-+91-9937148622 |

prerana_bgr@rediffmail.com |

  Friday 18th September 2026 |

| | | |

R.N.I. Regd No. ODIODI/2010/46693

Breaking News

ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   (17-Sep-2026)       ||      ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   (17-Sep-2026)       ||      ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   (17-Sep-2026)       ||      ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   (17-Sep-2026)       ||      ନବଜାତ ଶିଶୁ କନ୍ୟା ଉଦ୍ଧାର   (17-Sep-2026)       ||      ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   (17-Sep-2026)       ||      ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ    (17-Sep-2026)       ||      ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   (17-Sep-2026)       ||      ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   (17-Sep-2026)       ||      ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   (17-Sep-2026)       ||      ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   (17-Sep-2026)       ||      କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   (17-Sep-2026)       ||      ୨୭ତମ ରାଜ୍ୟସ୍ତରୀୟ ତୀରନ୍ଦାଜ ପ୍ରତିଯୋଗିତା   (17-Sep-2026)       ||      ବାପୁଜୀ ନଗର ମହିଳା କ୍ଲବ ସଂପୂର୍ଣାର ବାର୍ଷିକ ଉତ୍ସବ ଏବଂ ସମ୍ବର୍ଦ୍ଧନା ଉତ୍ସବ    (16-Sep-2026)       ||      ତରାପୁରରେ ଧୁମ ଧାମ ରେ ନୂଆଖାଇ ପାଳିତ    (16-Sep-2026)       ||      ହରଭଙ୍ଗାରେ ନୂଆଁଖାଇ ଭେଟଘାଟ ନାଚଗୀତ ପ୍ରତିଯୋଗିତାରେ ମନମୁଗ୍ଧ କଲେ କଳାକାର, ମଞ୍ଚସ୍ଥ ହେଲା ‘ଗାଁ ବୁଡ଼ି’ ଡ୍ରାମା   (16-Sep-2026)       ||      ରାଜ୍ୟପାଳ ତଥା ରାଷ୍ଟ୍ରପତି ପୁରସ୍କରପ୍ରାପ୍ତ ପ୍ରଧାଶିକ୍ଷକ ଅଭିନ କିଶୋର ରଥଙ୍କ ପରଲୋକ - ଅଞ୍ଚଳରେ ଶୋକାକୁଳ ପରିବେଶ    (16-Sep-2026)       ||      ସମ୍ବଲପୁରରେ ୯୬୦ କୋଟିର ୫୦ଟି ବିକାଶମୂଳକ ପ୍ରକଳ୍ପର ଉଦ୍‌ଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ♦️ ୧୩୩.୪୭ କୋଟିର ଲୋକାର୍ପଣ, ୮୨୫.୮୩ କୋଟିର ଶିଳାନ୍ୟାସ   (16-Sep-2026)       ||      ସୁଭଦ୍ରା’ ଯୋଜନାର ସଫଳରେ ଘରେ ଘରେ ଦୀପ ଜାଳିବାକୁ ଉପମୁଖ୍ୟମନ୍ତ୍ରୀ ଆହ୍ୱାନ   (16-Sep-2026)       ||      *ମେଦନ ଗ୍ରାମରେ ବାବା ଭଙ୍ଗାରମ ପରିବାର ତରଫରୁ ନୁଆଁଖାଇ ପର୍ବ ପାଳିତ*   (16-Sep-2026)       ||     

HOME   ରାଜ୍ୟ

ତିରିଶ ହଜାର ନୁହଁ ଏକ ଲକ୍ଷ ଲୋକ ବନ୍ୟା ପ୍ରଭାବିତ

02-Aug-2025



ଭୁବନେଶ୍ୱର(ପ୍ରେରଣା ଖବର): ଯାଜପୁର, କେନ୍ଦ୍ରାପଡା, ମୟୁରଭଞ୍ଜ ଇତ୍ୟାଦି ରାଜ୍ୟର ପଞ୍ଚଗୋଟି ଜିଲ୍ଲାର ଅନେକ ଗୁଡିଏ ବ୍ଲକ ପ୍ରଭାବିତ ହୋଇଛି କିନ୍ତୁ ସରକାର ଗମ୍ଭୀର ଥିଲା ଭଳିଆ ଜଣା ପଡ଼ୁନାହାନ୍ତି । ପ୍ରକୃତରେ ୧ ଲକ୍ଷରୁ ଉର୍ଦ୍ଧ୍ବ ଲୋକ ବନ୍ୟା ପ୍ରଭାବିତ ହୋଇଥିବାବେଳେ ସରକାର ମାତ୍ର ୩୦ ହଜାର ଲୋକଙ୍କ କ୍ଷତିଗ୍ରସ୍ତ ହୋଇଛି ବୋଲି ଆକଳନ କରିଛନ୍ତି

            ■■■■

    ଆଜି କଂଗ୍ରେସ ଭବନଠାରେ ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତିକୁ ନେଇ ମିଡ଼ିଆ ସେଲ ଅଧ୍ୟକ୍ଷ ଶ୍ରୀ ଅରବିନ୍ଦ ଦାସଙ୍କ ସଂଯୋଜନାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ, ବିଧାନସଭା କଂଗ୍ରେସ ଦଳ ବିଧାୟକ ନେତା ଶ୍ରୀ ରାମଚନ୍ଦ୍ର କାଡାମଙ୍କ ସମେତ ବରିଷ୍ଠ କଂଗ୍ରେସ ନେତା ଶ୍ରୀ ସୁଧାଂଶୁ ଶେଖର ଦେଓ, ମୁଖପାତ୍ର ନଳିନୀକାନ୍ତ ନାୟକ ଓ ମୁଖପାତ୍ର ସଂଗ୍ରାମ ମାଝୀଙ୍କ ଉପସ୍ଥିତ ଥିଲେ ।
ଗଣମାଧ୍ୟମକୁ ସମ୍ବୋଧିତ କରି ମିଡ଼ିଆ ସେଲ ପିସିସି ସଭାପତି ଶ୍ରୀ ଦାସ କହିଥିଲେ ଯେ ବାୟୁସେନାର ହେଲିକେପ୍ଟରରେ ବସି ମୁଖ୍ୟମନ୍ତ୍ରୀ ବନ୍ୟାନଞ୍ଚଳ ପରିଦର୍ଶନ କରି ଆସିଲେ କିନ୍ତୁ କେତେ ଜନଜୀବନ, ପଶୁଧନ ଏବଂ ଚାଷଜମି କ୍ଷୟ କ୍ଷତି ଘଟିଛି ତା'ର ଆକଳନ ଏପର୍ଯ୍ୟନ୍ତ ପ୍ରକାଶ କରିପାରି ନାହାନ୍ତି । ପାଞ୍ଚ ଛଅ ଗୋଟି ଜିଲ୍ଲା ବନ୍ୟା ପ୍ରଭାବିତ ହୋଇଥିବାବେଳେ ସେଥିମଧ୍ୟରୁ କେନ୍ଦ୍ରାପଡ଼ା ଓ ମୟୁରଭଞ୍ଜର ନାମ ବାଦ ଦିଆଯାଇଛି । ପ୍ରକୃତ ପକ୍ଷେ ୧ ଲକ୍ଷରୁ ଉର୍ଧ୍ଵ ଲୋକ ପ୍ରଭାବିତ ହୋଇଥିବା ବେଳେ ସରକାର ମୋଟେ ୩୦ ହଜାର ଲୋକମାତ୍ର ବୋଲି କହୁଛି । ସଭାପତି ଶ୍ରୀ ଦାସଙ୍କ ନିର୍ଦେଶରେ ବିଧାୟକ ଦଳ ନେତା ଶ୍ରୀ କାଡ଼ାମ ଏବଂ ବରିଷ୍ଠ ନେତା ଶ୍ରୀ ଦେଓ କେନ୍ଦ୍ରାପଡ଼ା ବନ୍ୟା ଅଞ୍ଚଳ ପ୍ରତକ୍ଷ ପରିଦର୍ଶନ କରି ସମସ୍ତ ତଥ୍ୟ ସଂଗ୍ରହ କରିଛନ୍ତି ।
ବନ୍ୟା ଅଞ୍ଚଳ ପରିଦର୍ଶନରୁ ଫେରିଥିବା ବିଧାୟକ ଦଳ ନେତା ଶ୍ରୀ କାଡ଼ାମ କହିଲେ ଯେ, ଆମେ କେନ୍ଦ୍ରାପଡ଼ା ଜିଲ୍ଲାର. ଗସ୍ତରେ ଯାଇଥିଲୁ । ରାଜନଗର ବ୍ଲକର ୧୭ ଗୋଟି ଏବଂ ପଟ୍ଟାମୁଣ୍ଡାଇ ବ୍ଲକର ୧୭ ଗୋଟି ପଞ୍ଚାୟତ ବନ୍ୟା ପ୍ରଭାବିତ ହୋଇଛି, ଦୀର୍ଘ ୨୦ ଦିନ ହେଲା ଗାଁ ଗୁଡିକ ଜଳମଗ୍ନ ଅଛି, ଖାଦ୍ୟ ପହଞ୍ଚି ପାରିନି, କଲେକ୍ଟର କିମ୍ବା ମେଡିକାଲ ଟିମ ମଧ୍ୟ ପରିଦର୍ଶନ କରି ନାହାନ୍ତି, ଏପରିକି ବନ୍ୟା ପ୍ଲାବିତ ଅଞ୍ଚଳରେ ଗୋଖାଦ୍ୟ ମଧ୍ୟ ବଣ୍ଟନ ହୋଇନି । ଶ୍ରୀ କାଡ଼ାମ ସମାଲୋଚନା କରି କହିଲେ ଯେ ଯେଉଁ ଦଳ ଗୋମାତା ବୋଲି ଦଙ୍ଗା ହାଙ୍ଗାମା କରିବାକୁ ପଛାଏ ନାହିଁ ସେଇ ଦଳର ସରକାର ଗୋଧନଙ୍କ ସୁରକ୍ଷାରେ କେତେ ତତ୍ପର ଆପଣଙ୍କ ଆଖି ଆଗରେ । ମୟୁରଭଞ୍ଜ ଏବଂ କେନ୍ଦ୍ରାପଡ଼ା ମଧ୍ୟ ବନ୍ୟା ପ୍ରଭାବିତ ଜିଲ୍ଲା ବୋଲି ଘୋଷଣା କରିବା କଥା କିନ୍ତୁ ଏହି ଦୁଇ ଜିଲ୍ଲାକୁ ସରକାର ବାଦ ଦେଇଛନ୍ତି । ପିଇବା ପାଣି ପାଇଁ ଲୋକେ ପ୍ରତ୍ୟେକ ଦିନ ୧୦୦ ରୁ ୨୦୦ ଟଙ୍କା ଖର୍ଚ୍ଚ କରୁଛନ୍ତି ଏପରିକି ଗୋଳିଆ ପାଣି ମଧ୍ୟ ବ୍ୟବହାର କରିବାକୁ ବାଧ୍ୟ ହେଉଛନ୍ତି । ସରକାରଙ୍କ ତରଫରୁ ଶୁଖିଲା ଖାଦ୍ୟ ବଣ୍ଟନ ହେଉନି । ବର୍ତ୍ତମାନ ଜଳଘେରି ପାଇଁ ଡାଇରିଆ ବ୍ୟାପିବା ଆଶଙ୍କା ଦେଖାଦେଲାଣି ବୋଲି ନିଜ ବିବୃତିରେ ବିରୋଧୀ ଦଳ ନେତା ଶ୍ରୀ କାଡ଼ାମ ପ୍ରକାଶ କରିଛନ୍ତି ।
ସମାଜସେବୀ ସୁଧାଂଶୁ ଶେଖର ଦେଓ ଗଣମାଧ୍ୟମ ଆଗରେ ନିଜ ବକ୍ତବ୍ୟରେ କହିଲେ ଯେ, ଆମେ ଯାଜପୁର ଜିଲ୍ଲା ଅନୁଧ୍ୟାନରେ ଯାଇଥିଲୁ । ବରୀ ବ୍ଲକ ସବୁଠୁ ବେଶୀ କ୍ଷତିଗ୍ରସ୍ତ ହୋଇଛି । ବଡ଼ଚଣାର ଅନେକ ଅଞ୍ଚଳ ୨୦ ଦିନ ହେଲା ଜଳମଗ୍ନ । ଦଶରଥପୁର ଏବଂ ବିଂଝାରପୁରର ମଧ୍ୟ ଅନୁରୂପ ଅବସ୍ଥା । ଯାଜପୁରରେ ବୈତରଣୀ ନଦୀରେ ଦୀର୍ଘ ୧ କିମି ଆଡିବନ୍ଧ କରାଯାଇ ନଦୀକୁ ସଂକୀର୍ଣ୍ଣ କରି ଦିଆଯାଇଛି । ଦଶରଥପୁରରେ ଅତି ନିମ୍ନ ମାନର ବନ୍ଧ ତିଆରି କରି ବିଜେଡିର ବଡ଼ ବଡ଼ ନେତାଙ୍କ ଲୁଟ ପାଇଁ ଆଜି ବୈତରଣୀ ସମଗ୍ର ଅଞ୍ଚଳରେ ଧ୍ବଂସର ତାଣ୍ଡବ ରଚୁଛି ବୋଲି ସମାଜସେବୀ  ଶ୍ରୀ ଦେଓ ଉଲ୍ଲେଖ କରିଛନ୍ତି ।
