-+91-9937148622 |

prerana_bgr@rediffmail.com |

  Sunday 20th September 2026 |

| | | |

R.N.I. Regd No. ODIODI/2010/46693

Breaking News

ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   (19-Sep-2026)       ||      ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ    (19-Sep-2026)       ||      ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   (19-Sep-2026)       ||      ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   (19-Sep-2026)       ||      ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   (19-Sep-2026)       ||      ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   (19-Sep-2026)       ||      କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   (19-Sep-2026)       ||      ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   (19-Sep-2026)       ||      ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା    (19-Sep-2026)       ||      *ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   (19-Sep-2026)       ||      ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର    (19-Sep-2026)       ||      "ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   (19-Sep-2026)       ||      ସମାଜସେବୀଙ୍କ ବଦାନ୍ୟତା♦️ ହଜାଇଥିବା ଟଙ୍କା ଓ ପର୍ସ୍ ଫେରାଇଲେ    (18-Sep-2026)       ||      ଅଖିଳ ଭାରତୀୟ ସାହିତ୍ୟ ପରିଷଦ ତରଫରୁ ଗଙ୍ଗାଧର ମେହେର ସାହିତ୍ୟ କୁ ନେଇ ଆଲୋଚନାଚକ୍ର    (18-Sep-2026)       ||      ରାମପୁର ମେହେର ପଡା ଗଣେଶ ପୂଜା ଅବସରରେ ଡାନ୍ସ ଧମାକା   (18-Sep-2026)       ||      ଜିଲ୍ଲା ଖେଳକୁଦ ପାଇଁ ବ୍ଲକସ୍ତରୀୟ ଖେଳକୁଦ ଚୟନ ଶିବିର   (18-Sep-2026)       ||      କେନାଲ ପାଣିରେ ଗୋଡ଼ ଖସି ବୃଦ୍ଧଙ୍କ ମୃତ୍ୟୁ ଅଗ୍ନିଶମ ବିଭାଗ ପକ୍ଷରୁ ମୃତ ଦେହ ଉଦ୍ଧାର   (18-Sep-2026)       ||      *ଗିର୍ଲା ଗ୍ରାମରେ ପୋଖୋରିରେ ବୁଡି ଯୁବକ ମୃତ*   (18-Sep-2026)       ||      ଶିଆରମାଲ ଗାଁର ୨୯ ଜଣଙ୍କୁ ଜଙ୍ଗଲ ଜମି ପଟ୍ଟା ପ୍ରଦାନ   (18-Sep-2026)       ||      ଦକ୍ଷିଣ ଆଫି୍ରକାର କେପ୍‌ଟାଉନ୍‌ଠାରେ ବାଚସ୍ପତି ରାଜ୍ୟ ଗୋଷ୍ଠୀ ମହିଳା ସଂସଦ କାର୍ଯ୍ୟକ୍ରମରେ ଯୋଗଦାନ   (18-Sep-2026)       ||     

HOME   ଜିଲ୍ଲା

ଡିଜିଟାଲ କୃଷି ସର୍ବେକ୍ଷଣ କାର୍ଯ୍ୟକୁ ଶତ ପ୍ରତିଶତ ନିର୍ଭୁଲ କରିବାକୁ ମୁଖ୍ୟ ଶାସନ ସଚିବଙ୍କ ଗୁରୁତ୍ୱ: ଜିଲ୍ଲାପାଳମାନଙ୍କ ସହିତ ଆଲୋଚନା

