-+91-9937148622 |
prerana_bgr@rediffmail.com |
Sunday 26th April 2026 |
R.N.I. Regd No. ODIODI/2010/46693
Breaking News
05-Oct-2025
ବରପାଲି (ସୁଦାମ ଦୀପ)
ବରଗଡ ଜ଼ିଲ୍ଲା ବରପାଲି ବ୍ଲକ ସତଲମା ଗ୍ରାମପଂଚାୟତ ଅନ୍ତର୍ଗତ ସିକିର୍ଡି ଗ୍ରାମର ଅବସର ସେନାନିବୃତ ଯବାନ ଗଣେଶ ସାହୁ ଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା ନିଜ ଗ୍ରାମରେ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ଆଜି ପ୍ରଥମେ ବରପାଲି ଜଗନ୍ନାଥ ନଗର ଦୁର୍ଗାପୂଜା କମିଟି ତରଫରୁ ସଭାପତି ପ୍ରଦ୍ୟୁମ୍ନ କୁମାର ତ୍ରିପାଠୀ ଙ୍କ ସଭାପତିତ୍ୱ ରେ ଏକ ସଭା ଅନୁଷ୍ଠିତ ହୋଇ ସମ୍ବର୍ଦ୍ଧିତ କରାଯାଇଥିଲା l ଏହି ଅବସରରେ ଜଗନ୍ନାଥ ନଗର ଦୁର୍ଗାପୂଜା କମିଟି ତରଫରୁ କିସନ ଅଗ୍ରୱାଲ ଏବଂ ସିକିର୍ଡି ଗ୍ରାମ୍ୟ କମିଟି ର ସଭାପତି ଗତିକୃଷ୍ଣ ତ୍ରିପାଠୀ, ସମ୍ପାଦକ ମାଣିଆ ମିର୍ଦ୍ଧା ପ୍ରମୁଖ ଉପସ୍ଥିତ ଥିଲେ l ପରେପରେ ଏକ ବିଶାଳ ଶୋଭାଯାତ୍ରା ରେ ବରପାଲି ରୁ ବାହାରି ସିକିର୍ଡି ର ଗ୍ରାମ ପରିକ୍ରମା କରିଥିଲେ l ଏହିଅବସରରେ ଗ୍ରାମର ଯୁବକ ମାନେ ବାଇକ ଶୋଭାଯାତ୍ରା କରି ନିଜଗ୍ରାମକୁ ସ୍ୱାଗତ କରି ଆଣିଥିଲେ l ଜୟ
ଯବାନ, ଜୟ କିସାନ, ବନ୍ଦେ ମାତରମ, ଭାରତ ମାତା କି ଜୟ ଧ୍ଵନି ରେ ସମଗ୍ର ଅଞ୍ଚଳ ମୁଖରିତ ହୋଇଥିଲା l ବିଶେଷକରି ଗ୍ରାମର ପ୍ରତି ଘରେ ଫୁଲ ଚନ୍ଦନ ଦେଇ ପାଦଧୌତ କରିଥିଲେ l ପରିଶେଷରେ ଗ୍ରାମବାସି ମାନଙ୍କ ତରଫରୁ ଏହା ଆମର ଗୌରବ ବୋଲି ମାତାବ୍ୟକ୍ତ ପ୍ରଦାନ କରିଥିଲେ l