-+91-9937148622 |
prerana_bgr@rediffmail.com |
Thursday 23rd April 2026 |
R.N.I. Regd No. ODIODI/2010/46693
Breaking News
09-Oct-2025
ସୁବର୍ଣ୍ଣପୁର (ମନୋରଞ୍ଜନ ତ୍ରିପାଠୀ)
ହରଗୋୖରୀ ଯାତ୍ରା ର ଦ୍ଵିତୀୟ ଦିନରେ ଆଜି ସହରର ବିଶିଷ୍ଟ ମୂର୍ତ୍ତିକାର ୰ ଗୋଲେଖନାଥ ସାହୁ ଙ୍କ ବାସଭବନ ରୁ ଆଜି ହର ଙ୍କୁ ଆବାହନ କରି ଅଣାଯାଇଛି। ବିଧି ଅନୁଯାୟୀ ଆଜି ହରଙ୍କୁ ଆଣିବାବେଳେ ଜଣେ ମହିଳା ଭୂବନେଶ୍ବର ର ଏନ୍ ମଞ୍ଜୁ ମୁଣ୍ଡରେ ବୋହି ଏକ ବିରାଟ ପଟୁଆରରେ ଆଣିଥିଲେ। ଘଣ୍ଟ ଘଣ୍ଟି ବାଜା ରେ।ଷଣି ସହ ହର ଙ୍କୁ ଆଣିବା ବେଳେ ପରମ୍ପରା କ୍ରମେ ବାଟରେ କାଳୀ ହରଙ୍କ ସାମ୍ନା ରେ ନୣତ୍ୟ କରିଥିଲେ ଯାହାକିଶ୍ରଦ୍ଧାଳୁ ଙ୍କ ମନରେ ଅତ୍ୟନ୍ତ ଆକର୍ଷଣୀୟ ଭକ୍ତି ଭାବ ସୣଷ୍ଟି କରିଥିଲା। ହର ଙ୍କ ଆଗମନ ରେ ରାସ୍ତା ସାରା ବିଭିନ୍ନ ଦ୍ଵାର ସାମ୍ନାରେ ଜଳପୂର୍ଣ କଳସ ସ୍ଥାପନ କରି ଼ହର ଙ୍କ ପଦଧ୍ୱତ କରିବା ସହ ପୂଜାର୍ଚ୍ଚନା କରିଥିଲେ। ଭକ୍ତ ଙ୍କ ହୁଳହୁଳି ରେ ସମଗ୍ର ପରିବେଶ ଉଛୁଳି ଉଠିଥିଲା।ପରେ ହର ଙ୍କୁ ଆଣି ବୁଢିମା ମନ୍ଦିର ସନ୍ନିକଟସ୍ଥ ହରଗୋୖରୀ ମଣ୍ଡପରେ ସ୍ଥାପନ କରିଥିଲେ. ଆସନ୍ତା କାଲିଠାରୁ ହରଗୋୖରୀ ଙ୍କ ଯୁଗଳମୂର୍ତ୍ତୀ ଭକ୍ତ ଓ ଶ୍ରଦ୍ଧାଳୁ ଙ୍କୁ ଦର୍ଶନ ଦେବେ। କାଲିଠାରୁ ପୂଜା ମଣ୍ଡପ ଲେ।କାରଣ୍ୟ ରହିବା ସହ କାଲିଠୁ ଢେରାପଡା ର ବୁଢିମା ସାଂସ୍କୃତିକ ମଣ୍ଡପରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଆସନ୍ତା ୧୪ ତାରିଖ ପର୍ଯ୍ୟନ୍ତ ଚାଲୁ ରହିବ।