-+91-9937148622 |

prerana_bgr@rediffmail.com |

  Wednesday 23rd September 2026 |

| | | |

R.N.I. Regd No. ODIODI/2010/46693

Breaking News

ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ    (22-Sep-2026)       ||      ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   (22-Sep-2026)       ||      ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   (22-Sep-2026)       ||      ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ    (22-Sep-2026)       ||      *ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   (22-Sep-2026)       ||      *୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   (22-Sep-2026)       ||      *ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   (22-Sep-2026)       ||      ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   (22-Sep-2026)       ||      ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ    (22-Sep-2026)       ||      ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   (22-Sep-2026)       ||      ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ    (22-Sep-2026)       ||      କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   (22-Sep-2026)       ||      ନବଭାରତ ସାକ୍ଷରତା ଅଭିଯାନ କାର୍ଯ୍ୟକ୍ରମ    (21-Sep-2026)       ||      ଲୋଇସିଂହା ବ୍ଳକ୍ କଳାକାର ସଂଘ ର ବୈଠକ   (21-Sep-2026)       ||      ବିକେପି ରାଜ୍ୟ ସଭାପତି କଳାହାଣ୍ଡି ଗସ୍ତ କାର୍ଯ୍ୟକ୍ରମ କୁ ନେଇ ପ୍ରସ୍ତୁତି ବୈଠକ।   (21-Sep-2026)       ||      ଡୁଙ୍ଗୁରିପାଲି ହାଇସ୍କୁଲରେ ବିଜ୍ଞାନ ନାଟକ ପ୍ରତିଯୋଗିତା ଅନୁଷ୍ଠିତ: ମାୟାବର୍ହା ହାଇସ୍କୁଲ ଜିଲ୍ଲା ସ୍ତରକୁ ମନୋନୀତ   (21-Sep-2026)       ||      *ସୁବର୍ଣ୍ଣପୁର ବରିଷ୍ଠ ନାଗରିକ ସଂଘ ର ବାର୍ଷିକ ଉତ୍ସବ ପାଳନ*-   (21-Sep-2026)       ||      ସିଲାଟିରେ ବ୍ଲକ ସ୍ତରୀୟ ଦୌଡକୁଦ ପ୍ରତିଯୋଗିତା   (21-Sep-2026)       ||      ବରପାଲି ବ୍ଲକ ସନାତନୀ ବ୍ରାହ୍ମଣ ସମାଜର ଇନ୍ଦ୍ର ପୂଜା   (21-Sep-2026)       ||      ଗ୍ରିଣ୍ଡୋଲା ଗ୍ରାମରେ ମା ଖୁଦୁରୁକୁଣି ପୂଜା ସମ୍ପନ୍ନ   (21-Sep-2026)       ||     

HOME   ଜିଲ୍ଲା

ଘର ପାଚେରୀ ଭାଙ୍ଗି ଭିତରକୁ ପଶିଗଲା କାର,ଅଳ୍ପକେ ବର୍ତିଲେ ପରିବାର(କୃଷି ଅଧିକାରୀଙ୍କୁ ନେଇ ସନ୍ଦେହ)

