-+91-9937148622 |
prerana_bgr@rediffmail.com |
Tuesday 5th May 2026 |
R.N.I. Regd No. ODIODI/2010/46693
Breaking News
26-Sep-2025
କଣ୍ଟାମାଳ(ଜୟକୁମାର ମହାରଣା): ବୌଦ୍ଧ ଜିଲ୍ଲା କଣ୍ଟାମାଳ ବ୍ଲକ ଋଣ୍ଡିମହୁଲ ପଂଚାୟତ ଅନ୍ତର୍ଗତ ବାଲିଯୋରୀ ଖେଳ ପଡିଆ ଠାରେ ତୃତୀୟ ବାର୍ଷିକ ଅଏଁଲା ବରା ଯାତ୍ରା ଉଦଘାଟିତ ହୋଇଯାଇଛି l ବାଲିଯୋରୀ ଗ୍ରାମ ବାସୀଙ୍କ ଦ୍ୱାରା ଆୟୋଜିତ ଉକ୍ତ ଯାତ୍ରାରେ ବଉଳି କଳା ପରିଷଦ ଓ ଗ୍ରାମାଞ୍ଚଳର କୁନିକୁନି କଳାକାରଙ୍କ ଦ୍ୱାରା ସଂଗୀତର ସୁମଧୁର ଧୁନ ଓ ନୃତ୍ୟର ତାଳକୁ ବହୁ ସଂଖ୍ୟାରେ ଦର୍ଶକ ମନଭରି ଉପଭୋଗ କରିଥିଲେ l ଯାତ୍ରା ର ସଭାପତି ସତ୍ୟା ନନ୍ଦ ବିଶ୍ୱାଳ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଉଦ୍ଘାଟନୀ ସଭାରେ ମୁଖ୍ୟଅତିଥି ଭାବେ ଋଣ୍ଡିମହୁଲ ସରପଞ୍ଚ ପଞ୍ଚାନନ ସାହୁ ଯୋଗଦେଇ ଶୁଭ
ଉଦଘାଟନ କରିଥିଲେ l ସମ୍ମାନିତ ଅତିଥିଭାବେ କନ୍ଧମାଳ ସାଂସଦ ଙ୍କ କଣ୍ଟାମାଳ ବ୍ଲକ ପ୍ରତିନିଧି ଦୀପକ ବାରିକ, ଋଣ୍ଡିମହୁଲ ପଂଚାୟତ ର ସମିତିସଭ୍ୟ ଲିଙ୍ଗ ରାଜ ଦନ୍ତା,ସରକାରୀ ଓକିଲ ରାଧାବଲ୍ଲଵ ପ୍ରଧାନ, ଋଣ୍ଡିମହୁଲ ପେକ୍ସ ର ସଭାପତି ସୁଧୀର କୁମାର ଖଟୁଆ, ବିଜେପିନେତା ସୁଶୀଲ ପୁରୋହିତ, ଅନିଲ ପ୍ରଧାନ,ଯୁବ ବିଜେପି ନେତା ସିପୁନ ସାହୁ,କଂଗ୍ରେସ ନେତା ନିବାସ ବାରିକ, କେନ୍ଦୁପତ୍ର ବିଭାଗ ର ଚେକର ବଳରାମ ଭୋଇ ଯୋଗ ଦେଇ ଆୟୋଜିତ ଅଏଁଲା ବରା ଯାତ୍ରା ର ଆୟୋଜନ କୁନେଇ ଭୁୟସୀ ପ୍ରଶଂସା କରିଥିଲେ l ବାଲିଯୋରୀ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଉଦ୍ଧବ ମହାଳିକ, ସଭା ଓ ସାଂସ୍କୃତିକ ମଞ୍ଚ ପରିଚାଳନା କରିଥିଲେ l