-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
02-Oct-2025
ବରପାଲି (ସୁଦାମ ଦୀପ)
ବରଗଡ ଜିଲ୍ଲା ବରପାଲି ସ୍ଥିତ ଜଗବନ୍ଧୁ ଦାଶ ସ୍ନାତକ ମହିଳା ମହାବିଦ୍ୟାଳୟରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ଜନ୍ମ ଜୟନ୍ତୀ ମହାବିଦ୍ୟାଳୟର ଅଧ୍ୟକ୍ଷା ପଦ୍ମିନୀ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଅଛି।ଓଡ଼ିଆ ବିଭାଗର ମୁଖ୍ୟ ଯତୀନ୍ଦ୍ର କୁମାର ସାହୁଙ୍କ ପରିଚାଳନା ସଭାରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରତିଷ୍ଠାତା ଶ୍ରୀଯୁକ୍ତ ଅନ୍ତର୍ଯ୍ୟାମୀ ପଣ୍ଡା ଯୋଗ ଦେଇଥିଲେ।ସ୍ଵାଧୀନତା ସଂଗ୍ରାମରେ ଦେଶ ପ୍ରତି ମହାତ୍ମା ଗାନ୍ଧୀଙ୍କ ଅବଦାନ ଓ ତାଙ୍କର ଜିବନାଦର୍ଶ ସମ୍ପର୍କରେ ଅଭିମତ ରଖିଥିଲେ।ପ୍ରାଥମିକ ପର୍ଯ୍ୟାୟରେ ଜାତିର ପିତାଙ୍କ ଫଟୋ ଚିତ୍ରରେ ପୁଷ୍ପ ମାଲ୍ୟାର୍ପଣ ସହ ଦ୍ଵୀପ ପ୍ରଜ୍ବଳନ ଓ ଛାତ୍ରୀ ମାନଙ୍କ ଦ୍ୱରା ସ୍ଵାଗତ ଓ ସମାପ୍ତି ସଙ୍ଗୀତ ଗାନ କରାଯାଇଥିଲା। ରାଜନୀତି ବିଜ୍ଞାନ ଅଧ୍ୟାପିକା ପୁନମ ସାହୁ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ଅଧ୍ୟାପିକା ସସ୍ମିତା ମେହେର ଧନ୍ୟବାଦ୍ ଅର୍ପଣ କରିଥିଲେ।ଏ ଅବସରରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ନେପାଲ ବିଶ୍ଵାଳ,ଶଶାଙ୍କ ଶେଖର ପଧାନ,ସାର୍ଥକ ପାଣିଗ୍ରାହୀ ଅଧ୍ୟାପିକା ପିଙ୍କି ବାରିକ,ଜ୍ୟୋତି ସାହୁ,ଶୋଭାବତୀ ଥପା,ମନୀଷା ଭୋଇ,ପରିଣୀତା ପଧାନ, ଯାଜ୍ଞସେନି ପଟେଲ ସହକର୍ମୀ ବିରେନ୍ଦ୍ର ଖଟୁଆ, ନୃପରାଜ ବରିହା,ତ୍ରିପୁରା ବେହେରା ସାମିଲ ହୋଇଥିଲେ।