13-Sep-2025



ବିନିକା(ହିମାଂଶୁ ଶେଖର ପୁଟେଲ)ଗତକାଲି ରାତି ପ୍ରାୟ ୧୦ରୁ ୧୧ଘଣ୍ଟା ସମୟରେ ଦୃତ ଗତିରେ ଆସୁଥିବା ଏକ କାର ଅଚାନକ ଭାରସାମ୍ୟ ହରାଇ ଏକ ଘରର ପାଚେରୀ ଭାଙ୍ଗି ଦେଇ ଘରକୁ ପଶି ଯାଇଥିଲା ।ଫଳରେ ଘରେ ଥିବା ପରିବାର ଅଳ୍ପକେ ମୃତ୍ୟୁ ମୁଖରୁ ବଞ୍ଚି ଯାଇଛନ୍ତି ।ଘଟଣାଟି ଘଟିଛି ସୁବର୍ଣ୍ଣପୁର ଜିଲ୍ଲା ବିନିକା ରାମପୁର ମୁଖ୍ୟ ରାସ୍ତାର ବିନିକା ଠାରୁ ୩କିମି ଦୂର ବେଲପଡ଼ା ଛକରେ। କାରଟି ଦୃତ ଗତିରେ ରାମପୁର ପଟରୁ ବିନିକା ଆଡ଼କୁ ଆସୁଥିଲା ହେଲେ ଅଚାନକ ଭାରସାମ୍ୟ ହରାଇ ବେଲ ପଡ଼ା ଛକ ନିକଟରେ ଏକ ଘରର ପାଚେରୀ କୁ ଭାଙ୍ଗି ଦେଇ ଘରକୁ ମାଡ଼ି ଯାଇଥିଲା ଗାଡ଼ିରେ ଥିବା ୪ଜଣ ବ୍ୟକ୍ତି ମଧ୍ୟ ବର୍ତୀ ଯାଇଥିବା ବେଳେ ଘର ପରିବାର ଲୋକେ ମଧ୍ୟ ମୃତ୍ୟୁ ମୁଖରୁ ବର୍ତୀ ଯାଇଛନ୍ତି ।କାରରେ ବସିଥିବା ୪ବ୍ୟକ୍ତିଙ୍କ ମଧ୍ୟରୁ ଜଣେ ସାମାନ୍ୟ ଆହତ ହୋଇ ବିନିକା ମେଡ଼ିକାଲରେ ଚିକିତ୍ସା ହୋଇଥିବା ସୂଚନା ମିଳିଛି।ସୂଚନା ଯୋଗ୍ୟ ଯେ କାରର ମାଲିକ କୁଆଡେ ବିନିକା କୃଷି ଅଧିକାରୀ ଜ୍ୟୋତି ରଞ୍ଜନ ପ୍ରଧାନଙ୍କ ବୋଲି ଜଣାପଡିଛି ।ତେବେ ଗାଡ଼ିଟିକୁ କୃଷି ଅଧିକାରୀ ଚଳାଉ ଥିଲେ ନା ଆଉ କିଏ ଚଳାଇଥିଲା ତାହା ସ୍ବଷ୍ଟ ଭାବେ ଜଣା ପଡି ନଥିଲେ ମଧ୍ୟ ନିଜେ କୃଷି ଅଧିକାରୀ ଚଳାଉ ଥିଲେ ବୋଲି ସାଧାରଣରେ ଶୁଣିବାକୁ ମିଳୁଛି।  ଦୁର୍ଘଟଣା ଗାଡ଼ି କୁ ପୋଲିସ ଜବତ କରିଥିବା ବେଳେ ମଦ ପାନ କରି ବେପରୁଆ ଭାବେ ଗାଡ଼ି ଚଲାଇବା ନେଇ ବିନିକା ଥାନା କେସ ନଂ ୧୮୩/୨୦୨୫,ବିଏନଏ ୨୮୧ ଓ ଏମଭି ଆକଟ ୧୮୫ ମାମଲା ରୁଜୁ ହୋଇଛି। ଅନ୍ୟ ପକ୍ଷରେ ଗାଡ଼ି ଚଲାଇବା ବେଳେ ଗାଡ଼ିର ଡ଼୍ରାଇଭର ମାନେ ପରିବହନ ବିଭାଗ ଜାରି କରିଥିବା ନିୟମ ପାଳନ କରିବା ନେଇ ବିଭିନ୍ନ ସମୟରେ ପ୍ରଶାସନିକ ସ୍ତରରେ ସଚେତନତା ଅଭିଯାନ ଚାଲୁ ରହିଛି। କୌଣସି ବ୍ୟକ୍ତି ନିଶା ଦ୍ରବ୍ୟ ହେଉ ଅବା ମଦ ପିଇ ଗାଡ଼ି ଚଲାଇବା ଉପରେ କଟକଣା ରହିଥିବା ଏବଂ ସେହି ବ୍ୟକ୍ତି ଉପରେ କଡା କାର୍ଯ୍ୟାନୁଷ୍ଠାନ ସହିତ ଫାଇନ ବ୍ୟବସ୍ଥା ରହିଥିଲେ ହେଁ ପୋଲିସ ପ୍ରଶାସନ ହେଉ କି ପରିବହନ ବିଭାଗ ଜାଣିଶୁଣି  ବଡ଼ବଡ଼ିଆ ଲୋକଙ୍କ କ୍ଷେତ୍ରରେ କୋହଳ ମନୋଭାବ ପୋଷଣ କରୁଥିବା ସାଧାରଣରେ ଚର୍ଚା ହେଉଛି। ବିନିକା କୃଷି ଅଧିକାରୀ କୁଆଡେ ପ୍ରାୟ ଦିନ ମାନଙ୍କରେ ମଦ ସେବନ କରୁଥିବା ଏବଂ କୃଷି ସମ୍ବନ୍ଧୀୟ କୌଣସି ଗୁରୁତ୍ତ୍ଵ ପ୍ରସଙ୍ଗ ଉପରେ ଲୋକେ ବୁଝିବାକୁ ଗଲେ ତାଙ୍କର ଦେଖା ସକ୍ଷାତ ମିଳି ନ ଥାଏ ବୋଲି କେତେକ ଚାଷୀ କୁହାକୁହି ହେଉଛନ୍ତି ।ତେବେ ମଦ ପିଇ କାର ଚଳାଉଥିବା ଗାଡ଼ି ଚାଳକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ସହିତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରି ପଦକ୍ଷେପ ନେବା ଆବଶ୍ୟକ ବୋଲି ବୁଦ୍ଧିଜୀବୀ ମହଲରେ ମତ ପ୍ରକାଶ ପାଇଛି।