11-Sep-2025



ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ 

ଭୁବନେଶ୍ୱର(ପ୍ରେରଣା ଖବର): ରାଜ୍ୟରେ ଚାଲୁ ରହିଥିବା ଡିଜିଟାଲ କୃଷି ସର୍ବେକ୍ଷଣ-୨୦୨୫  କାର୍ଯ୍ୟ ଅଗ୍ରଗତି ସଂପର୍କରେ ଆଜି ମୁଖ୍ୟ ଶାସନ ସଚିବ ଶ୍ରୀ ମନୋଜ ଆହୁଜା ସମୀକ୍ଷା କରିଥିଲେ ।  ଲୋକସେବା ଭବନରେ   ଅନୁ​ଷ୍ଠିତ ଏହି ବୈଠକରେ କୃଷି  ଓ କୃଷକ ସଶକ୍ତିକରଣ  ବିଭାଗ ପ୍ରମୁଖ  ଶାସନ ସଚିବ ଡଃ. ଅରବିନ୍ଦ କୁମାର ପାଢ଼ୀ, କୃଷି ନିର୍ଦ୍ଦେଶକ ଶ୍ରୀ ଶୁଭମ ସକ୍ସେନା, କୃଷି  ବିଭାଗର ଅନ୍ୟ ପଦାଧିକାରୀ ଏବଂ ଓକାକର ମୁଖ୍ୟ କାର୍ଯ୍ୟ ନିର୍ବାହୀ ଅଧିକାରୀ ପ୍ରମୁଖ ଉପସ୍ଥିତ       ଥିଲେ । ଜିଲ୍ଲାପାଳମାନେ ଆଭାସୀ ମାଧ୍ୟମରେ ବୈଠକରେ ଯୋଗଦେଇଥିଲେ ।
ଚଳିତ ମାସ ସେପ୍ଟେମ୍ବର ୧୦  ତାରିଖ ସୁଦ୍ଧା ଡିଜିଟାଲ କ୍ରପ୍‌ ସର୍ଭେ କାର୍ଯ୍ୟ  ଅଗ୍ରଗତି ତଥ୍ୟରୁ   ଜଣାଯାଇଛି ଯେ, ରାଜ୍ୟର ୩୦ ଟି  ଜିଲ୍ଲାର  ମୋଟ ଚିହ୍ନଟ ୨ କୋଟି ୯୪ ଲକ୍ଷ ୭୨ ହଜାର ୩୭୪ ସଂଖ୍ୟକ ପ୍ଲଟ  ମଧ୍ୟରୁ ମୋଟ ୨ କୋଟି ୪୯ ଲକ୍ଷ ୮୪ ହଜାର ୫୪ ଟି ପ୍ଲଟ ସର୍ବେକ୍ଷଣ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା, ଯାହାକି ମୋଟ ପ୍ଲଟ ସଂଖ୍ୟାର ୮୫ ପ୍ରତିଶତ । ଏଥିପାଇଁ ୨୮ ହଜାର ୮୬୭ ଜଣ ସର୍ଭେୟରଙ୍କୁ ନିୟୋଜିତ କରାଯାଇ                      ଅଦ୍ୟାବଧି ୧ କୋଟି ୫୪ ଲକ୍ଷ ୮୦ ହଜାର ୬୭୫ ଟି ପ୍ଲଟ ସର୍ବେକ୍ଷଣ କରିସାରିଛନ୍ତି । ଯାହାକି ୫୨.୫୩ % ଏବଂ ସେଥିରୁ ୪୯.୩୦ % ସର୍ବେକ୍ଷଣ ଅନୁମୋଦନ କରାଯାଇଛି ।
ଅନୁମୋଦନ କରାଯାଇନଥିବା ଡିଜିଟାଲ ସର୍ବେକ୍ଷଣ ମଧ୍ୟରୁ ଜଣାଯାଇଛି ଯେ, ସେଥିରେ ସର୍ବେକ୍ଷଣରେ କେତେକ ଅସାମଞ୍ଜସ୍ୟ ପରିଲ୍ଲଖିତ ହୋଇଛି ।  