-+91-9937148622 |
prerana_bgr@rediffmail.com |
Wednesday 10th June 2026 |
R.N.I. Regd No. ODIODI/2010/46693
Breaking News
25-Jan-2021
Lରେଙ୍ଗାଲି(ପ୍ରେରଣା ଖବର): ଚାଷୀ ଫେରି ପାଇଲେ ଚୋରି ଟଙ୍କା। ଚୋରୀ ହୋଇଥିବା ଟଙ୍କା ଫେରାଇବା ସହ ଅଭିଯୁକ୍ତ ଗିରଫ କରିଛି ରେଙ୍ଗାଲି ପୋଲିସ। ସୂଚନା ଅନୁସାରେ ଗତ ୧୫ ତାରିଖରେ ରେଙ୍ଗାଲି କୋଅପରେଟିଭ୍ ବ୍ଯାଙ୍କ ନିଜ ଧାନ ବିକ୍ରି ପଇସା ବାହାର କରି ଗାଡି ଡିକିରେ ରଖିଥିଲେ ପାହାରପାଲି ଗାଁର ଚାଷୀ ପ୍ରମୋଦ ପଟେଲ | ତେବେ ଡିକି ଭାଙ୍ଗି ଅଭିଯୁକ୍ତ ଜଣକ ପ୍ରମୋଦଙ୍କର ଧାନ ବିକିଥିବା ୨ଲକ୍ଷ ଟଙ୍କା ଧରି ଫେରାର୍ ମାରିଥିଲା | ଏଥିରେ ରେଙ୍ଗାଲି ଥାନା ଅଧିକାରୀ ଧବଲେଶ୍ବର ସାହୁଙ୍କ ନେତୃତ୍ବରେ ଏକ ଟିମ୍ ଜିଲ୍ଲା ତଥା ