-+91-9937148622 |
prerana_bgr@rediffmail.com |
Wednesday 6th May 2026 |
R.N.I. Regd No. ODIODI/2010/46693
Breaking News
25-Sep-2025
ବରପାଲି (ସୁଦାମ ଦୀପ)
ବରପାଲି ମହାବିଦ୍ୟାଳୟର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗ ଦ୍ଵାରା ଏକ 'ଆଲୋଚନା ଚକ୍ର' ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ଭାରପ୍ରାପ୍ତ ଅଧ୍ୟକ୍ଷ ପ୍ରାଧ୍ୟାପକ ସୁଶୀଳ କୁମାର ଶତପଥୀ ଯୋଗଦେଇଥିବା ବେଳେ ସଭାପତିତ୍ୱ କରିଥିଲେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଉତ୍ତର କୁମାର ଗଡ଼ତିଆ। ଦୀପ ପ୍ରଜ୍ଜ୍ଵଳନ ପରେ ପ୍ରାରମ୍ଭିକ ସମ୍ଭାଷଣରେ ଅଧ୍ୟକ୍ଷ ଛାତ୍ର ଜୀବନରେ ଆଲୋଚନା ଚକ୍ରର ମହତ୍ତ୍ୱ ସଂପର୍କରେ ଛାତ୍ରଛାତ୍ରୀଙ୍କୁ ସୂଚନା ଦେଇଥିଲେ। ଏହାପରେ ଛାତ୍ରୀ ତପସ୍ଵିନୀ ଷଡ଼ଙ୍ଗୀ, ସର୍ବଶ୍ରୀ ବିଜେ ମେହେର, ନିତ୍ୟମ୍ ପରିଡ଼ା, ଶ୍ରୀମନ୍ତ ନାରାୟଣ ତ୍ରିପାଠୀ ପ୍ରମୁଖ ସ୍ଵରଚିତ ଗବେଷଣାତ୍ମକ ପ୍ରବନ୍ଧ ପାଠ କରିଥିଲେ। ଉପସ୍ଥିତ ଛାଛଛାତ୍ରୀ ନିଜ ନିଜ ଜିଜ୍ଞାସା ଓ ପ୍ରଶ୍ନ ରଖିଥିଲେ ଏବଂ ପ୍ରାବନ୍ଧିକ/ପ୍ରାବନ୍ଧିକା ଏହାର ଉତ୍ତର ରଖିଥିଲେ। ପରେ ପରେ ଓଡ଼ିଆ ବିଭାଗର ଅଧ୍ୟାପକ ଉତ୍ତର କୁମାର ଗଡ଼ତିଆ, ଅଧ୍ୟାପିକା ଡ. ସମ୍ଵିତା ପ୍ରଧାନ, ଅଧ୍ୟାପକ ଅରୁଣ କୁମାର ବାରିକ, ଅଧ୍ୟାପକ ଡ.ବିଶ୍ଵନାଥ ସାହୁ ପ୍ରମୁଖ ପ୍ରବନ୍ଧଗୁଡ଼ିକ ଉପରେ ମତାମତ ରଖିଥିଲେ । ଏହି ଅବସରରେ ବିଭାଗର ନୂତନ ପାଠଚକ୍ର ସଂପାଦନା ମଣ୍ଡଳୀ ଗଠନ କରାଯାଇଥିଲା। ଶେଷରେ ଛାତ୍ରୀ କବିତା ସା ଧନ୍ୟବାଦ ଅର୍ପଣ କରିଥିଲେ।