-+91-9937148622 |
prerana_bgr@rediffmail.com |
Sunday 20th September 2026 |
R.N.I. Regd No. ODIODI/2010/46693
Breaking News
03-Oct-2025
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧିନସ୍ତ ଉରଲେ ହରିଜନ ବସ୍ତିରେ ଜଗତଜନନୀ ମାଁ ଦୁର୍ଗାଙ୍କ ପୂଜା ଧୁମଧାମରେ ପାଳିତ ହୋଇଯାଇଛି।ଏଥିରେ କର୍ତ୍ତା ଭାବେ ଶଶିକଳା ବାଘ ଓ ମେଘୁ ବାଘ,ରତ୍ନା ସୁନା ଓ ସୁରୁବବୁ ସୁନା ଦାୟିତ୍ଵ ନିର୍ବାହ କରିଥିଲେ ।୩ଦିନ ଧରି ଅନୁଷ୍ଠିତ ମାଁ ଙ୍କ ପୂଜା ଅବସରରେ ପଡ଼ାରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା । ନୀତି ପ୍ରତିଦିନ ବିଧି ଅନୁଯାୟୀ ମାଁ ଙ୍କ ପୂଜା କାର୍ଯ୍ୟ କରାଯାଇଥିଲା ବିଶେଷ କରି ସନ୍ଧ୍ୟାରେ ମାଁ ଙ୍କ ଦର୍ଶନ ପାଇଁ ପୀଠରେ ଭିଡ ଜମିଥିଲା ।ପୂଜା ପର୍ବ ଶେଷ ହେବାପରେ ଶ୍ରଦ୍ଧାଳୁ ଭକ୍ତମାନେ ସାଂସ୍କୃତିକ କାର୍ଯ୍ୟକ୍ରମର ତାଳେ ତାଳେ ଭସାଣି ଶୋଭାଯାତ୍ରାରେ ଯାଇ ନିକଟସ୍ଥ ପୁଣ୍ୟପୀଠ ପାପକ୍ଷୟ ଘାଟରେ ମାଁଙ୍କ ମେଢ଼ କୁ ବିସର୍ଜନ କରିଥିଲେ ।