-+91-9937148622 |
prerana_bgr@rediffmail.com |
Tuesday 10th March 2026 |
R.N.I. Regd No. ODIODI/2010/46693
Breaking News
14-Sep-2025
ବିନିକା(ହିମାଂଶୁ ଶେଖର ପୁଟେଲ)ଆଜିଠାରୁ ଷୋହଳ ପୂଜା ଆରମ୍ଭ ହୋଇଛି।ଏଥିପାଇଁ ବିନିକା ଅଞ୍ଚଳର ବିଭିନ୍ନ ସ୍ଥାନରେ ରହିଥିବା ମାଁ ମାହେଶ୍ୱରୀଙ୍କ ଶକ୍ତିପୀଠ ଉତ୍ସବ ମୁଖରିତ ହୋଇଉଠିଛି।ପାରମ୍ପରିକ ପୁଜା ବିଧି ରୀତିନୀତି ଅନୁଯାୟୀ ଏହା ୧୬ଦିନ ଧରି ଚାଲିବ ।ଆଜି ପ୍ରଥମ ଦିନରେ ମାଁ ମାହେଶ୍ୱରୀ ମନ୍ଦିରରୁ ବାହାରି ଢୋଲ,ନିଶାନ ଓ ଘଣ୍ଟ ବାଦ୍ୟର ତାଳେ ତାଳେ ଶୋଭାଯାତ୍ରା ମାଧ୍ୟମରେ ନିକଟସ୍ଥ ବନ୍ଧକୁ ସ୍ନାନ ପାଇଁ ଯାଇଥିଲେ ।ଏହି ଅବସରରେ ମାଁ ଙ୍କ ଦର୍ଶନ ପାଇଁ ମନ୍ଦିର ପରିସରରେ ଭକ୍ତଙ୍କ ନାହିଁ ନଥିବା ଭିଡ ପରିଲକ୍ଷିତ ହୋଇଥିଲା।ସୂଚନା ଅନୁସାରେ ଶୁକ୍ଳ ପକ୍ଷ ସପ୍ତମୀ ଦିନ ଠାରୁ ଭାଇ ଜିଉଁ ତିଆ ଅର୍ଥାତ ନବମୀ ପର୍ଯ୍ୟନ୍ତ ପୂଜା ଅନୁଷ୍ଟିତ ହୋଇଥାଏ । ଭାଇ ଜିଉଁତିଆ ଦିନ ବାଡ଼ି ଦେବତା ନିଜ ଗାଁ ମନ୍ଦିରରୁ ଛତର ସହ ବାହାରନ୍ତି ।ପୁଅ ଜିଉଁତିଆ ଠାରୁ ଆରମ୍ଭ ହୋଇଥିବା ଏହି ପୂଜା ପାଇଁ ବିନିକା ଅଞ୍ଚଳର ଫୁଲମୁଠି,ଗୁଳୁଣ୍ଡା, ଡଭଲା, ଅରିଗାଁ,ବଲାରଙ୍ଗା,ଭଣ୍ଡାର,କର୍ଡଙ୍ଗ,ଗଡଗଡ ବାହାଲ ପ୍ରଭୃତି ସ୍ଥାନ ଉତ୍ସବ ମୁଖର ହୋଇଉଠିଛି।