-+91-9937148622 |

prerana_bgr@rediffmail.com |

  Monday 14th September 2026 |

| | | |

R.N.I. Regd No. ODIODI/2010/46693

Breaking News

ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   (14-Sep-2026)       ||      ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   (14-Sep-2026)       ||      ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   (14-Sep-2026)       ||      ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   (14-Sep-2026)       ||      ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   (14-Sep-2026)       ||      ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   (13-Sep-2026)       ||      ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   (13-Sep-2026)       ||      ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ    (13-Sep-2026)       ||      କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ    (13-Sep-2026)       ||      କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   (13-Sep-2026)       ||      ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   (13-Sep-2026)       ||      ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ    (13-Sep-2026)       ||      ସ୍ବର୍ଗତ ଉମେଶ ଚନ୍ଦ୍ର ମହାନ୍ତିଙ୍କ ଦ୍ୱାଦଶରେ ଯୋଗଦେଲେ ସହରର ବିଭିନ୍ନ ମାନ୍ୟଗଣ୍ୟ ବ୍ୟକ୍ତି    (13-Sep-2026)       ||      ଧରପଗଡ ପରେ ବଢୁଛି ଓମ୍ଫେଡ୍ ପନିର ଓ ଉତ୍ପାଦର ଚାହିଦା ‘ଗୁଣବତ୍ତାରେ କୌଣସି ସାଲିସ୍ କରାଯିବ ନାହିଁ’-ପରିଚାଳନା ନିର୍ଦେଶକ   (13-Sep-2026)       ||      ଶ୍ରୀ ଦାଦିଜି ମନ୍ଦିର ଟ୍ରଷ୍ଟ ପ୍ରଭାବତୀ ପବ୍ଲିକ ସ୍କୁଲରେ ଦୁଇ ଦିନିଆ ଦକ୍ଷତା ବିକାଶ କାର୍ଯ୍ୟକ୍ରମ   (13-Sep-2026)       ||      ରେଟାମୁଣ୍ଡା ୟୁଥ୍ କ୍ଲବ ଆନୁକୁଲ୍ୟରେ ୫୦ ତମ ଫୁଟବଲ୍ ଟୁର୍ଣ୍ଣlମେଣ୍ଟ ଉଦଯାପିତ, ଆମ୍ବେଦକର ଏଫ୍ସି ବରଗଡ ଚମ୍ପିୟାନ   (13-Sep-2026)       ||      ପ୍ରତିଭାର ଆଲୋକରେ ଉଦ୍‌ଭାସିତ ହେଲା ପଥରଚେପା ଆଦର୍ଶ ବିଦ୍ୟାଳୟର ୧୨ତମ ପ୍ରତିଷ୍ଠା ଦିବସ   (13-Sep-2026)       ||      ଓଡ଼ିଶା ନାରୀ ସେବା ସଂଘ ପକ୍ଷରୁ ସଚେତନତା କାର୍ଯକ୍ରମ   (13-Sep-2026)       ||      ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ l ଜରୁରୀକାଳୀନ ପରିସ୍ଥିତିରେ ପ୍ରତି ସେକେଣ୍ଡ ଦୁର୍ଘଟଣାଗ୍ରସ୍ତ ଆହତଙ୍କ ଜୀବନରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ    (12-Sep-2026)       ||      ରାଷ୍ଟ୍ରୀୟ ଲୋକ ଅଦାଲତ♦️୬୨,୪୮୭ ମାମଲାର ଫଇସଲା   (12-Sep-2026)       ||     

HOME   ରାଜ୍ୟ

ବିଶ୍ୱ ଅଙ୍ଗ ଦାନ ଦିବସ-୨୦୨୫ ପାଳିତ ୨୪ ଜଣଙ୍କୁ ସୂରଜ ସମ୍ମାନ ପ୍ରଦାନ “ମୃତ୍ୟୁ ପରେ ଅଙ୍ଗ ଦାନ କରି ଜୀବନ ବଞ୍ଚାଇବା ଶ୍ରେଷ୍ଠ ମହାନୀୟତା”- ଡ. ମହାଲିଙ୍ଗ

