-+91-9937148622 |
prerana_bgr@rediffmail.com |
Thursday 24th September 2026 |
R.N.I. Regd No. ODIODI/2010/46693
Breaking News
26-Sep-2025
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ସହର ସମେତ ବ୍ଲକ ଅଞ୍ଚଳର ବିଭିନ୍ନ ସ୍ଥାନରେ ହେଉଥିବା ଜଗତଜନନୀ ମାଁ ଦୂର୍ଗାଙ୍କ ପୂଜାକୁ ଶାନ୍ତି ଶୃଙ୍ଖଳା ସହ ପାଳନ ନେଇ ଆଜି ବିନିକା ଥାନାରେ ପୁଲିସ ଓ ପୂଜା କମିଟି ସଦସ୍ୟଙ୍କ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।ଏସଆଇ ପ୍ରସଂଜିତ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ପୂଜା କମିଟି ସଦସ୍ୟ,ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଭାଗନେଇ ଆଲୋଚନା କରିଥିଲେ ।ପୂଜାକୁ କିପରି ଶାନ୍ତି ଶୃଙ୍ଖଳା ସହିତ ପାଳନ କରାଯିବ ସେନେଇ ସଦସ୍ୟ ମାନେ ନିଜ ନିଜର ମତ ଉପସ୍ଥାପନ କରିଥିଲେ।ପୂଜା ଅବସରରେ ସହରର ମୁଖ୍ୟ ଛକ କୁହାଯାଉଥିବା କଲେଜ ଛକ,ବସଷ୍ଟାଣ୍ଡ ଛକ,ତହସିଲ ଅଫିସ ଛକ,ପାପ କ୍ଷୟ ଛକ ଆଦି ସ୍ଥାନରେ ହୋମଗାଡ ମୃତୟନ ପାଇଁ ପ୍ରସ୍ତାବ ଆଗତ ହୋଇଥିଲା ।ସେହିପରି ରାତ୍ରୀରେ ପେଟ୍ରୋଲିଂ ବ୍ୟବସ୍ଥାକୁ କଡାକଡି କରିବାକୁ ଉପସ୍ଥିତ ସଚେତନ ନାଗରିକ ଦାବୀ କରିଥିଲେ ।ଅନ୍ୟ ପକ୍ଷରେ ମାଁ ଦୂର୍ଗାଙ୍କ ଦର୍ଶନ ପାଇଁ ସହରର ସମସ୍ତ ରାସ୍ତାରେ ଭିଡ ପରିଲକ୍ଷିତ ଆଶା ଥିବାରୁ ଟ୍ରାଫିକ ବ୍ୟବସ୍ଥା ପ୍ରତି ପୋଲିସ ଧ୍ୟାନ ଦେବାକୁ ଦାବି ହୋଇଥିଲା। ଚୋରୀ,ଲୁଟ ଘଟଣା ଉପରେ ମଧ୍ୟ ପୋଲିସ ପ୍ରଶାସନ କଡା ନଜର ରଖିବା ପାଇଁ ଦାବୀ ହୋଇଥିଲା ଶେଷରେ ଏଏସଆଇ ରଞ୍ଜୟ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।