-+91-9937148622 |
prerana_bgr@rediffmail.com |
Thursday 7th May 2026 |
R.N.I. Regd No. ODIODI/2010/46693
Breaking News
10-Oct-2020
ପ୍ରଦୀପ ମହାରଥୀଙ୍କ ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେବା ପଡିଲା ମହଙ୍ଗା । ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେଇଥିବା ଶାସକ ଦଳର ୨ ମନ୍ତ୍ରୀଙ୍କ ନାମରେ ମାମଲା ରୁଜୁ । ବିଜେଡିର ବରିଷ୍ଠ ନେତା ପ୍ରଦୀପ୍ ମହାରଥୀଙ୍କ ଦେହାନ୍ତ ପରେ ତାଙ୍କ ଶବ ପାଖରେ ଶହ ଶହ ଲୋକଙ୍କ ଭିଡ ଦେଖିବାକୁ ମିଳିିଥିଲା । ହେଲେ ଅଧିକାଂଶ ଲୋକ ଏଠାରେ କୋଭିଡ୍ ନିୟମର ଖୋଲା ଖୋଲି ଉଲଙ୍ଘନ କରିଥିଲେ । ନା ଥିଲା ମୁହଁରେ ମାସ୍କ ନା ସାମାଜିକ ଦୂରତାକୁ ଥିଲା ଖାତର! ପଜିଟିଭ୍ ଥିବା ବେଳେ କିଭଳି ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେଲେ ବୋଲି ପ୍ରଶ୍ନ ଉଠାଇଛି ଜଗନ୍ନାଥ ସେନା । ସେପଟେ ଏହି ଅନ୍ତ୍ୟେଷ୍ଟି କ୍ରିୟାରେ ଯୋଗ ଦେଇଥିବା ବିଧାୟକ ଉମା ସାମନ୍ତରାୟ ନିଜର ଭୁଲ ସ୍ୱିକାର କରି କ୍ଷମା ମାଗିଛନ୍ତି । ସେ କହିଛନ୍ତି କି ଭୁଲ ହୋଇଛି, ଆଇନ ଯାହା ଦଣ୍ଡ ଦେବ ତାକୁ ଗ୍ରହଣ କରିବାକୁ ମୁଁ ପ୍ରସ୍ତୁତ!!*