-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
15-Aug-2025
ନବରଙ୍ଗପୁର (:ମିହିର ଶଙ୍କର ପାତ୍ର,)
-ଡାବୁଗାଁ ପୀଠରେ ରାମନାମୀ ସମାଜ ର ରାମ ଭକ୍ତ ମାନଙ୍କ ନୂଆଁଖାଇ ସମ୍ପନ୍ନ ହୋଇ ଯାଇଛି। ରାମ ଭକ୍ତ ଗୋବର୍ଦ୍ଧନ ବାବା ଙ୍କ ପୌରହିତ୍ୟରେ ପବିତ୍ର ଅଷ୍ଟମୀ ତିଥିର ଶୁଭାରମ୍ଭ ରେ ଭଗବାନ ଶ୍ରୀରାମ ଙ୍କୁ ଅର୍ପଣ କରି ନବାନ୍ନ ପ୍ରସାଦ ଗ୍ରହଣ କରିଛନ୍ତି ଭକ୍ତ ମାନେ। ଅତିଥି ଭାବେ ହିନ୍ଦୁ ମହାସଂଘ ପ୍ରମୁଖ ସୂର୍ଯ୍ୟବଂଶୀ ଜୟନ୍ତ ଉପସ୍ଥିତ ଥିଲେ। ଅନ୍ୟମାନଙ୍କ ମଧ୍ୟରେ ଡମ୍ବରୁ ବାବା, ନରହରି ଭତ୍ରା, ଈଶ୍ୱର ଭତ୍ରା, ରାମକୃଷ୍ଣ ଦଳେଇ, ବଳରାମ ଗୌଡ଼,ରଘୁ ଗୌଡ଼,ସନପତ ଜାନୀ, ଲକ୍ଷ୍ମଣ ଜାନୀ ଏବଂ ବିଭିନ୍ନ ଅଞ୍ଚଳରୁ ଆସିଥିବା ରାମ ଭକ୍ତ ମାନେ ଉପସ୍ଥିତ ଥିଲେ। ଜୟ ଶ୍ରୀ ରାମ ଧ୍ବନି ରେ ପ୍ରକମ୍ପିତ ହୋଇ ଉଠିଥିଲା ପରିବେଶ।