-+91-9937148622 |
prerana_bgr@rediffmail.com |
Wednesday 29th April 2026 |
R.N.I. Regd No. ODIODI/2010/46693
Breaking News
03-Sep-2025
ବରପାଲି ( ସୁଦାମ ଦୀପ)
ବରଗଡ ଜ଼ିଲ୍ଲା ବରପାଲି ବ୍ଲକ ଅନ୍ତର୍ଗତ ସତଲମା ଗ୍ରାମର ମଧ୍ୟପଡା ଠାରେ 42ତମ ରାଧାଷ୍ଟମୀ ନାମଯଜ୍ଞ ମହାସମାରୋହ ରେ ଅନୁଷ୍ଠିତ ହୋଇଯାଇଛି l ଏହି ଅବସରରେ ଶାନ୍ତି ଶତପଥି ଙ୍କ ପୌରହିତ ରେ ଅନୁଷ୍ଠିତ ଯଜ୍ଞ ରେ ଜୀବର୍ଧନ ସାହୁ ଏବଂ ତାଙ୍କ ଧର୍ମପତ୍ନୀ ଜ୍ୟୋସ୍ନା ସାହୁ କର୍ତ୍ତା ଭାବରେ ଦାୟିତ୍ୱ ତୁଲାଇଥିଲେ l ଏହି ଅବସରରେ ଏହି ଅଞ୍ଚଳ ର ଶହ ଶହ ଭକ୍ତ ଙ୍କ ସମାଗମ ହୋଇଥିଲା l ବିଶେଷକରି ଗ୍ରାମର କୁଲରଞ୍ଜନ ସାହୁ, ପିଣ୍ଟୁ ବାରିକ, ନିମାଇଁ ବେହେରା, ସଦାନନ୍ଦ ବେହେରା, ଗୋଲକ ବାରିକ, ଗଣେଶ ବାରିକ, ନିମାଇଁ ବାରିକ, ସଞ୍ଜୟ ବାରିକ ଓ ଗତିକୃଷ୍ଣ ବେହେରା ସହଯୋଗ କରିଥିଲେ l