-+91-9937148622 |

prerana_bgr@rediffmail.com |

  Thursday 17th September 2026 |

| | | |

R.N.I. Regd No. ODIODI/2010/46693

Breaking News

କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||      ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   (16-Sep-2026)       ||      ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ    (16-Sep-2026)       ||      ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   (16-Sep-2026)       ||      ବିଶିପାଲି ରେ ନୁଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ଗମ୍ଭାରୀପାଲି ଗଣେଷ ପୂଜା କମିଟି ତରଫରୁ ନୂଆଁଖାଇ ଭେଟଘାଟ କାର୍ଯ୍ୟକ୍ରମ   (16-Sep-2026)       ||      ପରିବାର ସହ ନୂଆଁଖାଇଲେ ନରସିଂହ ଗାଁ କୁ ଯାଇ ଲୋକଙ୍କ ସହ ହେଲେ ଜୁହାର ଭେଟ ନୂଆଁଖାଇ ଆମ ଅଂଚଳର ଏକତାକୁ ଆହୁରି ସୁଦୃଢ କରୁଛି -ନରସିଂହ   (15-Sep-2026)       ||      କଟକ ବିଜେପିରେ ନୂଆ ରାଜନୈତିକ ଗୋଟିଚାଳନା? ବିଜେଡିର ହେଭିୱେଟ୍‌ଙ୍କୁ ନେଇ ଚର୍ଚ୍ଚା   (15-Sep-2026)       ||      ଟିଟିଲାଗଡ ପ୍ରଭାବତୀ ପବ୍ଲିକ ସ୍କୁଲରେ ଗଣେଶ ପୂଜା    (14-Sep-2026)       ||      ନିରଞ୍ଜନ ବିଶିଙ୍କ ଦାବି ଉପରେ ରେଳବୋର୍ଡର ପ୍ରତିକ୍ରିୟା, ପ୍ରସ୍ତାବ ରେଳବାଇର ଚାଲୁ ପ୍ରକ୍ରିୟାର ଅଂଶ ବୋଲି ସୂଚନା ଦେଲେ ରେଳ ବିଭାଗ    (14-Sep-2026)       ||      ଡାବୁଗାଁ ଅଂଚଳରେ ଧୂମଧାମରେ ପାଳିତ ହେଲା ଗଣେଶ ପୂଜା   (14-Sep-2026)       ||      ଗାନ୍ଧି ପାଠଗାର (ପୂଜା ମଣ୍ଡପ), ଟିକ୍ରାପଡା ର ଦୁର୍ଗାପୂଜା ଆୟୋଜନ ପାଇଁ ପ୍ରସ୍ତୁତି ବୈଠକ   (14-Sep-2026)       ||     