ଚାଷ ଅନୁସାରେ ଜମିର ଠିକ୍ ଭାବରେ ଫଟୋ ନିଆଯାଇନଥିବା, ଫସଲ ସମୟରେ ଫଟୋ ନିଆନଯାଇ ଫସଲ ପୂର୍ବରୁ ଫଟୋ ନିଆଯାଇଥିବା,  ଗୋଟିଏ ପ୍ଲଟରୁ ଫଟୋ ନିଆଯାଇ  ଅନ୍ୟ ପ୍ଳଟ ତଥ୍ୟରେ ଫଟୋ ଅପଲୋଡ କରାଯାଇଥିବା,  ଏକା ସର୍ବେକ୍ଷଣକାରୀ ଗୋଟିଏ ପ୍ରକାର ଫଟୋକୁ ଏକାଧିକ କେତେକ ପ୍ଲଟ ପାଇଁ ବ୍ୟବହାର କରିଥିବା, ପଡିଆ ଭୂମି ଯାଗାରେ ଧାନ ଚାଷ ହୋଇଥିବା ଦର୍ଶାଇଥିବା ଭଳି  ସର୍ବେକ୍ଷଣରେ ତୃଟି ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଛି ।  ଏହି ତ୍ରୁଟିକୁ ଗୁରୁତର ସହିତ ନେଇ ଏହାକୁ ସୁଧାରିବା ସହ ଏଭଳି ତ୍ରୁଟି କରିଥିବା ସର୍ଭେୟର, ସୁପରଭାଇ ତଥା ସଂପୃକ୍ତ ଅଧିକାରୀମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ମୁଖ୍ୟ ଶାସନ ସଚିବ ନିର୍ଦ୍ଦେଶ ଦେଇଛନ୍ତି ।
ଆସନ୍ତା ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ସର୍ବେକ୍ଷଣ କାର୍ଯ୍ୟ ସାରିବା ଏବଂ ସୁପରଭାଇଜରମାନଙ୍କୁ ଶତ ପ୍ରତିଶତ ସର୍ବେକ୍ଷଣ ତଦାରଖ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।  ବ୍ଲକ ସ୍ତରୀୟ, ଜିଲ୍ଲାସ୍ତରୀୟ ଟିମକୁ ଦିଆଯାଇଥିବା ନିର୍ଦ୍ଦେଶନାମା ଅନୁସାରେ ସର୍ବେକ୍ଷଣ ଯାଞ୍ଚ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଯଦି କୌଣସି ସ୍ଥଳରେ ସର୍ବେକ୍ଷଣରେ ତଥ୍ୟରେ ମିଥ୍ୟା ବା ଠକେଇ କରାଯାଇଥିବା ଜଣାପଡେ, ସେହି ସର୍ଭେୟରମାନଙ୍କୁ ସେମାନଙ୍କର ପ୍ରାପ୍ୟ ମିଳିବ ନାହିଁ ଓ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦିଆଯାଇଥିବା କୃଷି ବିଭାଗ ପ୍ରମୁଖ ଶାସନ ସଚିବ ଜଣାଇଛନ୍ତି । ଆହୁରି ମଧ୍ୟ ଯଦି ତ୍ରୁଟି କରିଥିବା କୌଣସି ସର୍ଭେୟରଙ୍କୁ ସର୍ଭେକ୍ଷଣ ବାବଦରେ ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡେ, ତେବେ ସଂପୃକ୍ତ ସୁପରଭାଇଜର ଓ ଅନ୍ୟ ସଂପୃକ୍ତ ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ  ନିଆଯିବ ବୋଲି କୃଷି ବିଭାଗ ସଚିବ ପ୍ରକାଶ କରିଛନ୍ତି ।  