-+91-9937148622 |

prerana_bgr@rediffmail.com |

  Monday 21st September 2026 |

| | | |

R.N.I. Regd No. ODIODI/2010/46693

Breaking News

୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   (20-Sep-2026)       ||      ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   (20-Sep-2026)       ||      ୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ    (20-Sep-2026)       ||      ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   (20-Sep-2026)       ||      ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   (20-Sep-2026)       ||      ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍    (20-Sep-2026)       ||      ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   (20-Sep-2026)       ||      ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   (20-Sep-2026)       ||      ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   (20-Sep-2026)       ||      ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   (20-Sep-2026)       ||      ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   (20-Sep-2026)       ||      ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   (20-Sep-2026)       ||      ଗାଇ ସହ ବାଇକ୍ ଧକ୍କା ହୋଇ ବାଇକ୍ ଦୁର୍ଘଟଣା, ଜଣେ ମୃତ   (20-Sep-2026)       ||      ସୂଚନା ଓ ଲୋକସମ୍ପର୍କ ଉପନିର୍ଦ୍ଦେଶକଙ୍କ କାର୍ଯ୍ୟାଳୟ ପରିଦର୍ଶନ    (20-Sep-2026)       ||      ଭିଜିଲାନ୍ସ ଜାଲରେ ଦୁଇ ସରକାରୀ କର୍ମଚାରୀ   (20-Sep-2026)       ||      ତଳମୁଣ୍ଡଚାଷୀ ପ୍ରତାରିତ   (20-Sep-2026)       ||      *ଆସନ୍ତା ୨୩ ତାରିଖ ରୁ ସୁବର୍ଣ୍ଣପୁର ରେ ଆରମ୍ଭ ହେବ ରାଜ୍ୟ ସ୍ତରୀୟ ମର୍ଯ୍ୟାଦାପୂର୍ଣ୍ଣ ସାହାଣୀ କପ୍ ଫୁଟବଲ୍*- *ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଲେ କ୍ରୀଡା ସଂଘ କର୍ମ କର୍ତ୍ତା*-   (20-Sep-2026)       ||      ଆଗଲପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଆମ୍ ଆଦମୀ ପାର୍ଟିର ଅଭିଯୋଗ   (20-Sep-2026)       ||      ଶିକ୍ଷାଠୁ ସମାଜସେବା ଯାଏଁ - ସବୁ କ୍ଷେତ୍ରରେ ଚମକିଲେ ଡକ୍ଟର ରମେଶଚନ୍ଦ୍ର ମାହାନନ୍ଦ   (20-Sep-2026)       ||      ସଇଁତଲାରେ ଜିଲ୍ଲାସ୍ତରୀୟ ଥାଙ୍ଗ ଟା ପ୍ରତିଯୋଗିତା   (20-Sep-2026)       ||     

HOME   ଜିଲ୍ଲା

ରାଜ୍ୟ ସରକାରଙ୍କ ଜିଲ୍ଲା ନୋଡାଲ କମିଶନର, ଶ୍ରୀ ଅରବିନ୍ଦ ଅଗ୍ରୱାଲ, କମିଶନର ତଥା ଶାସନ ସଚିବ, ଉଚ୍ଚ ଶିକ୍ଷା ବିଭାଗଙ୍କ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ

01-Sep-2025



(ମନୋରଞ୍ଜନ ତ୍ରିପାଠୀ)
 ରାଜ୍ୟ ସରକାରଙ୍କ ଜିଲ୍ଲା ନୋଡାଲ କମିଶନର,  ଶ୍ରୀ ଅରବିନ୍ଦ ଅଗ୍ରୱାଲ, କମିଶନର ତଥା ଶାସନ ସଚିବ, ଉଚ୍ଚ ଶିକ୍ଷା ବିଭାଗଙ୍କୁ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼  ନୃପରାଜ୍ ସାହୁ, ତରଭା ଛକରୁ  ସ୍ଵାଗତ କରିଥିଲେ। ଜିଲ୍ଲା ନୋଡାଲ କମିଶନର ସର୍ବ ପ୍ରଥମେ ତରଭା ବିଜ୍ଞାପିତ ଅଞ୍ଚଳ ପରିଷଦ ଅନ୍ତର୍ଗତ ୱାର୍ଡ ନମ୍ବର ୧ ର ଗଡ ଭିତ୍ତର ଅଙ୍ଗନ୍ ବାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ। ସେଠାରେ କିଚେନ୍ ଗାର୍ଡେନ କରିବା ପାଇଁ ଅଙ୍ଗନବାଡ଼ି କର୍ମୀଙ୍କୁ ପରାମର୍ଶ ଦେଇଥିଲେ। ତାପରେ ପି.ଏମ୍.ଶ୍ରୀ ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ତରଭା ଗସ୍ତ କରି ପରିଦର୍ଶନ କରିଥିଲେ।ଜିଲ୍ଲା ନୋଡାଲ କମିଶନର ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କ ସହିତ ବିଦ୍ୟାଳୟର ପରୀକ୍ଷା ଫଳ, ଅନୁସୂଚିତ ଜାତି, ଅନୁସୂଚିତ ଜନଜାତି ଓ ଅନ୍ୟାନ୍ୟ ବର୍ଗର ଛାତ୍ର ଛାତ୍ରୀମାନଙ୍କ  ବୃତ୍ତି ରାଶି ମଞ୍ଜୁରୀ ଓ ବିତରଣ ଉପରେ ଆଲୋଚନା କରିଥିଲେ । ତାପରେ ବିଦ୍ୟାଳୟର ସ୍ମାର୍ଟ କ୍ଲାସ ରୁମ୍, ସାଇନ୍ସ ଲ୍ୟାବ ( ବିଜ୍ଞାନ ପରୀକ୍ଷାଗାର), ଭୋକେସନାଲ ଲ୍ୟାବ, ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମର କିଚେନ ରୁମ୍, ହର୍ବାଲ ଗାର୍ଡେନ ବୁଲି ଦେଖିଥିଲେ। ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନର ରନ୍ଧା ଅଣ୍ଡା  ବିତରଣ ଓ ବିଜ୍ଞାନ ପରୀକ୍ଷାଗାର ପରିଚାଳନା ଉପରେ ଅସନ୍ତୋଷ ପ୍ରକାଶ କରିଥିଲେ। ତାପରେ ଜିଲ୍ଲା ନୋଡାଲ କମିଶନର ୩୯ କୋଟି ୧୨ ଲକ୍ଷ ୩୬ ହଜାର ଟଙ୍କା ଅଟକଳରେ ପାଣିମୁରା ଠାରେ ତେଲ ନଦୀ ଉପରେ ପାଣିମୁରା ରୁ କାମଘାଟ ପଞ୍ଚାୟତ ସମିତି ରାସ୍ତାର  ନିର୍ମାଣାଧୀନ ବ୍ରିଜ  ବା ପୋଲ ନିର୍ମାଣ କାର୍ଯ୍ୟର ଅଗ୍ରଗତିର ତଦାରଖ କରିଥିଲେ। ଏହି ଅସମ୍ପୂର୍ଣ୍ଣ ନିର୍ମାଣ କାର୍ଯ୍ୟକୁ ଆଗାମୀ  ବର୍ଷକ ମଧ୍ୟରେ ସଂପୂର୍ଣ୍ଣ କରିବା ପାଇଁ ନିର୍ବାହୀ ଯନ୍ତ୍ରୀ,ଗ୍ରାମ୍ୟ ଉନ୍ନୟନ ବିଭାଗ, ସୁବର୍ଣ୍ଣପୁର ଙ୍କୁ ନିର୍ଦ୍ଦେଶ ଦେଇଥିଲେ। ତାପରେ ସୋନପୁର ବ୍ଲକ ଅନ୍ତର୍ଗତ ମଲ୍ଲିକମୁଣ୍ଡା ଗ୍ରାମ ପଞ୍ଚାୟତର ସାଗରପାଲି ଗ୍ରାମସ୍ଥିତ ସାଗରପାଲି ସେବାଶ୍ରମ ଗସ୍ତ ଓ ପରିଦର୍ଶନ କରିଥିଲେ।