HOME   ରାଜ୍ୟ

ବିବାଦୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବୀ କଲା କଂଗ୍ରେସ

02-Aug-2025



ଭୁବନେଶ୍ୱର(ପ୍ରେରଣାଖବର)-  ୨୦୨୪ ସାଧାରଣ ନିର୍ବାଚନରେ ମିଥ୍ୟା ସତ୍ୟପାଠ ଦାଖଲ କରିଥିବାରୁ ରାଜ୍ୟ ଖାଦ୍ୟ ଯୋଗାଣ ଏବଂ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ଇସ୍ତଫା ଦିଅନ୍ତୁ ବୋଲି ପ୍ରଦେଶ କଂଗ୍ରେସ କମିଟି ଦାବି କରିଛି। ଶନିବାର ପୂର୍ବାହ୍ନରେ କଂଗ୍ରେସ ଭବନଠାରେ ମିଡ଼ିଆ ସେଲ ଅଧ୍ୟକ୍ଷ ଅରବିନ୍ଦ ଦାସଙ୍କ ସଂଯୋଜନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ଦୁଇ ବରିଷ୍ଠ ଉପସଭାପତି ଓ ଉଭୟ ପୂର୍ବତନ ବିଧାୟକ ଦେବାଶିଷ ପଟ୍ଟନାୟକ ଏବଂ ଲଲାଟେନ୍ଦୁ ମହାପାତ୍ର ତଥା ବରିଷ୍ଠ ମୁଖପାତ୍ର ରଜନୀ ମହାନ୍ତି ଏହି ମର୍ମରେ ଦାବି କରିଛନ୍ତି। ସୂଚନାଯୋଗ୍ୟ, ୨୦୨୧ ମସିହାରେ ଏକ ଜମି କିଣିବା ବାବଦରେ ନିରଞ୍ଜନ ଶତପଥୀ ନାମକ ଜଣେ ବ୍ୟକ୍ତିଙ୍କ ଦ୍ୱାରା ୨୫ ଲକ୍ଷ ଟଙ୍କାର ଠକେଇ ଶିକାର ହେବା ନେଇ ମନ୍ତ୍ରୀ ଶ୍ରୀ ପାତ୍ର ନିକଟରେ ଏତଲା ଦେବାରୁ ମନ୍ତ୍ରୀଙ୍କ ମିଥ୍ୟା ସତ୍ୟପାଠ ପ୍ରଘଟ ହୋଇଥିଲା । ସମ୍ବିଧାନର ଧାରା ୨୩୪ ଅନୁସାରେ ତଥା ୧୯୫୧ ଜନ ପ୍ରତିନିଧି ଆଇନର ଉପଧାରା ୩୩/୩୬ ଅନୁସାରେ ନିର୍ବାଚନ ଆୟୋଗ ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ବିଧାନସଭା ସଦସ୍ୟତା ରଦ୍ଦ କରିବା ଉଚିତ। ସେହିଭଳି ମିଥ୍ୟା ସତ୍ୟପାଠ କରିଥିବା ଜଣେ ବ୍ୟକ୍ତିଙ୍କୁ ମୁଖ୍ୟମନ୍ତ୍ରୀ କିଭଳି ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି ସେ ନେଇ କଂଗ୍ରେସ ଉକ୍ତ ସାମ୍ବାଦିକ ସମ୍ମିଳନୀରେ ପ୍ରଶ୍ନ ଉଠାଇଛି।
              ଗତ ନିର୍ବାଚନରେ ମନ୍ତ୍ରୀ ଶ୍ରୀ ପାତ୍ର ନିଜ ସତ୍ୟପାଠରେ ମୋଟ ୭ ଲକ୍ଷ ୩୫ ହଜାର ୯୦ ଟଙ୍କା ଥିବା ଏବଂ କିଛି ଋଣ କରି ନଥିବା ଦର୍ଶାଇଥିଲେ। ବାର୍ଷିକ ୨୦ ଲକ୍ଷ ଟଙ୍କା ଉପାର୍ଜନ କରୁଥିବା ସେ ଦର୍ଶାଇଛନ୍ତି। କିନ୍ତୁ ସତ୍ୟପାଠରେ ଜମିକିଣା ଅଗ୍ରୀମ ୨୫ ଲକ୍ଷ ଟଙ୍କାର ଉଲ୍ଲେଖ କରିନାହାନ୍ତି। ତେବେ ଏଠାରେ ସତ୍ୟପାଠକୁ ନେଇ ସାମ୍ବିଧାନିକ ବିରୋଧାଭାଷ ସ୍ପଷ୍ଟ ହୋଇଛି। ଭାରତୀୟ ଜନ ପ୍ରତିନିଧି ୧୯୫୧ ଆଇନର ଉପଧାରା ୩୬ କ୍ଲଜ -୨ ଉପଧାରା-ବି ଅନୁସାରେ ଯଦି ଜଣେ ପ୍ରାର୍ଥୀ ନିର୍ବାଚନ ସମୟରେ ତାଙ୍କର ସ୍ଥାବର, ଆସ୍ଥାବର ଏବଂ ଋଣର ତାଲିକା ସମ୍ପୂର୍ଣ ରୂପେ ଦାଖଲ ନ କରନ୍ତି ଏବଂ ଲୁଚେଇ ରଖନ୍ତି, ତାହାହେଲେ ତାଙ୍କ ବିଧାନସଭା ପଦ ଅସିଦ୍ଧ କରିବାର ନିୟମ ଅଛି। ଭାରତୀୟ ସମ୍ବିଧାନ ଧାରା ୩୨୪ ଏବଂ ମାନ୍ୟବର ସୁପ୍ରିମ କୋର୍ଟଙ୍କ ଅନୁସାରେ ମୁକ୍ତ ଏବଂ ସ୍ୱଚ୍ଛ ନିର୍ବାଚନ ପାଇଁ ନିର୍ବାଚନ ଆୟୋଗକୁ ଉକ୍ତ ଧାରା ଅନୁଯାୟୀ କ୍ଷମତା ପ୍ରଦାନ କରାଯାଉଛି। ଯେହେତୁ ମନ୍ତ୍ରୀ ଶ୍ରୀ ପାତ୍ର ନିର୍ବାଚନ ସତ୍ୟପାଠରେ ଜମିକିଣା ବାବଦ ୨୫ ଲକ୍ଷ ଟଙ୍କା ପଇଠ କରିଥିବା ଘୋଷଣା କରିନାହାନ୍ତି, ତେଣୁ ସତ୍ୟପାଠର ଖିଲାପ ହୋଇଛି। ମନ୍ତ୍ରୀ ଶ୍ରୀ ପାତ୍ର ଖୋଦ ୨୫ ଲକ୍ଷ ଅଗ୍ରୀମ ଦେଇ ଠକେଇର ଶିକାର ହୋଇଥିବା ଏତଲା ଦେଇଛନ୍ତି ଏବଂ ଏହା ଗଣମାଧ୍ୟମ ତଥା ରାଜ୍ୟର ରାଜନୀତିରେ ଚର୍ଚ୍ଚାର ବିଷୟବସ୍ତୁ ହୋଇଛି। ତେଣୁ ନିର୍ବାଚନ ଆୟୋଗ ଏହାକୁ ନିଜ ସଂଜ୍ଞାନରେ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା। ଅଥଚ ଘଟଣାକୁ ଆଠ ଦିନ ବିତିଯାଇଥିଲେ ସୁଦ୍ଧା ଏପର୍ଯ୍ୟନ୍ତ ଆୟୋଗ ସାମାନ୍ୟ ପଦକ୍ଷେପ ମଧ୍ୟ ଗ୍ରହଣ କରିନାହାନ୍ତି ।
ଏଣୁ କଂଗ୍ରେସ ଦଳ, ଘଟଣାର ବିହିତ ତଦନ୍ତ କରି ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ବିଧାୟକ ପଦ ରଦ୍ଦ କରିବାକୁ ନିର୍ବାଚନ ଆୟୋଗଙ୍କୁ ନିକଟରେ ଦାବି କରୁଛି। ପୂର୍ବରୁ ମଧ୍ୟ ବିଭିନ୍ନ ମନ୍ତ୍ରୀଙ୍କ ଦୁର୍ନୀତି, କ୍ଷମତାର ଅପବ୍ୟବହାର ଆଦି ଅନେକ ଅଭିଯୋଗ ଆସୁଛି। ଧାନ କିଣା, ଆଳୁ ଆମଦାନୀ ଆଦି ପ୍ରକରଣରେ ମନ୍ତ୍ରୀ ଶ୍ରୀ ପାତ୍ର ବିବାଦୀୟ ମନ୍ତବ୍ୟମାନ ଦେଇ ନିଜ ସରକାରଙ୍କୁ ଅଡ଼ୁଆରେ ପକାଇଆସିଛନ୍ତି। ୨୦୦୪ ମସିହାରେ ଢେଙ୍କାନାଳରେ ଆଦିବାସୀ ଜମି କିଣା ମାମଲାରେ ଶ୍ରୀ ପାତ୍ରଙ୍କ ସଂପୃକ୍ତି ଥିବା ଅଭିଯୋଗ ପୂର୍ବରୁ ଆସିଥିଲା। କିନ୍ତୁ ମୁଖ୍ୟମନ୍ତ୍ରୀ ମନ୍ତ୍ରୀମାନଙ୍କ ଉପରେ ଥିବା ଅଭିଯୋଗ ଗୁଡିକ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରୁନାହାନ୍ତି। ବର୍ତମାନ ମନ୍ତ୍ରୀ ସତ୍ୟପାଠରେ ଭୁଲ ତଥ୍ୟ ଦେଇଥିବା ଯୋଗୁଁ ନିଜେ ଇସ୍ତଫା ଦିଅନ୍ତୁ ଅବା ମୁଖ୍ୟମନ୍ତ୍ରୀ ତାଙ୍କୁ ବରଖାସ୍ତ କରନ୍ତୁ। ପୂର୍ବରୁ ଝାଡ଼ାବାନ୍ତି, ହଇଜାର ରୂପ ନେବା ପ୍ରସଙ୍ଗରେ ଓ ସୌମ୍ୟାଶ୍ରୀ ମାମଲାରେ ଯଥାକ୍ରମେ ସ୍ବାସ୍ଥ୍ୟମନ୍ତ୍ରୀ ଓ ଉଚ୍ଚ ଶିକ୍ଷାମନ୍ତ୍ରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ କରି ନଥିଲେ। ମନ୍ତ୍ରୀ ଶ୍ରୀ ପାତ୍ରଙ୍କ ମିଥ୍ୟା ସତ୍ୟପାଠ ଦାଖଲ ପ୍ରସଙ୍ଗ ଅତ୍ୟନ୍ତ ସ୍ପର୍ଶକାତର, ଏହି ମନ୍ତ୍ରୀ ସବୁବେଳେ ବିବାଦୀୟ ମନ୍ତ୍ରୀ ରୂପେ ପରିଚିତ। ଏହି ପ୍ରକରଣରେ ସାମ୍ବିଧାନିକ ବିଧିବ୍ୟବସ୍ଥାର ଦୁରୁପଯୋଗ ହୋଇଛି। କିନ୍ତୁ ତାଙ୍କ ବିରୋଧରେ କୌଣସି କାର୍ଯାନୁଷ୍ଠାନ ସରକାର ନ କରିବା ରାଜବାସୀଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଣୁ ଅଯୋଗ୍ୟ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ତୁରନ୍ତ ବରଖାସ୍ତ କରି ସାମ୍ବିଧାନିକ ବିଧିବ୍ୟବସ୍ଥା ରକ୍ଷା କରନ୍ତୁ ବୋଲି କଂଗ୍ରେସ ଦାବି କରିଛି ।