ପିସିସି ସଭାପତି ଭକ୍ତ ଚରଣ ଦାସ କହିଲେ ଯେ, ପଶ୍ଚିମ ଓଡ଼ିଶାରେ ମରୁଡି ଯେମିତି ଏକ ବୃହତ ସମସ୍ୟା ଠିକ ସେମିତି ଉପକୂଳ ଅଞ୍ଚଳରେ ବନ୍ୟା ଏକ ବୃହତ ସମସ୍ୟା । ଏତେ ଦୀର୍ଘ ବର୍ଷ ଏମାନେ ଶାସନ କରିବା ସତ୍ୱେ ଏହି ପ୍ରାକୃତିକ ବିପର୍ଯୟର ସଠିକ ମୁକାବିଲା ଆଜି ପର୍ଯ୍ୟନ୍ତ କରାଯାଇ ପାରିନାହିଁ । ଖଣି, ଖାଦାନ, ଜଙ୍ଗଲ ମୋଟାମୋଟି ନଦୀ ଏବଂ ପ୍ରକୃତିର ଅପବ୍ୟବହାର ଓ ଖେଳ ଯୋଗୁଁ ପ୍ରାକୃତିକ ବିପର୍ଯୟ ଘଟୁଛି । ବିପର୍ଯୟ ପ୍ରଶମନ ପାଇଁ ସରକାରଙ୍କ ନା ଦୁରଦୃଷ୍ଟି ଅଛି ନା ଅଛି ରାଜନୈତିକ ଇଚ୍ଛା । ମୁଖ୍ୟମନ୍ତ୍ରୀ ଏବଂ ମନ୍ତ୍ରୀ ବନ୍ୟା ଅଞ୍ଚଳ ପରିଦର୍ଶନ କରିଥିଲେ କେବଳ ୮ ଗୋଟି ବ୍ଲକର ୩୦ ହଜାର ଲୋକ ପ୍ରଭାବିତ ହୋଇଛନ୍ତି ଏବଂ ୧୦ ହଜାର ଲୋକଙ୍କୁ ରିଲିଫ ଦିଆଯାଇଛି ବୋଲି କହିଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ତିନି ଦିନ ହେଲା ପରିଦର୍ଶନରୁ ଫେରିଲେଣି ସମସ୍ତ ଶାସନ, ପ୍ରଶାସନ ଏବଂ ବିଭାଗକୁ ନେଇ କଣ ସବୁ ବନ୍ୟା ରିଭୟୁ କଲେ ବୋଲି ସରକାରଙ୍କୁ ସଭାପତି ଶ୍ରୀ ଦାସ ଜବାବ ମାଗିଛନ୍ତି ।
କେତେ ଧନ ଜୀବନ ଓ ପଶୁସମ୍ପଦ ନଷ୍ଟ ହୋଇଛି, କେତେ ଚାଷଜମି ପ୍ରଭାବିତ ହୋଇଛି, ବିପର୍ଯୟ ପ୍ରଶମନ ଫଣ୍ଡରେ କେତେ ଟଙ୍କା ଅଛି ଏବଂ ସରକାର କେତେ ଟଙ୍କା ଏପର୍ଯ୍ୟନ୍ତ ଖର୍ଚ୍ଚ କଲେଣି କୌଣସି ତଥ୍ୟ ରଖି ନାହାନ୍ତି । ତେବେ ଏହା ମୁଖ୍ୟମନ୍ତ୍ରୀଙ୍କ ବନ୍ୟା ଅନୁଧ୍ୟାନ ନା ପର୍ଯ୍ୟଟନ ବୋଲି ସଭାପତି ଶ୍ରୀ ଦାସ କଟାକ୍ଷ କରିଛନ୍ତି । 
ପୁଣି ସଭାପତି ଶ୍ରୀ ଦାସ କହିଲେ ଯେ, ବନ୍ୟା ଅଞ୍ଚଳକୁ କଂଗ୍ରେସ ପକ୍ଷରୁ ପ୍ରତିନିଧି ପଠା ଯାଇଥିଲା । ସେମାନେ ଅନୁଧ୍ୟାନ କରି ଫେରିଛନ୍ତି । ଆବଶ୍ୟକ ହେଲେ ମୁଁ ନିଜେ ଯିବି । ମୁଖ୍ୟମନ୍ତ୍ରୀ ରାଜ୍ୟର ଅଭିଭାବକ ସ୍ଥାନରେ ଅଛନ୍ତି କିନ୍ତୁ ସିଏ ମୋଟେ ଗମ୍ଭୀରଥିଲା ଭଳିଆ ବିଲକୁଲ ପ୍ରତୀତ ହେଉନାହାନ୍ତି । ନାରୀ ନିର୍ଯାତନା ପ୍ରତି ଗମ୍ଭୀର ନା କୌଣସି ବିପର୍ଯୟ ପ୍ରତି ଗମ୍ଭୀର  ସରକାର ପ୍ରଶାସକଙ୍କ ଠାରୁ କାମ ଆଦାୟ କରିପାରୁ ନାହାନ୍ତି । ଆଇନ ଯାହା ଅଛି ତାହା ଯଥେଷ୍ଟ ଯଦି ଜନତାଙ୍କ ପ୍ରତନିଧି ଶାସନଭାର ନିଅନ୍ତି ତେବେ ୨୪ ଘଣ୍ଟାରେ ସମସ୍ୟା ଗୁଡିକର ସମାଧାନ ହୋଇଯିବ । କିନ୍ତୁ ପ୍ରଶାସକ ଠାରୁ ନେତା ପର୍ଯ୍ୟନ୍ତ ସମସ୍ତେ ଅର୍ଥ ରୋଜଗାରରେ ବ୍ୟସ୍ତ । ସଭାପତି ଶ୍ରୀ ଦାସ କହିଛନ୍ତି ଯେ, ଆମ ପ୍ରେସ ବାର୍ତ୍ତାର ଉଦ୍ଦେଶ୍ୟ ହେଲା ୧ ଲକ୍ଷ ଲୋକଙ୍କୁ କ୍ଷତି ପୂରଣ, ୧ ମାସ ପାଇଁ ରିଲିଫ ବ୍ୟବସ୍ଥା, ଏମଏଫଟି ନିୟମ ଅନୁଯାଇ ଫସଲ ବୀମା ଆକଳନ କରି ୧ ମାସ ମଧ୍ୟରେ ଚାଷୀଙ୍କୁ ଟଙ୍କା ଦିଆଯାଉ । ଅତିଶୀଘ୍ର ମେଡିକାଲ ଟିମ ପଠାଯାଉ ଏବଂ କ୍ଷତିଗ୍ରସ୍ତ ହୋଇଥିବା ସମସ୍ତ କ୍ଷୟକ୍ଷତି ଆକଳନ ପୂର୍ଣ୍ଣାଙ୍ଗ ରୂପେ ଆକଳନ କରାଯାଉ, ପ୍ରାକୃତିକ ବିପର୍ଯୟର ମୁକାବିଲା ପାଇଁ ସ୍ଥାୟୀ ବ୍ୟବସ୍ଥା କରାଯାଉ । 
ଏଭଳି ପ୍ରାକୃତିକ ବିପର୍ଯୟ ପାଇଁ ପୂର୍ବ ପ୍ରସ୍ତୁତି ଦରକାର କିନ୍ତୁ ସରକାର ସମ୍ପୂର୍ଣ ଉଦାସୀନ । ଆଜିର ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ମୁଖପାତ୍ର ନଳିନୀକାନ୍ତ ନାୟକ,ସଂଗ୍ରାମ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ।


News Comment




Photo in News

Advertisment
Lastest News
  ଜିଲ୍ଲା  
ସମ୍ବଲପୁର ବରିଷ୍ଠ ନାଗରିକ ସମାଜ ପକ୍ଷରୁ ଵୟୋବନ୍ଦନା କାର୍ଯ୍ୟକ୍ରମ ll 94 ବର୍ଷୀୟ ଧର୍ମପରାୟଣ ବ୍ୟକ୍ତିତ୍ୱ ଶ୍ରୀବତ୍ସ ପାଣିଗ୍ରାହୀ ସମ୍ବର୍ଦ୍ଧିତ ll   17-Sep-2026
  ଜିଲ୍ଲା  
ବିଏମସି ୫୬ ନମ୍ବର ୱାର୍ଡରେ ଓଜେସିର ସାଂଗଠନିକ ବୈଠକ ସଂଗଠନ ସୁଦୃଢ଼ କରିବା ସହ ଜନସମସ୍ୟାକୁ ଗୁରୁତ୍ୱ ଦେଲେ ଓଜେସି ସଭାପତି ମହମ୍ମଦ ମୋକିମ୍   17-Sep-2026
  ଜିଲ୍ଲା  
ଅର୍ଜୁନ କୁମାର ସାହୁଙ୍କ କୋସଲି କଥାନୀ ସଂକଳନ "ଆଏଜ ବି ଟାକିଛେଁ" ଉନ୍ମୋଚିତ   17-Sep-2026
  ଜିଲ୍ଲା  
ଭଅଁରାରେ ଆନନ୍ଦ ଉଲ୍ଲାସର ସହ ଗଣେଶ ପୂଜା ଅନୁଷ୍ଠିତ ।।   17-Sep-2026
  ଜିଲ୍ଲା  
ନବଜାତ ଶିଶୁ କନ୍ୟା ଉଦ୍ଧାର   17-Sep-2026
  ଜିଲ୍ଲା  
ସରଗାଡ଼ ଠାରେ ମର୍ଣ୍ଣିଙ୍ଗ ଷ୍ଟାର ତରଫରୁ ‘୫ମ ନୂଆଁଖାଇ ଭେଟ୍‌ଘାଟ୍‌-୨୦୨୬’ ଅନୁଷ୍ଠିତ: ମୁଖ୍ୟ ଅତିଥି ଭାବେ ଯୋଗଦେଲେ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ   17-Sep-2026
  ଜିଲ୍ଲା  
ବଲାଙ୍ଗୀର ଓକିଲ ମାନଙ୍କ ନୂଆଁଖାଇ ଭେଟଘାଟ ସେପ୍ଟେମ୍ବର ୨୦ରେ   17-Sep-2026
  ଜିଲ୍ଲା  
ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନରେ ହସ୍ପିଟାଲରେ ଫଳ ବଣ୍ଟନ :ମୋଦୀଙ୍କ ଦୀର୍ଘାୟୁ କାମନା କଲେ ବିଧାୟକ ଲକ୍ଷ୍ମଣ ବାଗ   17-Sep-2026
  ଜିଲ୍ଲା  
ଡାବୁଗାଁ ଠାରେ ଏକ ପେଡ୍ ମାକେ ନାମ କାର୍ଯ୍ୟକ୍ରମ ଅନୁଷ୍ଠିତ   17-Sep-2026
  ଜିଲ୍ଲା  
ଯାତ୍ରୀବାହୀ ବେଲୁନ ବସ୍‌ରୁ ଗଞ୍ଜେଇ ଜବତ : ମୋବାଇଲ, ନଗଦ ଟଙ୍କା ସହ ୩ ଜଣ ବସ କର୍ମଚାରୀ ଗିରଫ   17-Sep-2026
  ଜିଲ୍ଲା  
ଅବକାରୀ ବିଭାଗ ର ନିଷ୍କ୍ରିୟତା କୁ ନେଇ ଅସନ୍ତୋଷ ବୃଦ୍ଧି ପାଉଛି   17-Sep-2026
  ରାଜ୍ୟ  
କୁସଙ୍ଗ ଜଗନ୍ନାଥ ମନ୍ଦିରରେ ନୂଆଖାଇ ଭେଟଘାଟ ପାଳିତ   17-Sep-2026

You Might Also Like