News Comment




Photo in News

Advertisment
Lastest News
  ଜିଲ୍ଲା  
ଯୁବ ସଂଗଠକ ସଂଜୀବ ବାବୁଙ୍କ ଅକାଳ ବିୟୋଗ   22-Sep-2026
  ଜିଲ୍ଲା  
ଚାଉଳ, ଅଣ୍ଡା, ଡାଲି ଲୁଟିନେଲେ ପାଚିକା । ଧାରଣା ଦେଲେ ଛାତ୍ର ଛାତ୍ରୀ।   22-Sep-2026
  ରାଜ୍ୟ  
ବଲାଙ୍ଗୀର ଟାଉନ୍ ଥାନା ପୋଲିସର ଚଢ଼ାଉ: ୬୦ ବୋତଲ ଏସ୍କଫ୍ କଫ୍ ସିରପ୍ ଜବତ, ଯୁବକ ଗିରଫ   22-Sep-2026
  ଜିଲ୍ଲା  
ବିଲରେ ଘାସ ବାଛୁଥିବା ବେଳେ ବିଜୁଳି ମାଡ଼ରେ ଗୀତାଞ୍ଜଳୀ ଖର୍ସେଲ ମୃତ   22-Sep-2026
  ଜିଲ୍ଲା  
*ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ୩ କ୍ଵିଣ୍ଟାଲ ଗଞ୍ଜେଇ ଜବତ*-   22-Sep-2026
  ଜିଲ୍ଲା  
*୫ କ୍ଵିଣ୍ଟାଲ ୪୦ କେଜି , ୫ କୋଟି ମୂଲ୍ୟ ର ଗଞ୍ଜେଇ ସହ ୨ କାର,୧ ବାଇକ୍ ଜବତ; ୩ ଗିରଫ*-   22-Sep-2026
  ଜିଲ୍ଲା  
*ଡାବୁଗାଁ ରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ*   22-Sep-2026
  ଜିଲ୍ଲା  
ନିଶା କବଳରେ ଯୁବପିଢ଼ି - ମଦ ଗଞ୍ଜେଇ ନାମକୁ ମାତ୍ର ବଦନାମ, ନିଶା ବଟିକା ଓ କଫସିରପ ଯୋଗୁଁ ଅବାଟରେ ଦେଶର ଭବିଷ୍ୟତ   22-Sep-2026
  ରାଜ୍ୟ  
ନବନିର୍ମାଣ କୃଷକ ସଂଗଠନର ରାଜ୍ୟ ମୁଖ୍ୟଙ୍କ ସହ ପ୍ରମୁଖ ନେତୃତ୍ୱ ଓଜେସିରେ ସାମିଲ ଚାଷୀଙ୍କ ପାଇଁ ଲଢ଼ିବୁ, ଚାଷୀଙ୍କୁ ନେଇ ବଢ଼ିବୁ : ମହମ୍ମଦ ମୋକିମ୍ ଚାଷୀଙ୍କ ଦଳ ହେବ ଓଜେସି : ଶେଷଦେବ ନନ୍ଦ   22-Sep-2026
  ଜିଲ୍ଲା  
ମଲମୁଣ୍ଡା ଆଞ୍ଚଳିକ ସାଧନ କେନ୍ଦ୍ରଅଞ୍ଚଳରେ ନବ ଭାରତ ସାକ୍ଷରତା ପରୀକ୍ଷା ସଫଳତାର ସହ ଅନୁଷ୍ଠିତ   22-Sep-2026
  ଜିଲ୍ଲା  
ଓମ୍ଫେଡକୁ ମିଳିଲା ଟାଇମ୍ସ ଆଇକନ୍ ପୁରସ୍କାର-୨୦୨୬♦️ଦୁଗ୍ଧ କ୍ଷେତ୍ରରେ ଉତ୍କର୍ଷତା ଓ   22-Sep-2026
  ଜିଲ୍ଲା  
କନବାର ପିମ୍ ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟର ଶତବାର୍ଷିକୀ ପାଇଁ ପ୍ରସ୍ତୁତି ବୈଠକ   22-Sep-2026

You Might Also Like