13-Aug-2025



ଭୁବନେଶ୍ଵର(ପ୍ରେରଣା ଖବର):ଅଙ୍ଗଦାନ ଠୁ ମହତ କାର୍ଯ୍ୟ କିଛି ନାହି । ଅଙ୍ଗ ପ୍ରତିରୋପଣ ଆବଶ୍ୟକ କରୁଥିବା ବ୍ୟକ୍ତିଙ୍କ ଜୀବନରେ ଅଙ୍ଗଦାତା ମାନେ ନୂତନ ଜୀବନ ଭରି ଦିଅନ୍ତି । ଅଦ୍ୟାବଧି ଆମ ରାଜ୍ୟରେ ୧୪ ଟି ଚିକିତ୍ସାଳୟକୁ ଅଙ୍ଗ ପ୍ରତିରୋପଣ ନିମନ୍ତେ ପଞ୍ଜୀକୃତ କରାଯାଇଛି । ଏହି “ସୂରଜ ପୁରସ୍କାର”  ରାଜ୍ୟବାସୀଙ୍କୁ ସେମାନଙ୍କର ଗରୁତ୍ଵପୂର୍ଣ୍ଣ ଅଙ୍ଗଦାନ କରି ଅନ୍ୟମାନଙ୍କ ଜୀବନ ରକ୍ଷା କରିବା ନିମନ୍ତେ ଆଗେଇ ଆସିବାପାଇଁ  ନିଶ୍ଚିତ ଭାବରେ ଉତ୍ସାହିତ କରିବ ।
ଆଜି ପୂର୍ବାହ୍ନ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ବିଶ୍ୱ ଅଙ୍ଗ ଦାନ ଦିବସ ପାଳନ ହୋଇଛି । ଏହି ଅବସରରେ ସ୍ୱାସ୍ଥ୍ୟ ଏବଂ  ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲେକ୍ଟ୍ରୋନିକ୍ସ ଓ  ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ମାନ୍ୟବର ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଅଙ୍ଗଦାତାମାନେ ମୃତ୍ୟୁ ପରେ ସୁସ୍ଥ ଏବଂ ମୂଲ୍ୟବାନ ଅଙ୍ଗ ଦାନ କରି ଅନ୍ୟ ମାନଙ୍କର ଜୀବନ ବଞ୍ଚାଇ ଥିବାରୁ ସେ ଅଙ୍ଗଦାତାଙ୍କୁ ଏବଂ ତାଙ୍କ ପରିବାରକୁ ସର୍ବୋଚ୍ଚ ସମ୍ମାନ ଜଣାଇବା ସହ ସେମାନଙ୍କ ମହାନତା କୁ ଉଚ୍ଚ ପ୍ରଶଂସା କରିଥିଲେ ମନ୍ତ୍ରୀ ଡ. ମହାଲିଙ୍ଗ  । 
ଝାରସୁଗୁଡାର   ସ୍ଵର୍ଗତ ରଶ୍ମୀ ପ୍ରଭା ପଟେଲ, ନୟାଗଡର ସିବୁନ ସିଦ୍ଧାର୍ଥ ସାହୁ, ଖୋର୍ଦ୍ଧାର ସ୍ଵର୍ଗତ ବିକାଶ କୁମାର ସାହୁ, କେନ୍ଦ୍ରାପଡ଼ା  ଜିଲ୍ଲାର ସ୍ଵର୍ଗତ ମନୋଜ କୁମାର ସାହୁ, ବାଲେଶ୍ଵର ସ୍ଵର୍ଗତ ଅଲେଖ ପ୍ରସାଦ ପରିଡା , କଟକର ସ୍ଵର୍ଗତ ପ୍ରହଲ୍ଲାଦ ରାଉତ, କେନ୍ଦୁଝରର ସ୍ଵର୍ଗତ ଲତା ମହାନ୍ତ, ସୁନ୍ଦରଗଡର ସ୍ଵର୍ଗତ ଜନ୍ମେଷ  ଲେଙ୍କା , ଖୋର୍ଦ୍ଧାର ସ୍ଵର୍ଗତ ପ୍ରଦୀପ କୁମାର ଜେନା ମୟୂରଭଞ୍ଜର  ସ୍ଵର୍ଗତ ସ୍ଵଶ୍ରୀଆୟାନ ପାତ୍ର, ଅନୁଗୁଳ ଜିଲ୍ଲାର ସ୍ଵର୍ଗତ ବିଶ୍ଵଜିତ ଦାସ,  ଖୋର୍ଦ୍ଧାର  ସ୍ଵର୍ଗତ ଜୟନ୍ତ କୁମାର ଖମାରୀ , କେନ୍ଦ୍ରାପଡ଼ାର ସ୍ଵର୍ଗତ ଅଜୟ କୁମାର ଗିରି, କୋରାପୁଟର  ସ୍ଵର୍ଗତ ଆସିଶ ଛଅଳସିଂ, ରାୟଗଡାର  ସ୍ଵର୍ଗତ ଚନ୍ଦ୍ରଶେଖର ନାୟକ ଗଜପତିର ସ୍ଵର୍ଗତ ନରସିଂହ ପ୍ରସାଦ ମହାରଣା, ଗଜପତିର  ସ୍ଵର୍ଗତ ପଣ୍ଡାଇ ଶବର, କେନ୍ଦ୍ରାପଡ଼ାର 