କୃଷି ବିଭାଗ ନିର୍ଦ୍ଦେଶାଳୟ ସ୍ତରରେ ଗୁଣାତ୍ମକ ତଥ୍ୟ (ଡାଟା) ବିଶ୍ଳେଷଣ କରାଯାଉଛି ଏବଂ ଯଦି ଅନୁମୋଦିତ  ସର୍ଭେକ୍ଷଣରେ କୌଣସି ଠକେଇ ପୂର୍ଣ୍ଣ ତଥ୍ୟ ଚିହ୍ନଟ ହୁଏ,  ତେବେ କାର୍ଯ୍ୟାନୁଷ୍ଠାନ  ପାଇଁ  ପଦକ୍ଷେପ ନିଆଯିବ ବୋଲି ବିଭାଗୀୟ ପ୍ରମୁଖ ଶାସନ ମଧ୍ୟ ସୂଚନା ଦେଇଛନ୍ତି । 
ଡିଜିଟାଲ କୃଷି  ସର୍ବେକ୍ଷଣ କାର୍ଯ୍ୟ ଅଗ୍ରଗତି ସଂପର୍କରେ  ମୁଖ୍ୟ ଶାସନ ସଚିବ  ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳଙ୍କ ସହିତ ଆଲୋଚନା ପୂର୍ବକ ସ୍ଥିତି ଅନୁଧ୍ୟାନ କରି ଆବଶ୍ୟକ ପରାମର୍ଶ ଓ ନିର୍ଦ୍ଦେଶ ଦେଇଥିଲେ । ବେନିୟମ  ସର୍ବେକ୍ଷଣ କରିଥିବା ସର୍ବେକ୍ଷଣକାରୀ ଏବଂ ସୁପରଭାଇଜରଙ୍କ ପ୍ରତି ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେ ନିର୍ଦ୍ଦେଶ ଦେବା ସହ ଜିଲ୍ଲାପାଳମାନଙ୍କୁ ନିୟମିତ ସମୀକ୍ଷା  ଓ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।
ମୁଖ୍ୟ ଶାସନ ସଚିବ ମଧ୍ୟ କହିଛନ୍ତି ଯେ, ଡିଜିଟାଲ କୃଷି ସର୍ବେକ୍ଷଣ କୃଷକମାନଙ୍କ ସଂପର୍କରେ  ସଠିକ୍‌ ଗ୍ରହଣ ଓ ତଥ୍ୟ ଆଧାରରେ ସେମାନଙ୍କୁ ସହାୟତା ପ୍ରଦାନରେ  ସହାୟକ ହୋଇଥାଏ,  ଯାହା ତାଙ୍କର ଫସଲ ବୀମା ଓ ଅନ୍ୟାନ୍ୟ ସୁବିଧାକୁ  ନିଶ୍ଚିତ କରିଥାଏ ।  ଏହି କାର୍ଯ୍ୟ  ଜମି ସଂପଦର ସଠିକ୍‌ ବ୍ୟବହାରକୁ ସୁନିଶ୍ଚିତ  କରିବା ସହ  ରାଜ୍ୟ ତଥା  ଦେଶର  ଆର୍ଥିକ ଓ ସାମାଜିକ  ଉନ୍ନତିରେ  ଗୁରୁତ୍ୱପୂର୍ଣ୍ଣ ଭୂମିକା ନିର୍ବାହ କରିବ । ଏଣୁ ଏହି କାର୍ଯ୍ୟରେ ନିୟୋଜିତ ସମସ୍ତ ସର୍ଭେୟର, ସୁପରଭାଇଜର ଏବଂ ବିଭିନ୍ନ ସ୍ତରରେ ଥିବା ତଦାରଖ ଅଧିକାରୀ  ସମସ୍ତେ ସହଯୋଗ କରି  ଡିଜିଟାଲ କୃଷି ସର୍ବେକ୍ଷଣ କାର୍ଯ୍ୟକୁ ଶତପ୍ରତିଶତ ନିର୍ଭୁଲ କରିବାକୁ ମୁଖ୍ୟ ଶାସନ ସଚିବ ପରାମର୍ଶ ଦେଇଛନ୍ତି । 

