-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
13-Sep-2025
ବଲାଙ୍ଗିର(ପ୍ରେରଣା ଖବର) ଗତକାଲି ବଲାଙ୍ଗୀର ଟାଉନ ବାଳିକ ଉଚ୍ଚ ବିଦ୍ୟାଳୟ ଠାରେ ହିନ୍ଦୀ ପକ୍ଷ ମହାସମାରୋହରେ ପାଳିତ ହୋଇଯାଇଛି । ସ୍କୁଲର ପ୍ରଧାନଶିକ୍ଷକ ନରେନ୍ଦ୍ରନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ରାମଗୋପାଳ ହିନ୍ଦୀ ହାଇସ୍କୁଲର ପୂର୍ବତନ ପ୍ରଧାନଶିକ୍ଷକ ମନୋରଂଜନ ସାହୁ ଦେଶର ଏକତା ଓ ଅଖଣ୍ଡତା ପାଇଁ ସରକାରୀ ଭାଷା ହିନ୍ଦୀର ପ୍ରୟୋଗ ଓ ପ୍ରଚାରପ୍ରସାର ଉପରେ ନିଜର ଅଭିଭାଷଣ ରଖି ଥିଲେ । କାର୍ଯ୍ୟକ୍ରମକୁ ହିନ୍ଦୀ ଶିକ୍ଷକ କୃଷ୍ଣ ଚନ୍ଦ୍ର ବାଗ ସଂଯୋଜନା କରିଥିଲେ। ସହଶିକ୍ଷକ ସତ୍ୟାନନ୍ଦ ବିଶ୍ୱଲ ହିନ୍ଦୀ ପକ୍ଷ ପାଳନର ତାତ୍ପର୍ଯ୍ୟ ସଂପର୍କରେ ମତ ରଖିଥିଲେ।ଶେଷରେ ସ୍କୁଲର ଶିକ୍ଷୟିତ୍ରୀ ଅରୁନ୍ଧତୀ ବଢ଼େଇ ଧନ୍ୟବାଦ ଅର୍ପଣ କରି ଥିଲେ। ଏଥିରେ ସ୍କୁଲର ସମସ୍ତ ଛାତ୍ରୀ ଓ ଶିକ୍ଷକ, ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ।