-+91-9937148622 |
prerana_bgr@rediffmail.com |
Saturday 7th March 2026 |
R.N.I. Regd No. ODIODI/2010/46693
Breaking News
15-Sep-2025
ବିନିକା(ହିମାଂଶୁ ଶେଖର ପୁଟେଲ)ବିନିକା ବ୍ଲକ ସେଲେଡି ପଞ୍ଚାୟତ ତୁଲୁଣ୍ଡୁପାଲି ଗ୍ରାମରେ ମଦ ମୃତ୍ୟୁ ଅଭିଯୋଗ ପରେ ଅବକାରୀ ବିଭାଗର ତତ୍ପରତା ପ୍ରକାଶ ପାଇଛି l ଆଜି ବିନିକା ଅବକାରୀ ବିଭାଗ,ମୋବାଇଲ ୟୁନିଟ ଟିମ ଓ ରେଞ୍ଜ ଅବକାରୀ ଟିମ ମିଳିତ ଭାବରେ ବିନିକା ବ୍ଲକର ବିଭିନ୍ନ ସ୍ଥାନରେ ଚଢାଉ କରି ବିପୁଳ ମାତ୍ରା ରେ ମଦ ଜବତ କରିବା ସହ ୩ ଜଣ ଅଭିଯୁକ୍ତକୁ ଗିରଫ କରିଛି l ସୁଚନା ଅନୁସାରେ ଅବକାରୀ ଇନ୍ସପେକ୍ଟରଙ୍କ ନେତୃତ୍ଵରେ ବିନିକା ଓ ସୋନପୂର ମୋବାଇଲ ୟୁନିଟ ଟିମ ଶଙ୍କରା, କୌଡ଼ିଆମୁଣ୍ଡା, ଓ ସେଲେଡି ଗ୍ରାମରୁ ୧୨୦ ଲିଟର ମଦ ଜବତ କରିବା ସହ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ଗିରଫ ହୋଇଥିବା ଅଭିଯୁକ୍ତ ମାନେ ହେଲେ ନରେଶ ଲବଣୀଆ, ଜୟରାମ ତରିଆ, ଓ ସୁବାସ ମହାକୁର l ଏନେଇ ଅବକାରୀ ଥାନରେ ପୃଥକ୍ ପୃଥକ୍ ଭାବେ ୩ ଟି ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଇନ୍ସପେକ୍ଟର ସୂଚନା ଦେଇଛନ୍ତି l