-+91-9937148622 |
prerana_bgr@rediffmail.com |
Friday 6th March 2026 |
R.N.I. Regd No. ODIODI/2010/46693
Breaking News
15-Sep-2025
ଡାବୁଗାଁ, (ପ୍ରିୟଦର୍ଶିନୀ ପାତ୍ର)
ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ଅଧୀନ ଛେଳିବେଢା ଗ୍ରାମ ନିକଟରେ ଏକ କାଠ ବୋଝେଇ ଟ୍ରକ କୁ ସୋମବାର ଡାବୁଗାଁ ବନ ବିଭାଗ ଜବତ କରିବା ସହ ଡ୍ରାଇଭରକୁ ଗିରଫ କରିଛି | ସୂଚନାଯୋଗ୍ୟ:- ଡାବୁଗାଁ ବନ ବିଭାଗ କର୍ମଚାରୀ ରବିବାର ରାତିରେ ପେଟ୍ରୋଲିଂ କରୁଥିବା ସମୟରେ ଛେଳିବେଢା ଗ୍ରାମ ନିକଟରେ ଏକ ଟ୍ରକ ନଂଟିଏସ ୨୮ ଟି ୬୧୨୯ ଯୋଗେ ବର, ଓସ୍ତ, ଡିମିରି ଓ ନିଳଗିରି ଭଳି ବିଭିନ୍ନ ପ୍ରକାରର କାଠ ବୋଝେଇ ହୋଇ ଚୋରା ଚାଲାଣ ହେଉଥିବା ବେଳେ ବନ ବିଭାଗ କର୍ମଚାରୀ ମାନେ ଟ୍ରକ ଟିକୁ ଅଟକାଇଥିଲେ | ଟ୍ରକ ଡ୍ରାଇଭର ପାଖରେ ବୋଝେଇ ହୋଇଥିବା କାଠର କୌଣସି କାଗଜପତ୍ର ଦେଖାଇ ପାରିନଥିଲା | ସଙ୍ଗେ ସଙ୍ଗେ ବନ ବିଭାଗ କର୍ମଚାରୀ ମାନେ ଟ୍ରକ ଟିକୁ ଡାବୁଗାଁ ବନ ବିଭାଗ କାର୍ଯ୍ୟଳୟକୁ ଆଣିଥିଲେ ଓ ଡ୍ରାଇଭରକୁ ଅଟକ ରଖା ଯାଇଥିଲା | ସୋମବାର ଟ୍ରକ ସହ କାଠ କୁ ବନ ବିଭାଗ ଜବତ କରିଛି ଓ ଡ୍ରାଇଭର ହେଲେ ତେଲେଙ୍ଗାନା ରାଜ୍ୟର ଖାମାମ ଜିଲା ଅଧୀନ ତିଲକନଗର ଗ୍ରାମର ଚାଲା ତିରୁପତି ରାଓ (୩୭) କୁ ଗିରଫ କରି ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି | ଟ୍ରକରେ ଥିବା୭୨୦୦ କି.ଗ୍ରା. କାଠ ଜବତ କରାଯାଇଛି | ଜବତ ହୋଇଥିବା କାଠ ର ଆନୁମାନିକ ସରକାରୀ ମୂଲ୍ୟ ୧ ଲକ୍ଷ ୮ ହଜାର ଟଙ୍କା ହେବ ବୋଲି ବନାଞ୍ଚଳ ଅଧିକାରୀ ରାମଚନ୍ଦ୍ର ଭତ୍ରା କହିଛନ୍ତି | ଏହି ଚଢାଉ ସମୟରେ ଡାବୁଗାଁ ବନପାଳ ଉମାକାନ୍ତ ପଟ୍ଟନାୟକ, ବନରକ୍ଷୀ ରିତାରାଣୀ ବିଶ୍ଵ|ସରାୟ, କାର୍ତ୍ତିକ ମାଝି ଓ ପାରା ଷ୍ଟାଫ ମାନେ ସାମିଲ ଥିଲେ | ଏନେଇ ବନାଞ୍ଚଳ କାର୍ଯ୍ୟ|ଲଯ କେସ ନଂ ୧୧୫/୨୦୨୫-୨୬ ରେ ଏକ ମାମଲା ରୁଜୁ କରାଯାଇଛି |