News Comment




Photo in News

Advertisment
Lastest News
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026
  ଜିଲ୍ଲା  
୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   17-Sep-2026
  ଜିଲ୍ଲା  
ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ   16-Sep-2026
  ଜିଲ୍ଲା  
ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ   16-Sep-2026
  ଜିଲ୍ଲା  
ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   16-Sep-2026
  ଜିଲ୍ଲା  
ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ   16-Sep-2026
  ରାଜ୍ୟ  
ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   16-Sep-2026
  ଜିଲ୍ଲା  
ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   16-Sep-2026
  ଜିଲ୍ଲା  
*ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   16-Sep-2026
  ରାଜ୍ୟ  
ଶରତ ଇଲେଭେନ୍ କୁ ହରାଇ ଜାରିଂ ଚାମ୍ପିଅନ   16-Sep-2026
  ଜିଲ୍ଲା  
ନୁଆଁଖାଇ ଉପଲକ୍ଷେ ମାଁ ମାହେଶ୍ବରୀ ସେନା ପକ୍ଷରୁ ଖାଦ୍ୟବଣ୍ଟନ   16-Sep-2026
  ଜିଲ୍ଲା  
ଆଦିବାସୀ ଭାଇ ମାନଙ୍କ ପାରମ୍ପରିକ ଗରଣ୍ଡି ଯାତ୍ରା   16-Sep-2026

You Might Also Like