-+91-9937148622 |
prerana_bgr@rediffmail.com |
Wednesday 11th March 2026 |
R.N.I. Regd No. ODIODI/2010/46693
Breaking News
13-Sep-2025
ବଲାଙ୍ଗିର(ପ୍ରେରଣା ଖବର) ଆଜି ବଲାଙ୍ଗୀର ଟାଉନ ବାଳିକ ଉଚ୍ଚ ବିଦ୍ୟାଳୟ ଠାରେ ହିନ୍ଦୀ ପକ୍ଷ ମହାସମାରୋହରେ ପାଳିତ ହୋଇଯାଇଛି । ସ୍କୁଲର ପ୍ରଧାନଶିକ୍ଷକ ନରେନ୍ଦ୍ରନାଥ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ରାମଗୋପାଳ ହିନ୍ଦୀ ହଇସ୍କୁଲର ପୂର୍ବତନ ପ୍ରଧାନ ଶିକ୍ଷକ ମନୋରଂଜନ ସାହୁ ଦେଶର ଏକତା ଓ ଅଖଣ୍ଡତା ପାଇଁ ସରକାରୀ ଭାଷା ହିନ୍ଦୀ ର ପ୍ରୟୋଗ ଓ ପ୍ରଚାରପ୍ରସାର ଉପରେ ନିଜର ଅଭିଭାଷଣ ରଖିଥିଲେ । କାର୍ଯ୍ୟକ୍ରମକୁ ହିନ୍ଦୀ ଶିକ୍ଷକ କୃଷ୍ଣ ଚନ୍ଦ୍ର ବାଗ ସଂଯୋଜନା କରିଥିଲେ । ସହଶିକ୍ଷକ ସତ୍ୟାନନ୍ଦ ବିଶ୍ୱଲ ହିନ୍ଦୀ ପକ୍ଷ ପାଳନ ର ତାତ୍ପର୍ଯ୍ୟ ସଂପର୍କରେ ମତ ରଖିଥିଲେ । ଶେଷରେ ସ୍କୁଲର ଶିକ୍ଷୟିତ୍ରୀ ଅରୁନ୍ଧତୀ ବଢ଼େଇ ଧନ୍ୟବାଦ ଅର୍ପଣ କରିଥିଲେ । ଏଥିରେ ସ୍କୁଲର ସମସ୍ତ ଛାତ୍ରୀ ଓ ଶିକ୍ଷକ,ଶିକ୍ଷୟିତ୍ରୀ ଅଂଶଗ୍ରହଣ କରିଥିଲେ ।