥିଲା ।ଏଥିରେ ବିଚାରକ ଭାବେ ସୁରେଶ କୁମାର ଦାସ,ତାରାକାନ୍ତ ବଗର୍ତ୍ତି ଦାୟିତ୍ଵ ନିର୍ବାହ କରିଥିଲେ ।ବିଭିନ୍ନ ବିଭାଗରେ ଅନୁଷ୍ଟିତ ପ୍ରତିଯୋଗିତାର ପ୍ରଥମ,ଦ୍ଵିତୀୟ,ତୃତୀୟ ତିନୋଟି ସ୍ଥାନରେ ରହିଥିବା ଛାତ୍ର ଛାତ୍ରୀଙ୍କୁ ଅତିଥି ମାନେ ପ୍ରମାଣ ପତ୍ର ଦେଇ ପୁରସ୍କୃତ କରିଥିଲେ।