ସେଠାରେ ଶିକ୍ଷକ ଓ ଛାତ୍ର ଛାତ୍ରୀ ମାନଙ୍କ ସହିତ କଥାବାର୍ତ୍ତା ହୋଇଥିଲେ ଓ ଛାତ୍ର ଛାତ୍ରୀ ମାନଙ୍କ ସହିତ ବସି ଜିଲ୍ଲା ନୋଡାଲ କମିଶନର ମଧ୍ୟାହ୍ନ ଭୋଜନ କରିଥିଲେ।   ସାଗରପାଲି ଠାରେ ମିଶନ ଶକ୍ତି ଓ     ଓରମାସ ଦ୍ଵାରା ସରକାରୀ ଋଣ ସହାୟତା ଆନୁକୁଲ୍ୟରେ ପରିଚାଳିତ ଜୟ ହନୁମାନ ବୁଣାକାର  ଉତ୍ପାଦକ ଗୋଷ୍ଠୀ, ସାଗରପାଲିକୁ ପରିଦର୍ଶନ କରିଥିଲେ। ସେଠାରେ  ବୁଣାକାର ମାନଙ୍କ ସହିତ ଆଲୋଚନା କରିଥିଲେ ଓ ସେମାନଙ୍କ ଦ୍ଵାରା ପ୍ରସ୍ତୁତ ଓ ଉତ୍ପାଦିତ ସମ୍ବଲପୁରୀ ପାଟ ଓ ଶାଢ଼ୀ ଗୁଡ଼ିକ ଦେଖିଥିଲେ ଓ ମର୍କେଟିଂ ବା ବିକ୍ରୟ ବଜାର ଓ ଅନଲାଇନ ବିକ୍ରୟ ଉପରେ ଆଲୋଚନା କରିଥଲେ। ତାପରେ ସୋନପୁର ବ୍ଲକ ଅନ୍ତର୍ଗତ ହର୍ଡୋଖୋଲ ଗ୍ରାମ ପଂଚାୟତ କାର୍ଯ୍ୟାଳୟ ଗସ୍ତ ଓ ପରିଦର୍ଶନ କରିଥିଲେ। ସେଠାରେ ଜିଲ୍ଲା ନୋଡାଲ କମିଶନର ସରକାରଙ୍କ ବିଭିନ୍ନ ଯୋଜନା ଯଥା ସୁଭଦ୍ରା ଯୋଜନା, ଜାତୀୟ ସାମାଜିକ ସୁରକ୍ଷା ଯୋଜନା, ମଧୁବାବୁ ପେନସନ ଯୋଜନା, ଜାତୀୟ ଓ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା, ଅନ୍ତ୍ୟୋଦୟ ଗୃହ ଯୋଜନା ମୁଖ୍ୟମନ୍ତ୍ରୀ କିଶାନ ଯୋଜନାର ଲାଭ ଓ ସୁବିଧା ପାଉଛନ୍ତି କି ନାହିଁ, ତାହା ପଚାରି ବୁଝିଥିଲେ ।ପ୍ରାଥମିକ କୃଷି ସମବାୟ ସଂସ୍ଥା ଦ୍ୱାରା ହୁ ବିନା ସୁଧରେ ଦିଆଯାଉଥିବା ଋଣ ଓ  ପରିଶୋଧ ବିଷୟରେ ହିତାଧିକାରୀ ଓ ଚାଷୀ ମାନଙ୍କ ଠାରୁ ପଚାରି ବୁଝିଥିଲେ।           ତାପରେ ମୟୂରଉଡାଣ ଗ୍ରାମ ପଞ୍ଚାୟତର ରୁଗୁଡ଼ିପାଲି ଗ୍ରାମର ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରିଥିଲେ ।   ଅଙ୍ଗନବାଡ଼ି କେନ୍ଦ୍ରର ହିତାଧିକାରୀ ଯଥା ଶିଶୁ ,ଗର୍ଭବତୀ ଓ ପ୍ରସୂତି ମା ମାନଙ୍କୁ କିଶୋରୀ  ବାଳିକା ମାନଙ୍କୁ ଦିଆଯାଉଥିବା ସୁବିଧା ମିଳୁଛି କି ନାହିଁ ସେ ବିଷୟ ରେ ପଚାରି ବୁଝିଥିଲେ। କେନ୍ଦ୍ରର ହିତାଧିକାରୀ ମାନଙ୍କ ରକ୍ତହୀନତା ବିଷୟରେ ଆଲୋଚନା କରିଥିଲେ। ସେଠାରେ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ବିମା