 


News Comment




Photo in News

Advertisment
Lastest News
  ଜିଲ୍ଲା  
ଭାରତୀୟ ଗଣତନ୍ତ୍ରରେ ଅନେକ ଦିବ୍ୟାଙ୍ଗ ବ୍ୟକ୍ତି ପ୍ରତିନିଧିତ୍ୱ କରି ରାଷ୍ଟ୍ରର ପ୍ରଗତିରେ ନିଜର ଯୋଗଦାନ ଦେଇଛନ୍ତି: ବାଚସ୍ପତି   19-Sep-2026
  ଜିଲ୍ଲା  
ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀଙ୍କ ଦିନିକିଆ ସୁନ୍ଦରଗଡ଼ ଗସ୍ତ   19-Sep-2026
  ଜିଲ୍ଲା  
ଜିଭରେ A ରୁ Z ଟାଇପ୍ କରି ଇଣ୍ଡିଆ ବୁକ୍ ଅଫ୍ ରେକର୍ଡସ ରେ ଦିନେଶ   19-Sep-2026
  ଜିଲ୍ଲା  
ହିଂସା କୁ ପ୍ରଶ୍ରୟ ଦେଉଥିବା ନେତା ଲୋକ ଙ୍କ ସେବା କରି ପାରିବେନି*- *ସରୋଜ କମ୍ପ*- *ଦୀପ ଲିଭି ଲିଭି ଗଲା ବେଳେ ହୁତୁ ହୁତୁ ହୋଇ ଜଳେ* - *ନାରାୟଣ ଲୁହା*-   19-Sep-2026
  ଜିଲ୍ଲା  
ବରପାଲିର ବିଭିନ୍ନ ପୂଜା ମଣ୍ଡପ ପରିଦର୍ଶନ କଲେ ବିଜେପୁର ବିଧାୟକ ସନତ କୁମାର ଗଡତିଆ   19-Sep-2026
  ଜିଲ୍ଲା  
ମାଇକ୍ରୋ ସ୍କିଲ୍ ଉଦ୍ୟୋଗୀ ବିକାଶ କାର୍ଯ୍ୟକ୍ରମ (ଏମଏସଡିପି୦୮୧) ର ପ୍ରମାଣପତ୍ର ବଣ୍ଟନ ତଥା ଉଦଯାପନୀ ଉତ୍ସବକୁ ନିମନ୍ତ୍ରଣ ।   19-Sep-2026
  ଜିଲ୍ଲା  
କଳା ସଂସ୍କୃତି ଓ ପରମ୍ପରାର ମହାମିଳନ ନୂଆଁଖାଇ ଭେଟଘାଟ୍   19-Sep-2026
  ଜିଲ୍ଲା  
ମଦ କୋଠି ବନ୍ଦ ପାଇଁ ଗ୍ରାମବାସୀଙ୍କ ଦୃଢ଼ ନିଷ୍ପତ୍ତି ଗ୍ରାମରେ ମଦ ବିକ୍ରି ହେଲେ ଦୃଢ଼ ବିରୋଧ, ପ୍ରଶାସନର ହସ୍ତକ୍ଷେପ ଦାବି   19-Sep-2026
  ଜିଲ୍ଲା  
ସଇଁତଲାରେ ବ୍ଲକସ୍ତରୀୟ ଖେଳକୁଦ ପ୍ରତିଯୋଗିତା   19-Sep-2026
  ଜିଲ୍ଲା  
*ମଇଦଲପୁର ସେକ୍ସନ ବନପାଳ ନିଲମ୍ବିତ*   19-Sep-2026
  ଜିଲ୍ଲା  
ମନ୍ଦିରରରେ ଦୀପ ଜାଳିଲେ ବିଜେପି ପରିବାର   19-Sep-2026
  ଜିଲ୍ଲା  
"ସଂସ୍କାର,ସଂସ୍କୃତି ଓ ଜୀବନମୂଲ୍ୟ ହିଁ ଶିକ୍ଷା କୁ ସମ୍ପୂର୍ଣ୍ଣ କରିଥାଏ"   19-Sep-2026

You Might Also Like