ସ୍ଵର୍ଗତ ଶରତ ଚନ୍ଦ୍ର ବିଶ୍ଵାଳ, ରାୟଗଡାର   ସ୍ଵର୍ଗତ ପିଲାନ୍ତ ଶବର, ଗଜପତିର  ସ୍ଵର୍ଗତ କେ ନରେଶ ପଟ୍ଟନାୟକ,  ଗଜପତିର ସ୍ଵର୍ଗତ ଅରୁଣ ଭୂୟାଁ , ଖୋର୍ଦ୍ଧା ସ୍ଵର୍ଗତ ସୌମ୍ୟ ରଞ୍ଜନ ବେହେରା, ଭଦ୍ରକର ସ୍ଵର୍ଗତ ଶିବ ପ୍ରସାଦ ଜେନା, ଖୋର୍ଦ୍ଧାର ସ୍ଵର୍ଗତ ରୀନା ପୃଷ୍ଟିଙ୍କ ପରିବାରକୁ ସୂରଜ ପୁରସ୍କାର ରେ ସମ୍ମାନିତ କରିବା ସହ ୫ ଲକ୍ଷ ତାଙ୍କ ଲେଖାଏଁ ସମ୍ମାନିତ ରାଶି ପ୍ରଦାନ କରିଛନ୍ତି । 
ଉଲ୍ଲେଖ ଯୋଗ୍ୟ ଯେ , ସ୍ୱର୍ଗତ ସୂରଜ ବେହେରାଙ୍କ ପିତାମାତା ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଇବା ପାଇଁ ନିଜ ମୃତ ପୁତ୍ରର ଅଙ୍ଗ ଦାନ କରିଥିଲେ ଏବଂ ରାଜ୍ୟରେ ସ୍ଵେଚ୍ଛାକୃତ ଅଙ୍ଗ ଦାନକୁ ପ୍ରୋତ୍ସାହିତ କରିଥିଲେ ।  ସେମାନଙ୍କ ପ୍ରେରଣାଦାୟକ ତଥା ମାନବିକ କାର୍ଯ୍ୟକୁ ସମ୍ମାନ ଦେବା ଉଦ୍ଦେଶ୍ୟରେ ରାଜ୍ୟର ଅଙ୍ଗ ଦାତା ମାନଙ୍କୁ ଏବଂ ଅଙ୍ଗ ଦାନକୁ ପ୍ରୋତ୍ସାହିତ କରୁଥିବା ଅନୁଷ୍ଠାନଗୁଡିକୁ ସମ୍ବର୍ଦ୍ଧନା ଦେବା ପାଇଁ ପ୍ରତିବର୍ଷ ଅଗଷ୍ଟ 13 ରେ ବିଶ୍ୱ ଅଙ୍ଗ ଦାନ ଦିବସ ଅବସରରେ “ସୂରଜ ପୁରସ୍କାର ” ପ୍ରଦାନ କରା ଯାଉଛି ।

ହୃତପିଣ୍ଡ, ବୃକକ ଏବଂ ଯକୃତ ମଧ୍ୟରୁ କୌଣସି ଗୋଟିଏ କିମ୍ବା ଅଧିକ ଅଙ୍ଗ ଦାନ କରିଥିବା ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କାର  ପୁରସ୍କାର ରାଶି ପ୍ରଦାନ କରାଯାଉଅଛି  । ବର୍ଷ ୨୦୨୦ ରେ ପ୍ରଥମ ଥର ଏହି ପୁରସ୍କାର ମୃତ ଅଙ୍ଗଦାତାଙ୍କ ପରିବାରକୁ ପ୍ରଦାନ କରାଯାଇଥିଲା । ମହତ୍ୱପୂର୍ଣ୍ଣ  ଅଙ୍ଗ ଦାନ କରିଥିବା ମୃତକ ଏବଂ ସେମାନଙ୍କ ପରିବାରର ନିସ୍ୱାର୍ଥପର ଓ  ବୀରତ୍ୱର ଅବଦାନକୁ ସମ୍ମାନ ଜଣାଇ ମୃତକ ମାନଙ୍କର  ଶେଷକୃତ୍ୟ ସପୂର୍ଣ୍ଣ ରାଷ୍ଟ୍ରୀୟ ସମ୍ମାନ ସହିତ ସମ୍ପନ୍ନ କରାଯାଉଅଛି ।
ଏହି କାର୍ଯ୍ୟକ୍ରମ ରେ କମିଶନର ତଥା ଶାସନ ସଚିବ ଅଶ୍ଵଥୀ ଏସ., ସ୍ୱାସ୍ଥ୍ୟ ସେବା ନିର୍ଦ୍ଦେଶକ ଡା. ଅମରେନ୍ଦ୍ର ସ୍ଵାଇଁ, ଆଭାସୀ ମାଧ୍ୟମରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ, ସ୍ୱାସ୍ଥ୍ୟ ବିଭାଗ ର ବରିଷ୍ଠ ଅଧିକାରୀଙ୍କ ସମେତ ଅଙ୍ଗଦାତାମାନଙ୍କ ପରିବାର ସଦସ୍ୟମାନେ ଉପସ୍ଥିତ ଥିଲେ ।  ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଉପ ଶାସନ ସଚିବ ଅରୁଣା ତ୍ରିପାଠୀ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । 