କାର୍ଡ ପାଇଥିବା ହିତାଧିକାରୀ ମାନଙ୍କ ସହିତ ଆଲୋଚନା କରିଥିଲେ ଓ ସେମାନେ ପାଇଥିବା ସ୍ୱାସ୍ଥ୍ୟ ଗତ ଚିକିତ୍ସା ବିଷୟରେ ହିତାଧିକାରୀ ମାନଙ୍କୁ ପଚାରି ବୁଝିଥିଲେ । ଅଙ୍ଗନବାଡ଼ି କେନ୍ଦ୍ର କାର୍ଯ୍ୟକଳାପ ଓ ଅଙ୍ଗନବାଡ଼ି କର୍ମୀଙ୍କ କାର୍ଯ୍ୟ ଉପରେ ନୋଡାଲ କମିଶନର ସନ୍ତୋଷ ପ୍ରକାଶ କରିଥିଲେ। ତାପରେ ରୁଗୁଡ଼ିପାଳି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ କରିଥିଲେ। ବିଦ୍ୟାଳୟର ପରିଚାଳନା ବୁଲି ଦେଖିଥିଲେ ଓ ସନ୍ତୋଷ ପ୍ରକାଶ କରିଥିଲେ।ଜିଲ୍ଲା ନୋଡାଲ କମିଶନରଙ୍କ ଗସ୍ତ ସମୟରେ ଜିଲ୍ଲାପାଳ, ସୁବର୍ଣ୍ଣପୁର, ଡ଼ ନୃପରାଜ ସାହୁ, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ, ଜିଲ୍ଲା ପରିଷଦ, ସୁବର୍ଣ୍ଣପୁର, ଶ୍ରୀ ଅଶ୍ୱିନୀ କୁମାର ମେହେର,ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତରଭା,  ଜିଲ୍ଲା ଶିକ୍ଷା ଅଧିକାରୀ, ସୁବର୍ଣ୍ଣପୁର, ନିର୍ବାହୀ ଯନ୍ତ୍ରୀ, ଗ୍ରାମ୍ୟ ଉନ୍ନୟନ ବିଭାଗ, ସୁବର୍ଣ୍ଣପୁର, ଶିଶୁ ବିକାଶ ପ୍ରକଳ୍ପ ଅଧିକାରୀ, ତରଭା, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସୋନପୁର, ଜିଲ୍ଲା ମଙ୍ଗଳ ଅଧିକାରୀ, ସୁବର୍ଣ୍ଣପୁର, ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ, ସୁବର୍ଣ୍ଣପୁର, ମୁଖ୍ୟ ବେସାମରିକ ଗୋଗନ୍ ଅଧିକାରୀ, ସୁବର୍ଣ୍ଣପୁର, ମୁଖ୍ୟ ଜିଲ୍ଲା ଚିକିତ୍ସା ଓ ଜନସ୍ବାସ୍ଥ୍ୟ ଅଧିକାରୀ, ସୁବର୍ଣ୍ଣପୁର, ଜିଲ୍ଲା ପଞ୍ଚାୟତ ଅଧିକାରୀ ତଥା ଭା ଜିଲ୍ଲା ସୂଚନା ଓ ଲୋକ। ସମ୍ପର୍କ ଅଧିକାରୀ, ସୁବର୍ଣ୍ଣପୁର  ଶ୍ରୀ ଅର୍ଜୁନ ମାଝୀଙ୍କ ସମସ୍ତ ଅନ୍ୟ ଜିଲ୍ଲା ସ୍ତରୀୟ ଓ ବ୍ଲକ ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ। ଗସ୍ତ ଓ ପରିଦର୍ଶନ ପରେ ଅପରାହ୍ନ ୪.୩୦ ଘଟିକା ସମୟରେ ଜିଲ୍ଲା ନୋଡାଲ କମିଶନର ଶ୍ରୀ ଅରବିନ୍ଦ ଅଗ୍ରୱାଲ, କମିଶନର ତଥା ଶାସନ ସଚିବ, ଉଚ୍ଚ ଶିକ୍ଷା ବିଭାଗଙ୍କ ଦ୍ଵାରା ଜିଲ୍ଲା ସ୍ତରୀୟ ଅଧିକାରୀ ମାନଙ୍କ ଏକ ପର୍ଯ୍ୟଲୋଚନା ବୈଠକ ଅନୁଷ୍ଠିତ କରି ସମସ୍ତ ବିଭାଗର ଉନ୍ନୟନ କାର୍ଯ୍ୟ ଓ ବିଭିନ୍ନ ସରକାରୀ ଯୋଜନାର କାର୍ଯ୍ୟକାରିତା ଓ ଅଗ୍ରଗତି ଉପରେ ପର୍ଯ୍ୟାଲୋଚନା କରିଥିଲେ। ସମସ୍ତ  ଅସମ୍ପୂର୍ଣ୍ଣ କାର୍ଯ୍ୟ ଗୁଡ଼ିକ ନିର୍ଦ୍ଧାରିତ ସମୟରେ ଏବଂ ତୁରନ୍ତ ସମ୍ପାଦନ କରିବା ପାଇଁ ପରାମର୍ଶ ଦେଇଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
