-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
17-Sep-2025
ବରୀ(ରଞ୍ଜିତ ମହାନ୍ତି): ଗତକାଲି ଓ ଆଜି ଦୁଇଦିନ ଧରି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଯାଜପୁର ଜିଲ୍ଲା ଗସ୍ତ କରିଛନ୍ତି । ଗତକାଲି ବଡ଼ଚଣା, ଧର୍ମଶାଳା ଓ କୋରେଇ ନିର୍ବାଚନ ମଣ୍ଡଳୀ ପକ୍ଷରୁ ତାଙ୍କୁ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଧର୍ମଶାଳାରୁ କୋରେଇ ଯିବା ସମୟରେ ମୂଳାପାଳ ଛକ ଠାରେ ବରୀ ବିଜେପି ପକ୍ଷରୁ ମନମୋହନଙ୍କୁ ବିପୁଳ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ବରୀ ବିଜେପି ନେତା ଉମେଶ ଜେନାଙ୍କ ନେତୃତ୍ୱରେ ହଜାର ହଜାର କର୍ମୀ ଉପସ୍ଥିତ ରହି ତାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ବରୀ ବିଜେପି ପକ୍ଷରୁ ଉମେଶ ଶ୍ରୀ ସାମଲଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ପ୍ରଦାନ କରି ସମ୍ବର୍ଦ୍ଧିତ କରିଥିଲେ ।