-+91-9937148622 |
prerana_bgr@rediffmail.com |
Friday 24th April 2026 |
R.N.I. Regd No. ODIODI/2010/46693
Breaking News
12-Aug-2025
ବରୀ(ରଞ୍ଜିତ ମହାନ୍ତି): ବରୀର ପୂର୍ବତନ ବିଧାୟିକା ସୁନନ୍ଦା ଦାସଙ୍କ ଦୁଇ ଭାଇଙ୍କ ମଧ୍ୟରେ ଦେଖା ଦେଇଥିବା ବିବାଦ ଗତକାଲି ରାତିରେ ଉଗ୍ର ରୂପ ନେଇଥିଲା । ବଡ଼ ଭାଇ ଉଲ୍ଲାସ ଦାସ ସାନଭାଇ ଉତ୍ତମ ଦାସଙ୍କ ଉପରକୁ ପେଟ୍ରୋଲ ବୋମା ମାଡ଼ କରିଥିବା ଆଲୋଚନା ହେଉଥିଲା ବେଳେ ବୋମାମାଡ଼ରେ ଆହତ ହୋଇଥିଲେ ଶିକ୍ଷକ ଉତ୍ତମ ଦାସ । ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ବଡ଼ ଭାଇ ଉଲ୍ଲାସଙ୍କୁ ଉଠାଇ ନେଇଥିଲା । ହେଲେ ଆଜି ଏହି ଘଟଣାରେ ଅଧିକ ଛାନ ବିନ କରିବାକୁ ପୋଲିସ ସାଇଣ୍ଟିଫିକ ଟିମର ସହାୟତା ନେଇଛି । ମଧ୍ୟାହ୍ନରେ ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଟିମ ଘଟଣାସ୍ଥଳରୁ ୭ରୁ ଉର୍ଦ୍ଧ୍ଵ ମଦ ବୋତଲ ଜବତ କରିଛି । ଯେଉଁ ବୋତଲ ଗୁଡିକରେ ପେଟ୍ରୋଲ ରହିଛି । ଏହା ସହିତ ଘଟଣା ସ୍ଥଳରୁ ଅନ୍ୟ କିଛି ଜିନିଷ ମଧ୍ୟ ପୋଲିସ ଉଦ୍ଧାର କରିଛି । କିଛି ତାଳ ବାହୁଙ୍ଗାକୁ ଜବତ କରିଥିଲା ବେଳେ ସେଥିରେ କପଡା ଗୁଡା ହୋଇଥିବା ଦେଖିବାକୁ ମିଳିଛି । ପୋଲିସ ଓ ସାଇଣ୍ଟିଫିକ ଟିମ ଘଟଣାର ତଦନ୍ତ କରୁଥିଲା ବେଳେ ବଡ଼ ଭାଇ ଥାନାରେ ଅଟକ ଥିବା ସୂଚନା ମିଳିଛି ।