-+91-9937148622 |
prerana_bgr@rediffmail.com |
Wednesday 22nd April 2026 |
R.N.I. Regd No. ODIODI/2010/46693
Breaking News
20-Sep-2025
ସୁବର୍ଣ୍ଣପୁର, (ମନୋରଞ୍ଜନ ତ୍ରିପାଠୀ)
ସୁବର୍ଣ୍ଣପୁର ଜିଲ୍ଲା ସଦର ବ୍ଲକ ଖମ୍ବେଶ୍ୱରୀପାଲି ସ୍ଥିତ ମା ମାହେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ୧୯ ତାରିଖ ଶୁକ୍ରବାର ଦିନ ଏକ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି l ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର ଯୁବ ରେଡକ୍ରସ ୟୁନିଟ ଏବଂ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲିର ମିଳିତ ଆନୁକୁଲ୍ୟରେ ମାଗଣା ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ ହୋଇଥିଲା l ଏହି ଶିବିର କୁ ଅଧ୍ୟକ୍ଷା ସ୍ବପ୍ନା ମହାପାତ୍ର ଉଦଘାଟନ କରିଥିବା ବେଳେ ରେଡକ୍ରସ୍ କାଉନସିଲର ମଦନ ମୋହନ ପୁଟେଲ ଏବଂ ବିଦ୍ୟାଳୟ ର ରେଡକ୍ରସ ର ଭଲେଣ୍ଟୀୟର ମାନେ ସହଯୋଗ କରିଥିଲେ l ଏହି ଅବସରରେ ଧର୍ମୁ ମହାନନ୍ଦ ( ଡିପିଏ ) ସୋନପୁର, ପ୍ରଶାନ୍ତ ଦାଶ, ଜଗାବଳିଆ ସାହୁ (ଚକ୍ଷୁ ବିଶଷଜ୍ଞ), ଶୁଭଲକ୍ଷ୍ମୀ, ପ୍ରିୟଙ୍କା, ଭୃଙ୍ଗରାଜ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ l ଏହି ଅବସରରେ ୪୦ ଜଣ ଙ୍କ ଚକ୍ଷୁ ପରୀକ୍ଷା କରଯାଇଥିଲା l ଏଥି ମଧ୍ୟରୁ ୧୮ ଜଣଙ୍କୁ ଚଷମା ପ୍ରଦାନ କରାଯାଇଥିଲା ଏବଂ ୭ ଜଣ ଙ୍କୁ ପରବର୍ତ୍ତୀ ଚିକିତ୍ସା ପାଇଁ ମହାନଦୀ ନେତ୍ର ଚିକିତ୍ସାଳୟ ପଣ୍ଡାପାଲି କୁ ପ୍ରେରଣ କରାଯାଇଥିଲା l