-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
28-Sep-2025
ବିନିକା(ହିମାଂଶୁ ଶେଖର ପୁଟେଲ)ସେବା ପକ୍ଷ ପାଳନ ଅବସରରେ ଭାରତୀୟ ଜନତା ପାର୍ଟି ବିନିକା ଶାଖା ତରଫରୁ ସ୍ଥାନୀୟ ସ୍ପୋର୍ଟସ କ୍ଲବ ଠାରେ ରବିବାର ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏଥିରେ ମହିଳାଙ୍କ ସମେତ ମୋଟ ୩୫ଜଣ ସ୍ୱେଚ୍ଛାସେବୀ ରକ୍ତଦାନ କରିଥିଲେ।ଶିବିରକୁ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଳା ଫିତା କାଟି ଉଦଘାଟନ କରିଥିଲେ lଏଥିରେ ଅନ୍ୟ ମାନଙ୍କ ମଧ୍ୟରେ ପୂର୍ବତନ ଜିଲ୍ଲା ସଭାପତି ବିଜୟ ମହାକୁରଙ୍କ ସମେତ ବିଜେପି କାର୍ଯ୍ୟକର୍ତ୍ତା,ସଚେତନ ନାଗରିକ ଯୋଗଦେଇ ରକ୍ତଦାନ କରିଥିବା ସ୍ୱେଚ୍ଛାସେବୀ ମାନଙ୍କୁ ଉତ୍ସାହିତ କରିଥିଲେ।ଶିବିର ପରିଚାଳନାରେ ବିଜେପି ନଗର ସମ୍ପାଦକ ଭୁବନେଶ୍ୱର ପାତ୍ର,ଯୁବ ସଂଗଠକ ଜନାର୍ଦ୍ଦନ ଖମାରୀ,କାଉନସିଲର ଗୋପାଳ କୃଷ୍ଣ ମହାଳିଙ୍ଗ,ଭୀମଭୋଇ ସେବା ଫାଉଣ୍ଡେସନର ପ୍ରତିଷ୍ଠାତା ରାମ ଗୋପାଳ ବାଘ ପ୍ରମୁଖଙ୍କ ସମେତ କର୍ମକର୍ତା ସହଯୋଗ କରିଥିଲେ ।