-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
25-Sep-2025
କୋକସରା(ତ୍ରିନାଥ ବେଶ୍ରା )
ଆଜକୁ ଚାରିଦିନ ବିତିଯାଇଥିଲେ ମଧ୍ୟ୍ୟ କଳାହାଣ୍ଡି ଜ଼ିଲ୍ଲା କୋକସରା ବ୍ଲକ ସମ୍ମୁଖରେ ନିଜର ହକ ପାଇଁ ୬ ଦଫା ଦାବି ନେଇ ମିଶନ ଶକ୍ତି ମହିଳା ଙ୍କ ଗଣଧାରଣା ଦେଇ ଥିବା ଦେଖିବାକୁ ମିଳିଛି ହେଲେ ତାଙ୍କ ଗୁହାରି ଶୁଣିବାକୁ କେହିନାହାନ୍ତି l କୋକସରା ବ୍ଲକ ର ଶତାଧିକ ମିଶନ ଶକ୍ତି ମହିଳା ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଗଣଧାରଣା ଦେବା ସୂଚନା ମିଳିଛି |ଛଅ ମାସର ବକେୟା ରାଶି ସହ ସ୍ଥାୟୀ ଦରମା ଦାବିରେ ଆନ୍ଦୋଳନ କୁ ଓଲ୍ହାଇଛନ୍ତି ମିଶନ ଶକ୍ତି ମହିଳା।କଳାହାଣ୍ଡି ଜିଲ୍ଲା କୋକସରା ପଂଚାୟତ ସମିତି ଅଫିସ ସମ୍ମୁଖରେ ଧାରଣା ଦେବା ସହ ପ୍ରତିବାଦ କରିଥିବାର ଦେଖିବାକୁ ମିଳିଛି।ଏଥିରେ କୋକସରା ବ୍ଲକ ର ସମସ୍ତ କମ୍ୟୁନିଟି ସପୋର୍ଟ ଷ୍ଟାଫ,ଏମ.ବି.କେ,ସି.ଆର.ପି.ବ୍ୟାଙ୍କ ମିତ୍ର ସାମିଲ ହୋଇଥିବା ଦେଖିବାକୁ ମିଳିଛି।ଯେ ପର୍ଯ୍ୟନ୍ତ ଦାବୀ ପୂରଣ ହେବ ନାହିଁ ସେ ପର୍ଯ୍ୟନ୍ତ ଧାରଣା ଜାରି ରହିବ ବୋଲି ମିଶନ ଶକ୍ତି ମହିଳା ମାନେ ସରକାର ଙ୍କୁ ଚେତାବନୀ ଦେଇଛନ୍ତି ।ଧାରଣା ସ୍ଥଳ କୁ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଆସିନଥିବା ଯୋଗୁଁ ଏବିଡ଼ିଓ ଙ୍କୁ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଛି|ଏବିଡ଼ିଓ ଆନ୍ଦୋଳନକାରୀ ଙ୍କୁ ଧାରଣା ରୁ ଉଠିବା ପାଇଁ ବୁଝାସୁଝା କରିଥିଲେ ମଧ୍ୟ ଆନ୍ଦୋଳନକାରୀ ତାଙ୍କ ଦାବି ପୂରଣ ନ ହେବା ଯାଏ ଆନ୍ଦୋଳନ ଜାରି ରହିବ ବୋଲି ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି |ଆନ୍ଦୋଳନ ରେ ଶତାଧିକ ମିଶନ ଶକ୍ତି ମହିଳା ଙ୍କ ମଧ୍ୟରୁ ଏମ.ବି. କେ, ସିଆରପି, ବ୍ୟାଙ୍କ ମିତ୍ର ରହିଥିବା ଦେଖାଯାଇଛି |ଏମାନଂକ ମଧ୍ୟରୁ କୋକସରା ବ୍ଲକ ଏମବିକେ ସଭାନେତ୍ରୀ କୁନି ରଣା, ଏମ. ବି. କେ ବୈଶାଳୀ ଠାକୁର, ଏମ ବି କେ ଜୋସନ୍ନା ରାଣୀ ବାଗ,ଇନ୍ଦୁ ରେଖା ବାଗ,ସୁନିତା ନାଗ, ବ୍ୟାଙ୍କ ମିତ୍ର ମିତା ନାଏକ,ସିଆରପିସିଏମ ଅଞ୍ଜଳି ଦଣ୍ଡସେନା, ସିଆରପି ସଂଘ ର ସମ୍ପାଦିକା ଅଞ୍ଜଳି ସିଂ, ସି ଆରପି ସି ଆର ପ୍ରେମ ଶିଳା ପାଣିଗ୍ରାହୀ, ସଭ୍ୟାରାଣୀ ରାଉତ, ବ୍ୟାଙ୍କ ମିତ୍ର ଗିରିସୁତା ସୁନାନୀ, ହେମାମାଳିନୀ ନାୟକ,ରଞ୍ଜିତା ଦୁର୍ଗା,ଭୂମିସୁତା ନାୟକ, ମମତାମଝି, ଯୁଗନି ମାଝୀ, ସଂଯୁକ୍ତା ନାୟକ, ସରସ୍ବତୀ ନାଗ, ବୀଣାପାଣି ସୁନାନୀ, ଚମ୍ପା ମାଝୀ,କଳ୍ପନା କୁମାର, ବବିତା କୁମାର, ମଞ୍ଜୁଳା ନାୟକ, ଗଜ ରାଉତ, ଯୋଜିତା କୁମାର, ଆରତୀ ଦୁର୍ଗା, ଲିନା ସୁନାନୀ,କ୍ଷୀରାର୍ବଧି ସୁନାନୀ, ଗୋମତୀ ଖରସେଲ, ଟିକି ବାଗ, ମିନା ଦୁର୍ଗା, ମାଳତି ମାଝୀ, ରିଙ୍କି ଅଚାରୀ,କୌଶଲ୍ୟା,ପ୍ରମୁଖ ଉପସ୍ଥିତ ରହି ଆଜିର ଆନ୍ଦୋଳନ ରେ ଭାଗ ନେଇ ୬ ଦଫା ଦାବି ପୂରଣ କରିବା ପାଇଁ ରାଜ୍ୟ ସରକାର ଙ୍କୁ ଅନୁରୋଧ କରିଥିବା ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି |