-+91-9937148622 |
prerana_bgr@rediffmail.com |
Tuesday 28th April 2026 |
R.N.I. Regd No. ODIODI/2010/46693
Breaking News
02-Aug-2025
ବିନିକା(ହିମାଂଶୁ ଶେଖର ପୁଟେଲ) ବିନିକା ବ୍ଲକ ସେଲେଡି ଗ୍ରାମରେ ରୁମକୁଝୁମାନା ପକ୍ଷରୁ ସମ୍ବଲପୁରୀ ଦିନ ଅନୁଷ୍ଠିତ ହୋଇଯାଇଛି। ବିଶିଷ୍ଟ କଳାକାର ଶାଶ୍ୱତ କୁମାର ତ୍ରିପାଠୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଫୁଲମୁଠୀ ଗ୍ରାମର ଦଣ୍ଡକଳାକାର ବୀରେନ୍ଦ୍ର ପଟ୍ଟନାୟକଙ୍କୁ ଆଜୀବନ ଦଣ୍ଡ ସାଧନା ପାଇଁ ସମ୍ମାନୀତ କରାଯାଇଅଛି।ଏହି ଅବସରରେ ସଭାପତି ମଧୁମିତା ପରମଗୁରୁ, ଉପସଭାପତି ସନ୍ତୋଷ ସାଳିମା, କାର୍ଯକାରୀ ସଭାପତି କମଳ ସେଠି,ସିମାଞ୍ଜଳି ପ୍ରଧାନ, ତରଙ୍ଗିନୀ ସଙ୍ଖୁଆ, ଅଙ୍କିତା ପୁଜାହାରୀ,ଅନିତା ବାରିକ,କିଣୁ ଜଗଦଲା ଉପସ୍ଥିତ ରହି ଗୁରୁ ସତ୍ୟନାରାୟଣ ବହିଦାରଙ୍କୁ ପୁଷ୍ପ ମାଲ୍ୟ ଅର୍ପଣ କରି ତାଙ୍କର ସ୍ମୃତି ଚାରଣ କରିଥିଲେ।ପରେ ଅନୁଷ୍ଠାନର ଶିଶୁ କଳାକାର ମାନଙ୍କ ତରଫରୁ ସମ୍ବଲପୁରୀ ଗୀତ ଓ ନୃତ୍ୟ ପରିବେଷଣ ହୋଇଥିଲା ।