-+91-9937148622 |
prerana_bgr@rediffmail.com |
Thursday 30th April 2026 |
R.N.I. Regd No. ODIODI/2010/46693
Breaking News
12-Sep-2025
(ପ୍ରିୟଦର୍ଶିନୀ ପାତ୍ର)
ଗଣେଶ ଭସାଣି ଅବସରରେ ଯୋଗଦେଲେ ଜିଲ୍ଲାପରିଷଦ ଅଧକ୍ଷ ମତିରାମ ନାୟକ।ଜଗନ୍ନାଥ ମନ୍ଦିର ନିକଟ ବିଗ୍ନେଶ୍ୱର ଗଣେଶ ପୂଜା କମିଟି ଦ୍ଵାରା ଆୟୋଜିତ ବିରାଟକାୟ ଗଣେଶ ମେଢ଼କୁ ବିରାଟ ପଟୁଆରରେ ବିସର୍ଜନ କରାଯାଇଛି। ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ନାଚ ଗୀତର ତାଳେ ତାଳେ କ୍ଳବର୍ ସଦସ୍ୟମାନଙ୍କ ସହିତ ଗ୍ରାମ ବାସୀ ଅତି ଆନନ୍ଦ ଉଲ୍ଲାସରେ ଝୁମିଥିଲେ। ବହୁ ଦୂର ଦୂରାନ୍ତରୁ ପୂଜା କମିଟି ଗୁଡିକ ଦାମିକିଆ ଡି ଜେ ସାଉଣ୍ଡ , ଆଦିବାସୀ ଲୋକ ନୃତ୍ୟ ଓ ଆଧୁନିକ ସଙ୍ଗୀତ ପରିବେଷଣରେ ଲୋକେ ମସଗୁଲ ହୋଇଥିଲେ । ଶାନ୍ତି ଶୃଙ୍ଖଳା ରକ୍ଷା କରିବା ସହିତ ଟ୍ରାଫିକ ବ୍ୟବସ୍ଥା ପାଇଁ ପୋଲିସ ବ୍ୟାପକ ବନ୍ଦୋବସ୍ତ କରିଥିଲେ।