-+91-9937148622 |
prerana_bgr@rediffmail.com |
Thursday 25th June 2026 |
R.N.I. Regd No. ODIODI/2010/46693
Breaking News
10-Oct-2020
Gajapati,10/10- ମୁଣ୍ଡ ଉପରେ ପ୍ରଶାସନିକ ଦାୟିତ୍ୱ। କାମର ଚାପ ସାଙ୍ଗକୁ ସରକାରୀ ନିୟମକାନୁନ୍। ତା ଭିତରେ ମାପଚୁପ ଜୀବନଶୈଳୀ। ତେଣୁ ପ୍ରଶାସନିକ ଅଧିକାରୀମାନେ ସାଧାରଣତଃ ଗମ୍ଭୀର, କମ୍ କଥା କହିଥାନ୍ତି, କମ୍ ମିଶିଥାନ୍ତି। ହେଲେ ଗଜପତି ଜିଲ୍ଲାପାଳଙ୍କୁ ଦେଖିଲେ ସେମିତି ଲାଗେନି। ସ୍କୁଲ ପିଲାଙ୍କ ସହ କ୍ରିକେଟ, ବ୍ୟାଡମିଣ୍ଟନ ଖେଳକୁ ତ ନିଜେ ଉପଭୋଗ କରିଥିଲେ। ତା ସହିତ ପିଲାଙ୍କୁ ବି ଖୁସି ବାଣ୍ଟିଥିଲେ!!
ଗଜପତି ଜିଲ୍ଲାପାଳ ଅନୁପମ ଶାହା ଗୋଷାଣୀ ବ୍ଲକ ଲାବଣ୍ୟଗଡ଼ରେ ଥିବା ଆଶ୍ରମ ବିଦ୍ୟାଳୟକୁ ଯାଇଥିଲେ। ସେଠାରେ ପିଲାଙ୍କ ସହ କଥା ହୋଇଥିଲେ। ସେମାନଙ୍କ ଭଲମନ୍ଦ ପଚାରି ବୁଝିଥିଲେ। ଶେଷରେ ପିଲାଙ୍କ ସହ କିଛି ସମୟ ବ୍ୟାଡମିଣ୍ଟନ, କ୍ରିକେଟ ଖେଳିଥିଲେ। ଜଣେ ପ୍ରଶାସନିକ ଅଧିକାରୀଙ୍କ ସହ ହସଖୁସିରେ ସମୟ କଟାଇବାର ସୁଯୋଗ ପାଇଥିବାରୁ ପିଲାଙ୍କ ଖୁସି ମଧ୍ୟ କହିଲେ ନ ସରେ। ୨୦୧୮ ମସିହା ଆଜିର ଦିନରେ ତିତିଲି ବାତ୍ୟାରେ ଛାରଖାର ହୋଇଯାଇଥିଲା ଗଜପତି ଜିଲ୍ଲାର ଅନେକ ଅଞ୍ଚଳ। ଅନେକ ଧନଜୀବନ ନଷ୍ଟ ହୋଇଥିଲା । ସେହି ବାତ୍ୟାରେ ଅନାଥ ହୋଇଯାଇଥିବା କିଛି ପିଲାଙ୍କୁ ପ୍ରଶାସନ ପୋଷ୍ୟ ଭାବେ ଗ୍ରହଣ କରିଛି। ତିତିଲି ବାତ୍ୟାର ୨ ବର୍ଷ ପୂରିବା ଆଗରୁ ଗଜପତି ଜିଲ୍ଲାପାଳ ଲାବଣ୍ୟଗଡ଼ ଆଶ୍ରମ ବିଦ୍ୟାଳୟ ଯାଇଥିଲେ!!*