-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
25-Sep-2025
ବଲାଙ୍ଗିର(ପ୍ରେରଣା ଖବର): ଜାତୀୟ ପରିବାର ଦିବସକୁ ଅବସର କରି, ବଲାଙ୍ଗିରର ହୋଟେଲ ଭମର କନଫରେନ୍ସ ହଲ୍ରେ ୱାଇ ସି ଡି ଏ ବଲାଙ୍ଗିର ଆୟୋଜନ କରିଥିଲା ଏକ ଗୁରୁତ୍ୱପୂର୍ଣ୍ଣ ସଭା।୧୦୦ରୁ ଅଧିକ ପରିବାରଙ୍କ ଉତ୍ସାହୀ ଅଂଶଗ୍ରହଣରେ ପାରିବାରିକ ବନ୍ଧନ, ପରିବାର ଆଧାରିତ ସେବା ଓ ବର୍ତ୍ତମାନ ପରିବାର ସାମ୍ନା କରୁଥିବା ଚ୍ୟାଲେଞ୍ଜ ବିଷୟରେ ବିସ୍ତୃତ ଚର୍ଚ୍ଚା ହୋଇଥିଲା। ମୁଖ୍ୟ ଅତିଥି ଭାବେ ଶ୍ରୀମତୀ ସରସ୍ୱତୀ ନନ୍ଦ, ସମ୍ମାନିତ ଅତିଥି ଭାବରେ ପୂର୍ବତନ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଯୋଗେଶ୍ୱର ମହାନ୍ତି, ବର୍ତ୍ତମାନ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ଲିନା ବାବୁ, ପୂର୍ବତନ ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷ ଡ. ସଞ୍ଜୟ ମିଶ୍ର, ୱାଇ ସି ଡି ଏ କାର୍ଯ୍ୟକ୍ରମ ନିର୍ଦେଶକ ଅରୁଣ ପ୍ରଧାନ, ଡେପୁଟି କଲେକ୍ଟର ତଥା ଜିଲ୍ଲା
ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ଅଧିକାରୀ ଅନୁପମା ପ୍ରଧାନ, ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍ ସଦସ୍ୟମାନେ ଓ ବିଭିନ୍ନ ସାମାଜିକ କର୍ମୀ ଉପସ୍ଥିତ ହୋଇଥିଲେ।ଅଂଶଗ୍ରହଣକାରି ପରିବାରମାନେ ୱାଇ ସି ଡି ଏ ଙ୍କ ଅବିରତ ପ୍ରୟାସକୁ ପ୍ରଶଂସା କରିଥିଲେ ଏବଂ ଜିଲ୍ଲା ପ୍ରଶାସନଙ୍କ ସହଯୋଗ ପ୍ରତିକୃତଜ୍ଞତା ଜଣାଇଥିଲେ।
ସମଗ୍ର କାର୍ଯ୍ୟକ୍ରମଟିକୁ ୱାଇ ସି ଡି ଏ ର ବରିଷ୍ଠ ପ୍ରବନ୍ଧକ ଶୁଭ୍ରତା ଜେନା ପରିଚାଳନା କରିଥିଲେ। ଜିଲ୍ଲା ସମନ୍ୱୟକାରୀ ସଂଯୋଜିକା ଆନନ୍ଦିନୀ ରାଥ, ବ୍ଲକ୍ ସଂଯୋଜିକା ନିକିତା ଦାଶ ସହିତ ଅନ୍ୟାନ୍ୟ ସ୍ଥାନୀୟ କର୍ମଚାରୀଙ୍କ ପ୍ରୟାସରେ ସଭାଟିକୁ ସୁସମ୍ପାଦିତ କରିଥିଲେ।;