News Comment




Photo in News

Advertisment
Lastest News
  ଜିଲ୍ଲା  
ପିଏମ୍‌ ଶ୍ରୀ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟରେ ଭକ୍ତିମୟ ପରିବେଶରେ ଗଣେଶ ପୂଜା "ହିମାଳୟ ପର୍ବତ ଅବଧାରଣାରେ ଚିତ୍ତାକର୍ଷକ ସାଜସଜ୍ଜା,ପୂର୍ବତନ ଛାତ୍ରୀଙ୍କ ଯୋଗଦାନ"   14-Sep-2026
  ରାଜ୍ୟ  
ସେବା ସଂକଳ୍ପ’ ଅଭିଯାନକୁ ଜନଆନ୍ଦୋଳନରେ ପରିଣତ କରିବାକୁ ଆହ୍ୱାନ* *ସେବାରୁ ସଂକଳ୍ପ, ସଂକଳ୍ପରୁ ବିକଶିତ ଓଡ଼ିଶା : ଗୃହନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଡଃ କୃଷ୍ଣ ଚନ୍ଦ୍ର ମହାପାତ୍ର   14-Sep-2026
  ଜିଲ୍ଲା  
ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ   14-Sep-2026
  ଜିଲ୍ଲା  
ବାଲିଗୁଡ଼ାରେ ଗଣେଷ ପୂଜା ପାଳିତ : ଆକର୍ଷଣୀୟ ସାଜସଜ୍ଜା ଓ ଆଲୋକମାଳାରେ ଝଲସିଲା ପୂଜାମଣ୍ଡପ   14-Sep-2026
  ଜିଲ୍ଲା  
ଲଗାଣ ବର୍ଷାରେ ଭାଙ୍ଗିଲା ଦୁକାନ ଗୃହ, ଲକ୍ଷାଧିକ ଟଙ୍କାର କ୍ଷତି   14-Sep-2026
  ରାଜ୍ୟ  
ଆଞ୍ଚଳିକ ବରିଷ୍ଠ ନାଗରିକ ମଞ୍ଚ ର ପ୍ରତିଭା ସମ୍ନାନ ସମାରୋହ,   13-Sep-2026
  ଜିଲ୍ଲା  
ବ୍ଲକ୍ କଲୋନୀ କ୍ଲଷ୍ଟରସ୍ତରୀୟ ତୃତୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
ଭଞ୍ଜନଗର ପୋଲିସ କୁ ବଡ ସଫଳତା : ବ୍ୟାପକ ନକଲି ମଦ ଜବତ   13-Sep-2026
  ଜିଲ୍ଲା  
କ୍ଲଷ୍ଟର ସ୍ତରୀୟ ମାସିକ ବୈଠକ ଅନୁଷ୍ଠିତ   13-Sep-2026
  ଜିଲ୍ଲା  
କୁଡ଼ାପଡ଼ା ସ୍କୁଲରେ ସ୍ୱଚ୍ଛତା ପକ୍ଷ ପାଳନ   13-Sep-2026
  ଜିଲ୍ଲା  
ଗଞ୍ଜାମରେ ପାର୍ବଣପୂର୍ବରୁ ଫୁଟିଲା ଗୁଳି   13-Sep-2026
  ଜିଲ୍ଲା  
ଟିଟିଲାଗଡରେ ଫିକା ପଡିଛି ନୂଆଁଖାଇ ବଜାର - ବଜାର ଖାଁ ଖାଁ - ବ୍ୟବସାୟୀ ଚିନ୍ତାରେ   13-Sep-2026

You Might Also Like