-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
26-Sep-2025
କଣ୍ଟାମାଳ(ଜୟ କୁମାର ମହାରଣା): ଆଗକୁ ପାର୍ବଣ ଋତୁ ଆରମ୍ଭ ହେବାକୁ ଯାଉଥିବା ବେଳେ କଣ୍ଟାମାଳ ଥାନା ଅଞ୍ଚଳରେ ଶାନ୍ତି ଶୃଙ୍ଖଳା ଓ ସଦଭାବନା ବଜାୟ ରଖିବା ପାଇଁ କଣ୍ଟାମାଳ ପୁଲିସ ପକ୍ଷରୁ ଗୁରୁବାର ବିଭିନ୍ନ ସମ୍ବେଦନଶୀଳ ଗ୍ରାମରେ ଫ୍ଲାଗମାର୍ଚ୍ଚ କରିଥିବା ଦେଖିବାକୁ ମିଳିଛି l ଏନେଇ କଣ୍ଟାମାଳ ଥାନାଧିକାରୀ ଆଇଆଇସି ରଞ୍ଜିତ କୁମାର ମୁନି ଙ୍କ ନେତୃତ୍ୱରେ
ପ୍ଲଲିସ ମାନଙ୍କ ଦ୍ୱାରା ବିଭିନ୍ନ ଗ୍ରାମ ରାସ୍ତାରେ ଫ୍ଲାଗମାର୍ଚ୍ଚ ବିଭିନ୍ନ ହୋଇଛି l କଣ୍ଟାମାଳ ପୋଲିସ ଓ ଭାରତୀୟ ରିଜର୍ଭ ବାଟାଲିୟନ ର ଯବାନ ମାନେ ହାତରେ ବନ୍ଧୁକ ଧରି କଣ୍ଟାମାଳ ଥାନାରୁ ବାହାରି ଧାଡି ହୋଇ ବରଗାଁ, ମଲ୍ଲିକୁଦ ଗ୍ରାମ ହୋଇ ପରେ ଋଣ୍ଡିମହୁଲ, ମଲ୍ଲିକପଦର, ସାନଛପାପାଲୀ, ରେଙ୍ଗାଲି ଆଦି ସମ୍ବେଦନଶୀଳ ଗ୍ରାମ ଗୁଡ଼ିକ ପରିକ୍ରମା ପରେ କଣ୍ଟାମାଳ ଥାନା ପହଞ୍ଚିଥିଲେ l