-+91-9937148622 |
prerana_bgr@rediffmail.com |
Friday 3rd July 2026 |
R.N.I. Regd No. ODIODI/2010/46693
Breaking News
30-Aug-2025
ବୀରମହାରାଜପୁର, (ବିନୋଦ ପାଣ୍ଡେ ): ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନାକଡେଇଁ ଶିବ ମନ୍ଦିର ପ୍ରାଙ୍ଗଣରେ ନାଗେଶ୍ଵର ଯୁବକ ସଂଘ ଦ୍ୱାରା ନୂଆଁଖାଇ ଭେଟ୍ ହୋଇଯାଇଛି। ଡକ୍ଟର ହୃଷୀକେଶ ଦେହେରୀଙ୍କ ସଭାପତିତ୍ଵରେ ଆଯୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଡ. ଦିତ୍ୱି କୃଷ୍ଣ ପଣ୍ଡା ମୁଖ୍ୟ ବକ୍ତା ,ଡ. ଅନିରୁଦ୍ଧ କୁରୁକୁରିଆ ସମ୍ମାନୀତ ଅତିଥି, କୋଶଳ ସୁନ୍ଦୁରୀ ଚୁମିକି ମିଶ୍ର, ହିମାଂଶୁ ଭୂଷଣ ପଣ୍ଡା, ସୁଧାଂଶୁ ଶେଖର ପୁରୋହିତ, ସଂସ୍କୃତିକ ସଂଯୋଜକ ନରେନ୍ଦ୍ର କୁମାର ଦେହୁରୀ ପ୍ରମୁଖ ଯୋଗ ଦେଇ ନୂଆଁ ଖାଇ ଉପଲକ୍ଷେ ଆଲୋକପାତ୍ କରିଥିଲେ। ଏହି ଅବସରରେ ଦଣ୍ଡଗୁରୁ ଦଶରଥ ଥନାପତି, ଢ଼ୁଲିଆ ପବିତ୍ର ତରିଆ, ଆଦର୍ଶ ଛାତ୍ର ଭାବେ ପୂର୍ଣ୍ଣିମା ମହାକୁର, ରୋଚିସ୍ ରଞ୍ଜନ ଦେହୁରୀ, ପୂରବ୍ ପଧାନଙ୍କୁ ସମର୍ଦ୍ଧିତ କରାଯାଇଥିଲା। ବିଭିନ୍ନ ପ୍ରତିଯୋଗିତାରେ ଭାଗ ନେଇଥିବା ଛାତ୍ରଛାତ୍ରୀ, ଛୋଟ ଛୋଟ କଲାକାର୍,କବି, ହାସ୍ୟକାର୍,କଳାକାର , ନୃତ୍ୟ, ସଙ୍ଗୀତ ସମସ୍ତ ପ୍ରତିଭାଗୀ ମାନଙ୍କୁ ପ୍ରମାଣ ପତ୍ର ଦେଇ ପୁରସ୍କୃତ କରାଯାଇଥିଲା। ପରେ ବିଭିନ୍ନ ସଂସ୍କୃତିକ କାର୍ଯକ୍ରମ ଅନୁଷ୍ଠିତ କରାଯାଇଥିଲା। ସଂଘର ସମସ୍ତ ସଦସ୍ୟ ସଂପୂର୍ଣ୍ଣ ଭାବରେ ସହଯୋଗ କରିଥିଲେ। ଶିକ୍ଷାବିତ୍ ଜ୍ଞାନ ଭରତ ଦେହେରୀ ମଞ୍ଚ ପରିଚାଳନା କରିଥିବା ବେଳେ ସିକୁନ ଥନାପତି ଧନ୍ୟବାଦ ଅର୍ପଣ କରିଥିଲେ।