-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||      ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||     

HOME   ଜିଲ୍ଲା

କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ପାଇଁ ସରକାର ସ୍ଵତନ୍ତ୍ର ବିଜ୍ଞାପନ ନୀତି ପ୍ରଣୟନ କରନ୍ତୁ : ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ସଂଗଠନର ଦାବି  

16-Sep-2025



କୋରାପୁଟରେ ସାଧାରଣ ପରିଷଦ ବୈଠକ

କୋରାପୁଟ(ପ୍ରେରଣା ଖବର): କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ପାଇଁ ସରକାର ସ୍ଵତନ୍ତ୍ର ବିଜ୍ଞାପନ ନୀତି ପ୍ରଣୟନ କରିବାକୁ ଓଡ଼ିଶା କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ସଂଗଠନ ପକ୍ଷରୁ ଦାବି ହୋଇଛି | କୋରାପୁଟସ୍ଥିତ ଶାବର ଶ୍ରୀକ୍ଷେତ୍ର ପ୍ରାଙ୍ଗଣରେ ସଂଗଠନର ସାଧାରଣ ପରିଷଦ ବୈଠକରେ ଓଡ଼ିଶାର ବିଭିନ୍ନ ସ୍ଥାନରୁ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ୱାଦପତ୍ର ସମ୍ପାଦକମାନଙ୍କୁ ଗୋପବନ୍ଧୁ ସ୍ଵାସ୍ଥ୍ୟ ବୀମା ଯୋଜନାରେ ସାମିଲ କରାଯାଉ, ସରକାରୀ ସ୍ଵୀକୃତି ପାଇଁ ଆବେଦନ କରିଥିବା ସମ୍ୱାଦପତ୍ରଗୁଡ଼ିକୁ କୋହଳ ମନୋଭାବ ପ୍ରକାଶ କରି ସରକାରୀ ସ୍ଵୀକୃତି ପ୍ରଦାନ କରାଯାଉ, ସ୍ଵୀକୃତି ପ୍ରଦାନ କ୍ଷେତ୍ରରେ ସ୍ଵଚ୍ଛତା ଅବଲମ୍ୱନ କରାଯାଉ, ଓଡ଼ିଶାରେ ସାମ୍ୱାଦିକ ଓ ସମ୍ପାଦକମାନଙ୍କ ପାଇଁ ପେନସନ ଓ ସୁରକ୍ଷା ଆଇନ ପ୍ରଣୟନ କରାଯାଉ, ସମ୍ପାଦକମାନଙ୍କୁ ଟୋଲ ଗେଟମାନଙ୍କରେ ନିଃଶୁଳ୍କ ଯାତାୟାତର ବ୍ୟବସ୍ଥା କରାଯାଉ,  ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଓଡ଼ିଆ ସମ୍ୱାଦପତ୍ରଗୁଡ଼ିକ ପ୍ରତି ବିଜ୍ଞାପନ ପ୍ରଦାନ କ୍ଷେତ୍ରରେ ସ୍ଵତନ୍ତ୍ର ନୀତି ନିର୍ଦ୍ଧାରଣ କରାଯାଉ, ସାମ୍ୱାଦିକ ଅଧିସ୍ଵୀକୃତି କମିଟିକୁ କାର୍ଯ୍ୟକ୍ଷମ କରିବା ଇତ୍ୟାଦି ସମ୍ପର୍କରେ ଆଲୋଚନା ହୋଇ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଥିଲା | ଆସନ୍ତା ଦୁର୍ଗାପୂଜା ପରେ ଉପରୋକ୍ତ ଦାବିଗୁଡ଼ିକର ସମାଧାନ ପାଇଁ ସୂଚନା ଓ ଲୋକ ସମ୍ପର୍କ ବିଭାଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଚେତାବନୀ ଦିଆଯାଇଥିଲା| ରାଜ୍ୟର ବିଭିନ୍ନ ଅଞ୍ଚଳରୁ ଯୋଗ ଦେଇଥିବା ସମ୍ପାଦକ ଓ ପ୍ରକାଶକମାନେ ଏହି ସଂଗଠନକୁ ଏକ ରାଷ୍ଟ୍ରୀୟ ସଂଗଠନରେ ପରିଣତ କରାଯିବ ବୋଲି ମତବ୍ୟକ୍ତ କରିଥିଲେ | ଏ ସମ୍ପର୍କରେ ପରବର୍ତ୍ତୀ ସମୟରେ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ପ୍ରସ୍ତାବ ଗୃହିତ ହୋଇଥିଲା | ସଂଗଠନର ଅଧ୍ୟକ୍ଷ ତଥା ନବୀନର ସମ୍ପାଦକ ରବି ରଥ ଓ ସଂଗଠନର ମୁଖ୍ୟ ଉପଦେଷ୍ଟା ବିନୋଦ ମହାପାତ୍ରଙ୍କୁ ସଂଗଠନ ପକ୍ଷରୁ ସମ୍ୱର୍ଦ୍ଧିତ କରାଯାଇଥିଲା |
ସଂଠଗନର ରାଜ୍ୟ ସଭାପତି ବଂଶୀଧର ଜେନାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ମୁଖ୍ୟଅତିଥି ଭାବେ ବରିଷ୍ଠ ସାମ୍ୱାଦିକ କିଶୋର ଦ୍ଵିବେଦୀ ଯୋଗଦେଇ ଏହି ସଂଗଠନର ଇତିହାସ ଓ କାର୍ଯ୍ୟକଳାପ ଅତ୍ୟନ୍ତ ଗୁରୁତ୍ଵପୂର୍ଣ୍ଣ ବୋଲି କହିଥିଲେ | ସମ୍ପାଦକମାନଙ୍କ ଦାବି ଯୁକ୍ତିଯୁକ୍ତ ହୋଇଥିବାରୁ ଏ ସମ୍ପର୍କରେ ରାଜ୍ୟ ସରକାର ହସ୍ତକ୍ଷେପ କରିବା ଉଚିତ ବୋଲି କହିଥିଲେ | ବରିଷ୍ଠ ସାମ୍ୱାଦିକ ସୁରେନ୍ଦ୍ର ପାତ୍ର ତାଙ୍କ ବକ୍ତବ୍ୟରେ ସମ୍ୱାଦପତ୍ରଗୁଡ଼ିକର ଅନୁମୋଦନ ପାଇଁ ଏକ ସ୍ପଷ୍ଟ ନୀତି ପ୍ରଣୟନ କରିବା ଉପରେ ଗୁରୁତ୍ଵାରୋପ କରିଥିଲେ |

