-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
20-Sep-2025
କାଲିମେଳା(ସନ୍ତୋଷ କୁମାର ପଣ୍ଡା): ମାଲକାନଗିରି ଜିଲ୍ଲା ପଡିଆ ବ୍ଲକ ଅନ୍ତର୍ଗତ ରୋଡନପଲ୍ଲୀ ଗ୍ରାମରେ ଶନିବାର ସନ୍ଧ୍ୟାରେ ହୋଇଥିବା ଅଚାନକ ବର୍ଷା ଓ ବିଜୁଳି ଯୋଗୁଁ ବ୍ୟାପକ କ୍ଷୟକ୍ଷତି ହୋଇଥିବା ବେଳେ ବଜ୍ରାଘାତରେ ଜଣେ ମହିଳା ପ୍ରାଣ ହରାଇଥିବା ଜଣାପଡିଛି। ସୁଚନା ଅନୁଯାୟୀ ଶନିବାର ଅପରାହ୍ଣ ସମୟରେ ହୋଇଥିବା ଭୀଷଣ ବର୍ଷା ସହିତ ଘଡ଼ଘଡ଼ି ଏବଂ ବିଜୁଳି ହୋଇଥିଲା। ଏହି ସମୟରେ ରୋଡ଼ନପଲ୍ଲୀ ଗ୍ରାମର ନନ୍ଦିନୀ ପୁନେମ ଘର ବାହାରେ ଶୁଖା ଯାଇଥିବା କପଡା ସଜାଡି ରଖୁଥିବା ବେଳେ ଅଚାନକ ବଜ୍ରାଘାତ ହେବାରୁ ଘଟଣା ସ୍ଥଳରେ ହିଁ କ୍ଷତାକ୍ତ ଅବସ୍ଥାରେ ଅଚେତ ହୋଇ ପଡ଼ିଗଲେ। ବଜ୍ରାଘାତର ତିବ୍ରତା ଏତେ ମାତ୍ରାରେ ଥିଲା ଯେ ନନ୍ଦିନୀ ପାଖରେ ଥିବା ଅନ୍ୟ ଦୁଇଜଣ ଝିଅ ମଧ୍ୟ ଘଟଣା ସ୍ଥଳରେ ଅଚେତ୍ ହୋଇ ପଡିଥିଲେ । ସମସ୍ତଙ୍କୁ ଗ୍ରାମବାସୀ ପଡିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର କୁ ନେଇ ଚିକିତ୍ସା କରାଇଥିଲେ ମଧ୍ୟ ସେଠାରେ ଡ଼ାକ୍ତର ନନ୍ଦିନୀ ଙ୍କୁ ମୃତ ଘୋଷଣା କରିଛନ୍ତି। ଅଚାନକ ବଜ୍ରାଘାତରେ ନନ୍ଦିନୀଙ୍କ ମୃତ୍ୟୁ ଯୋଗୁଁ ପରିବାର ଲୋକ ସମେତ ଗ୍ରାମବାସୀ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି। ଅନ୍ୟପଟେ ଘଟଣା ବାବଦରେ ସୂଚନା ପାଇ ପଡିଆ ପୋଲିସ ଘଟଣା ସ୍ଥଳରେ ପହଂଚି ପ୍ରାଥମିକ ତଦନ୍ତ କରୁଥିବା ବେଳେ ଚିକିତ୍ସାଧିନ ଦୁଇ ନାବାଳିକା ଙ୍କ ସ୍ୱାସ୍ଥ୍ୟରେ ଅପେକ୍ଷାକୃତ ସୁଧାର ଆସିଥିବା ଜଣାପଡିଛି।