-+91-9937148622 |
prerana_bgr@rediffmail.com |
Monday 27th April 2026 |
R.N.I. Regd No. ODIODI/2010/46693
Breaking News
04-Oct-2025
ବିନିକା(ହିମାଂଶୁ ଶେଖର ପୁଟେଲ)ଜିଲ୍ଲାର ହତାକର୍ତ୍ତା ସୁବର୍ଣ୍ଣପୁର ଜିଲ୍ଲାପାଳ ଜଣେ ଦିବ୍ୟାଙ୍ଗଙ୍କ ଦୁଃଖକୁ ଦୂର କରିଛନ୍ତି ।ଗୁହାରି ଶୁଣିବାର ୧୨ଦିନ ପରେ ଅର୍ଥାତ ୧୩ନଂ ଦିନରେ ଜିଲ୍ଲାପାଳ ଡ଼ ନୃପରାଜ ସାହୁ ବିବ୍ୟାଙ୍ଗଙ୍କ ପାଖକୁ ଆସି ପ୍ରଧାନମନ୍ତ୍ରୀ ଆବାସ ଘର ଯୋଜନାର କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି ।ସୂଚନା ଯୋଗ୍ୟ ଯେ ଗତ ୨୨ସେପ୍ଟେମ୍ବର ଦିନ ଏ ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ଚରଦା ସ୍ଥିତ ବାବା କପିଳେଶ୍ୱର ଓ ମାଁ ଚରଦେଇ ପୀଠକୁ ଜିଲ୍ଲାପାଳ ଶ୍ରୀ ସାହୁ ଦର୍ଶନ ପାଇଁ ଆସିଥିଲେ ।ଠିକ ଏହି ସମୟରେ ମନ୍ଦିର ସମ୍ଭୁଖ ରେ କଇନ୍ତରା ପଞ୍ଚାୟତ କଟାପାଲି ଗ୍ରାମର ଦୃଷ୍ଟିବାଧିଟ ଦିବ୍ୟାଙ୍ଗ ସୁଧୀର ଦୀପ ଗୀତ ମାଧ୍ୟମରେ ଜିଲ୍ଲାପାଳଙ୍କୁ ଦୁଃଖ ଜଣାଇ ଭଙ୍ଗା କୁଡିଆ ଘରେ ରହୁଥିବା କହିଥିଲେ ।ଫଳରେ ଜିଲ୍ଲାପାଳ ତାଙ୍କୁ କୁଣ୍ଡାଇ ଧରି ପକାଇଥିଲେ ।ତତକ୍ଷଣାତ୍ ଉପସ୍ଥିତ ବିଡ଼ିଓ ଙ୍କୁ ଦିବ୍ୟାଙ୍ଗଙ୍କ ସମସ୍ୟା ଉପରେ ସାବଧାନ ପାଇଁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।ସତକୁ ସତ ଆଜି ଜିଲ୍ଲାପାଳ ନିଜେ ବିନିକା ଗସ୍ତରେ ଆସି ଦିବ୍ୟାଙ୍ଗ ସୁଧୀର କୁ ଆବାସ ଘରର କାର୍ଯ୍ୟାଦେଶ ପ୍ରଦାନ କରିଛନ୍ତି।କାର୍ଯ୍ୟାଦେଶ ପାଇବା ପରେ ଖୁସିରେ ଆତ୍ମହରା ହୋଇ ଦିବ୍ୟାଙ୍ଗ ସୁଧୀର ମୋର ଗୁହାରି ଶୁଣିଲେ ହଜୁର କଲେକ୍ଟର ସାହେବ ବୋଲି ଗୀତ ଗାନ କରି କୋଟି କୋଟି ଜୁହାର ଜଣାଇଥିଲେ ।