 

ସାଧାରଣ ସମ୍ପାଦକ ଜେ୍ୟାତି ରଂଜନ ମହାପାତ୍ର ଗତ ବୈଠକ ର ବିବରଣୀ ପାଠ କରିଥିଲେ | ସଂଗଠନର ମୁଖ୍ୟ ଉପଦେଷ୍ଟା ବିନୋଦ ମହାପାତ୍ର, ସଂଗଠନ ସମ୍ପାଦକ ଜଗଦୀଶ ମିଶ୍ର, ଅକ୍ଷୟ କୁମାର ନାୟକ, ଉପସଭାପତି ଅକ୍ଷୟ କୁମାର ନାୟକ, ସହ ସମ୍ପାଦକ ସ୍ଵଦେଶ ଦାଶ ଓ ରମାକାନ୍ତ ପରିଜା ପ୍ରମୁଖ ମଞ୍ଚାସୀନ ଥିଲେ | ଅନ୍ୟମାନଙ୍କ ମଧ୍ୟରେ ଗଣେଶ ଚନ୍ଦ୍ର ବିଷୋୟୀ, ପ୍ରକାଶ ଚନ୍ଦ୍ର ଖଟୋଇ, ତପନ କୁମାର ପତି, ଚିତ୍ତରଂଜନ ସ୍ଵାଇଁ, ଅନିଲ କୁମାର ସାହୁ, ସରୋଜ ରଂଜନ ପଟ୍ଟନାୟକ, ସୁଶାନ୍ତ କୁମାର ସାହୁ, ସଂଜୟ କୁମାର ଓଝା, ବିଷ୍ଣୁପ୍ରିୟା ସାହୁ, ସତ୍ୟ ନାରାୟଣ ନାୟକ, ବାବୁଲି ବେହେରା ପ୍ରମୁଖ ଆଲୋଚନାରେ ଭାଗ ନେଇ ସମ୍ପାଦକମାନଙ୍କ ବିଭିନ୍ନ ସମସ୍ୟା ଉପସ୍ଥାପିତ କରିଥିଲେ| ରାଜ୍ୟର ବିଭିନ୍ନ ଅଞ୍ଚଳରୁ ୪୦ରୁ ଊର୍ଦ୍ଧ୍ଵ ସମ୍ପାଦକ, ପ୍ରକାଶକ ଯୋଗ ଦେଇଥିଲେ |


News Comment




Photo in News

Advertisment
Lastest News
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   20-Sep-2026
  ଜିଲ୍ଲା  
ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ   20-Sep-2026
  ଜିଲ୍ଲା  
ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   20-Sep-2026
  ଜିଲ୍ଲା  
ତଳମୁଣ୍ଡଚାଷୀ ପ୍ରତାରିତ   20-Sep-2026

You Might Also Like