-+91-9937148622 |
prerana_bgr@rediffmail.com |
Friday 25th September 2026 |
R.N.I. Regd No. ODIODI/2010/46693
Breaking News
25-Sep-2025
ବରୀ(ରଞ୍ଜିତ ମହାନ୍ତି), ଚଳିତ ମାସ ୨୨-୨୪ ତାରିଖ ଯାଏ ଝାଡ଼ଖଣ୍ଡ ରାଞ୍ଚିଠାରେ ଅନୁଷ୍ଠିତ ୩୬ତମ ଜୁନିଅର ଆଥଲେଟିକ ଚାମ୍ପିଅନସିପ ପ୍ରତିଯୋଗିତାରେ ବରୀ ବ୍ଲକ୍ ଅଲିଆବାଦ ଗ୍ରାମର ସୁକାନ୍ତ ଦାସଙ୍କ ଝିଅ ଦୀପ୍ତିମୟୀ ଦାସ ସ୍ଵର୍ଣ୍ଣ ପଦକ ଜିଣି ଗୌରବ ଆଣିଛନ୍ତି। ସେ ୧୬ ବର୍ଷରୁ କମ୍ ବର୍ଗର ୮୦ ମିଟର ବାଧା ଦୌଡ଼ରେ ୧୨.୧ ସେକେଣ୍ଡରେ ଅତିକ୍ରମ କରି ନୂଆ ରେକର୍ଡ଼ ସୃଷ୍ଟି କରିଛନ୍ତି। ଦୀପ୍ତି ବର୍ଭମାନ ଭୁବନେଶ୍ବର କଳିଙ୍ଗ ଷ୍ଟାଡିୟମରେ ପ୍ରଶିକ୍ଷଣ ନେଉଛନ୍ତି। ଆସନ୍ତା ଜାତୀୟ ପ୍ରତିଯୋଗିତାରେ ସେ ମଧ୍ୟ ସ୍ବର୍ଣ୍ଣ ପଦକ ଜିଣିବେ ବୋଲି ଆଶାବାଦୀ ଅଛନ୍ତି।