୨୨୦୩ ବିଦ୍ୟାଳୟରେ ଉଲ୍ଲାସ ଏଫଏଲଏନ ଏଟି ପରୀକ୍ଷା "ପ୍ରାୟ ୪୫ ହଜାର ନବସାକ୍ଷର ପରୀକ୍ଷାର୍ଥୀଙ୍କ ଉତ୍ସାହଜନକ ଅଂଶଗ୍ରହଣ"   20-Sep-2026
  ଜିଲ୍ଲା  
ସ୍ୱଛତା ଦିବସରେ ହରିଶଙ୍କର ପୀଠରେ ଡଷ୍ଟଵିନ ସଚେତନତା   20-Sep-2026
  ଜିଲ୍ଲା  
୯୦ ତମ ଦୁର୍ଗାପୂଜା ପାଇଁ ଟିଟିଲାଗଡ ମାଉସୀମା ମନ୍ଦିର ଦୁର୍ଗାପୂଜା କମିଟି ପକ୍ଷରୁ ପ୍ରସ୍ତୁତି ବୈଠକ   20-Sep-2026
  ଜିଲ୍ଲା  
ସିଲେଟପଡ଼ାରେ ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ସାମୂହିକ ବୃକ୍ଷରୋପଣ   20-Sep-2026
  ଜିଲ୍ଲା  
ଘଣ୍ଟାପଡ଼ା ଶକ୍ତିକେନ୍ଦ୍ରରେ ବିଜେପିର ସାଙ୍ଗଠନିକ ବୈଠକ   20-Sep-2026
  ଜିଲ୍ଲା  
ଏଡ଼ଭୋକେଟ ଫ୍ରେଣ୍ଡସ୍ ଗ୍ରୁପ୍ ତରଫରୁ ନୂଆଁଖାଇ ଭେଟଘାଟ୍   20-Sep-2026
  ଜିଲ୍ଲା  
ଦେଓଗାଁରେ ନୂଆ ସିଏଚସିର ନୂତନ ବିଲଡିଂପାଇଁ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବି   20-Sep-2026
  ଜିଲ୍ଲା  
ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଙ୍କ ତତ୍ୱାବଧାନ ଓ ଡିବିରି ଅନୁଷ୍ଠାନ ର ମିଳିତ ସହଯୋଗ ରେ ନୁଆଁଖାଇ ଭେଟଘାଟ 2026-27 କାର୍ଯ୍ୟକ୍ରମ ଅନୁଷ୍ଠିତ   20-Sep-2026
  ଜିଲ୍ଲା  
ନାଚ ଗୀତ ସହ ଡିଜେ ବାଜାର ଢୁମ୍ ଢୁମରେ ବିଘ୍ନରାଜ ଗଣପତିଙ୍କ ବିସର୍ଜନ ଶୋଭାଯାତ୍ରା   20-Sep-2026
  ଜିଲ୍ଲା  
ବରୀ ବ୍ଳକ ରେ ବନ୍ୟା ସର୍ଭେ କାର୍ଯ୍ୟକ୍ରମ   20-Sep-2026
  ଜିଲ୍ଲା  
ବାଗଡିଆରେ ବିଶ୍ୱକର୍ମା ପୂଜା ମହାସମାରୋହରେ ପାଳିତ(ନାଚ,ଗୀତ ଓ ସଂକୀର୍ତ୍ତନରେ ଭକ୍ତ ବିଭୋର)   20-Sep-2026
  ଜିଲ୍ଲା  
ଡାବୁଗାଁ ବ୍ଲକରେ ୧୦୫ଟି ପରୀକ୍ଷା କେନ୍ଦ୍ରରେ ନବଭାରତ ସାକ୍ଷରତା ପ୍ରଥମ ଆକଳନ କାର୍ଯ୍ୟକ୍ରମ ସଫଳତାର ସହ ଅନୁଷ୍ଠିତ   20-Sep-2026

You Might Also Like