-+91-9937148622 |

prerana_bgr@rediffmail.com |

  Tuesday 22nd September 2026 |

| | | |

R.N.I. Regd No. ODIODI/2010/46693

Breaking News

କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||      ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   (21-Sep-2026)       ||      ୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||     

HOME   ଜିଲ୍ଲା

ପୌରପରିଷଦ ବିରୋଧରେ ଅପାରଗତା ଓ ଦୁର୍ନୀତି ଅଭିଯୋଗ ଆଣି ଜିଲ୍ଲାପାଳଙ୍କ ଅଫିସ ସାମ୍ନାରେ ଗର୍ଜିଲା କଂଗ୍ରେସ

15-Sep-2025



ବଲାଙ୍ଗିର (ପ୍ରେରଣା ଖବର): ବଲାଙ୍ଗିର ପୌରପାଳିକା ନିଜର ଦାୟିତ୍ୱକୁ ଠିକ୍ ଭାବରେ ତୁଳାଉ ନ ଥିବା ଅଭିଯୋଗରେ ସ୍ଥାନୀୟ କଲେକ୍ଟରଙ୍କ ଅଫିସ ସାମ୍ନାରେ ନଗର କଂଗ୍ରେସ କମିଟି ଜୋରଦାର ଗର୍ଜିଛି। ସହରର ଯାବତୀୟ ସମସ୍ୟାର ସମାଧାନ ଦିଗରେ ପୌରପାଳିକା ଧ୍ୟାନ ଦେଉ ନ ଥିବାରୁ ସହରବାସୀ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଯେପରିକି ବର୍ଷାଋତୁ ପୂର୍ବରୁ ପୌରାଂଚଳର ଯେତେ ସବୁ ଡ୍ରେନ, ବଡ ନାଳ ଅଛି ସେସବୁକୁ ମରାମତି ତଥା ଉଚିତ ସଫେଇ କରିବା କଥା କିନ୍ତୁ ବଲାଙ୍ଗିର ପୌରପାଳିକା ସେ କାମ ଠିକ୍ ଭାବେ କରୁନଥିବାରୁ ଟିକିଏ ବର୍ଷା ହେଲେ ଡ୍ରେନ ପାଣି ରାସ୍ତା ଉପରକୁ ଆସିବା ଯୋଗୁଁ ଗମନାଗମନ ବାଧାପ୍ରାପ୍ତ ହେଉଛି । ଏହି ସମସ୍ୟାକୁ ପୌରପାଳିକା ନିଜେ ସମାଧାନ କରିବା ପରିବର୍ତ୍ତେ ନିଜ ଦୋଷ ଓ ଡ୍ରେନ ନିର୍ମାଣରେ ନିଜ ଦ୍ୱାରା ହୋଇଥିବାରୁ ଦୁର୍ନୀତିକୁ ଘୋଡାଇବା ପାଇଁ ଜାତୀୟ ରାଜପଥ ବିଭାଗକୁ ଦୋଷ ଦେଇ ବଲାଙ୍ଗିରବାସୀଙ୍କ ଆଗରେ କୁମ୍ଭୀର କାନ୍ଦଣା କାନ୍ଦି ଲୋକଙ୍କୁ ଭୁଆଁ ବୁଲାଉଛି ବୋଲି ନଗର କଂଗ୍ରେସ ଅଭିଯୋଗ କରିଛି। ଗତ କିଛି ବର୍ଷ ହେବ ବଲାଙ୍ଗିର ଟାଉନ ହଲ ପାଇଁ କୋଟକୋଟି ଟଙ୍କାର ଅନୁଦାନ ଆସି କାମ ହୋଇଛି କିନ୍ତୁ ଦୁଃଖର ବିଷୟ ଟାଉନ ହଲର ସ୍ଥିତିରେ କୌଣସି ସୁଧାର ହୋଇନି, ଲୋକଙ୍କ ସାମାଜିକ, ସାଂସ୍କୃତିକ କାର୍ଯ୍ୟକ୍ରମ ରେ ଏହା ବ୍ୟବହାର ହେବା ପରିବର୍ତ୍ତେ ଏହା ପୌରପାଳିକାର ଗେରେଜ ଓ ଅବ୍ୟବହୃତ ଜିନିଷର ଗୋଦାମଘର ଭାବେ ବ୍ୟବହାର ହେଉଛି। ଏଠାରେ ଆମେ ଆହୁରି ମଧ୍ୟ ସୂଚେଇ ଦେଉଛୁ ଯେ ବହୁ ବର୍ଷ ହେବ ଟାଉନ ହଲକୁ ମରାମତି ଆଳରେ ବନ୍ଦ କରି ଦିଆଯାଇଥିବାରୁ ସହରର କୌଣସି ସମାଜିକ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇପାରୁ ନାହିଁ। ଏପରିକି ସହରରେ ଅଡିଟୋରିୟମ ଅଭାବରୁ ଆଜିକାଲି ବିଭିନ୍ନ ସରକାରୀ କାର୍ଯ୍ୟକ୍ରମ/ ସମାବେଶ ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନା ଅଡିଟୋରିୟମରେ ଆୟୋଜିତ ହେବା ଦ୍ୱାରା ମେଡିକାଲ କଲେଜର ଚିକିତ୍ସା ଓ ଶିକ୍ଷଣୀୟ ପରିବେଶ ଉପରେ କୁପ୍ରଭାବ ପଡୁଛି ବୋଲି ଜିଲ୍ଲାର ଶିକ୍ଷାବିତ ଓ ବୁଦ୍ଧିଜୀବୀମାନେ ଅଭିଯୋଗ କରନ୍ତି । ତେଣୁ ଟାଉନହଲ ଉନ୍ନତିକରଣରେ ଅହେତୁକ ବିଳମ୍ବ ପାଇଁ ହୋଇ ଥିବା ଦୁର୍ନୀତିର ଅନୁସନ୍ଧାନ ସହ ଦୋଷୀ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ନଗର କଂଗ୍ରେସ ଅନୁରୋଧ କରିଛନ୍ତି । ମହାରାଣୀ ସାଗର ଦୁର୍ନୀତି ହେଉଛି ବଲାଙ୍ଗିର ପୌରପାଳିକାର ଆଉ ଏକ ମହା ଦୁର୍ନୀତି । କୋଟିକୋଟି ଟଙ୍କାର ଅନୁଦାନକୁ ପୌରପାଳିକା ଚଂଚକତା କରି କାର୍ଯ୍ୟରେ ଅଭିଜ୍ଞତା ନ ଥିବା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ଏତେ ବଡ ମହାରାଣୀ ସାଗର ସୌନ୍ଦର୍ଯିକରଣ କାମ ବିନା ଟେଣ୍ଡରରେ କାର୍ଯ୍ୟାଦେଶ ପ୍ରଦାନ କରି ଏହି ଦଶନ୍ଧିର ସବୁଠାରୁ ବଡ ଦୁର୍ନୀତି କରିଛନ୍ତି ତେଣୁ ଏହି ଅପାରଗତା ଓ ଦୁର୍ନୀତିର ପର୍ଦ୍ଦାଫାଶ ପାଇଁ ଭିଜିଲେନ୍ସ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ନଗର କଂଗ୍ରେସ ଦାବି କରିଛି। ନଗର କଂଗ୍ରେସ ସଭାପତି ବୁଲୁ ଦାନୀଙ୍କ ଆବାହକତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟକାରି ସଭାପତି ମନିଷ ମିଶ୍ର, ସନ୍ତକ ବହିଦାର, ଅଜୟ ବାଲି, ସାନନ୍ଦ ମିଶ୍ର, ଅସିତ ମିଶ୍ର, ଚିନ୍ମୟ ବେହେରା, ନିତିଶ ପଧାନ, ବ୍ରଜ ସେଠୀ, ସୋହନ ନାଏକ, ରିତେଶ ବେଦବାକ, ଆୟୁଷ କମ୍ପ, ଆବ୍ରାହମ ନାଗ, ପ୍ରେମରାଜ ମାଝି, ଅଭିଜିତ ସିଂ, ବେଲାର, ପ୍ରିତମ ସୁନା, ଦିପ୍ତି ରଞ୍ଜନ, ସମୀର, ରିପୁନ ପଧାନ, ରାଜେଶ ପ୍ରମୂଖ ଉପସ୍ଥିତ ଥିଲେ । ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ରଙ୍କୁ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ପ୍ରଦାନ କରାଯାଇଥିଲା ।


News Comment




Photo in News

Advertisment
Lastest News
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026
  ଜିଲ୍ଲା  
ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ   21-Sep-2026
  ଜିଲ୍ଲା  
ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   21-Sep-2026
  ଜିଲ୍ଲା  
ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   21-Sep-2026
  ଜିଲ୍ଲା  
ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   21-Sep-2026
  ଜିଲ୍ଲା  
*ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   21-Sep-2026
  ଜିଲ୍ଲା  
ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   21-Sep-2026
  ଜିଲ୍ଲା  
ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   21-Sep-2026
  ଜିଲ୍ଲା  
ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   21-Sep-2026
  ଜିଲ୍ଲା  
ଟ୍ରେନ ଧକ୍କାରେ ଯୁବକର ହାତ ଅଲଗା ହେଲା   21-Sep-2026
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026

You Might Also Like