-+91-9937148622 |
prerana_bgr@rediffmail.com |
Tuesday 21st April 2026 |
R.N.I. Regd No. ODIODI/2010/46693
Breaking News
13-Aug-2025
ବଲାଙ୍ଗୀର (ପ୍ରେରଣା ଖବର): ଆସନ୍ତା ଅଗଷ୍ଟ ୧୫ ତାରିଖ ପବିତ୍ର ସ୍ଵାଧୀନତା ଦିବସ ପାଳନ ଅବସରରେ ବଲାଙ୍ଗୀର ଜିଲ୍ଲା ଓକିଲ ସଂଘ ଆନୁକୂଲ୍ୟରେ ଏକ ରକ୍ତଦାନ ଶିବିର ଆୟୋଜନ ହେବାକୁ ଯାଉଛି l ସ୍ଥାନୀୟ ସିଭିଲ କୋର୍ଟ ପରିସରରେ ସକାଳ ୯ଟା ରେ ଅନୁଷ୍ଠିତ ହେବାକୁଥିବା ଏହି ରକ୍ତଦାନ ଶିବିରରେ ଯେକୌଣସି ବ୍ୟକ୍ତି ରକ୍ତ ଦେଇପାରିବେ l ଏଥିପାଇଁ ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବର୍ଗର ଲୋକଙ୍କୁ ସାମିଲ କରାଯାଇଛି l ବାର୍ ଓ ବେଞ୍ଚ ର ମିଳିତ ସହଯୋଗରେ ଜିଲ୍ଲା ଓକିଲ ସଂଘ ପ୍ରଥମ ଥର ପାଇଁ ଏପରି ଏକ ଅନନ୍ୟ କାର୍ଯ୍ୟକ୍ରମ ହାତକୁ ନେଇଛି l ଏହି ରକ୍ତଦାନ ଶିବିର ର ସଫଳ ଆୟୋଜନ ପାଇଁ ସଂଘ ର ସଭାପତି ବାସୁଦେବ ରଥଙ୍କ ଆବାହକତ୍ବରେ ଏକ ପ୍ରସ୍ତୁତି ବୈଠକ ମଧ୍ୟ ହୋଇସାରିଛି l ରକ୍ତଦାନ ଜୀବନଦାନ ସଦୃଶ ଅଟେ ଏବଂ ଏହି ଶିବିର ମାଧ୍ୟମରେ ସମାଜକୁ ଏକତା ଓ ଭାଇଚାରା ର ଏକ ବାର୍ତ୍ତା ଦେବା ଓକିଲ ସଂଘର ଉଦ୍ଦେଶ୍ୟ ବୋଲି ସଂଘର ସଭାପତି ବାସୁଦେବ ରଥ ପ୍ରକାଶ କରିଛନ୍ତି l