-+91-9937148622 |
prerana_bgr@rediffmail.com |
Friday 18th September 2026 |
R.N.I. Regd No. ODIODI/2010/46693
Breaking News
17-Sep-2025
ଡୁଙ୍ଗୁରିପାଲି, ତା ୧୭/୯(ପ୍ରେରଣା ଖବର) :ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ୍ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହା ଠାରେ ପ୍ରଧାନଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ଅଧ୍ୟକ୍ଷତାରେ "ମାଁ ପାଇଁ ଗଛ ଟିଏ" କାର୍ଯ୍ୟକ୍ରମରେ ବିଦ୍ୟାଳୟ ପରିସର ତଥା ଖେଳପଡିଆ ରେ ବିଭିନ୍ନ କିସମର ପ୍ରାୟ ୨୦୦ ଟି ଚାରା ରୋପଣ କରାଯାଇଛି । ସୁବର୍ଣ୍ଣପୁର ଜିଲ୍ଲା ଜଙ୍ଗଲ ବିଭାଗ ଅନ୍ତର୍ଗତ ବିନିକା ରେଞ୍ଜ ର ରେଞ୍ଜ ଅଫିସର ଡମ୍ବରୁଧର ପ୍ରଧାନ ମୁଖ୍ୟ ଅତିଥି ଓ ରାମପୁର ସେକ୍ସନ ର ଫରେଷ୍ଟର ଜନ୍ମେଜୟ ମାଝୀ ସମ୍ମାନିତ ଅତିଥି ଭାବରେ ଯୋଗଦେଇ "ମା ପାଇଁ ଗଛ ଟିଏ " ର ପ୍ରାସଙ୍ଗିକତା ବିଷୟରେ ମତ ପ୍ରକାଶ କରିଥିଲେ। ଏହି ଅବସରରେ ଅତିଥି ଓ ଶିକ୍ଷକ ବୃନ୍ଦ ଛାତ୍ରଛାତ୍ରୀ ମାନଙ୍କ ଗହଣରେ ସାମୁହିକ ଭାବେ ଚାରା ରୋପଣ କରିଥିଲେ। କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ଦୀନବନ୍ଧୁ ପ୍ରଧାନ ପରିଚାଲନା କରିଥିବା ବେଳେ ଜେଆରସି କାଉନସିଲର ରାଜୁ ମେହେର ସଂଯୋଜନା କରିଥିଲେ। ଖେଳ ଶିକ୍ଷକ ଚିନ୍ମୟ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।
କାର୍ଯ୍ୟକ୍ରମରେ ମାୟାବର୍ହା କୃଷି ସମବାୟ ସମିତି ସଭାପତି ରାଧାକାନ୍ତ ଜୁଆଡି , ମା ତାରିଣୀ ସ୍ଵଂୟ ସହାୟକ ଗୋଷ୍ଠୀର ସଭାପତି ପ୍ରମୋଦିନି ଯୁଆଡ଼ି, ସମ୍ପାଦିକା ସବିତା ଖମାରୀ, କୋଷାଧ୍ୟକ୍ଷ ସବିତା ଖମାରୀ , ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ରର ଡାକ୍ତର ପୌରଭି କର୍ମୀ ତଥା ବିଦ୍ୟାଳୟ ର ସମସ୍ତ ଶିକ୍ଷକ, ମନୋଜ କୁମାର ପୂଜାରୀ , ସମ୍ପଦ ଖମାରୀ, ନନ୍ଦିଘୋଷ ବାରିକ, ସଞ୍ଜୀବ ପୁଝାରୀ, କିରଣ ପୁଟେଲ ଓ କର୍ମଚାରୀ ମିନକେତନ ଦାସ, ବିଭୀଷଣ ଖମାରୀ,ସୁରଜ୍ ଖମାରୀ, ସମୀର କଠାର ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।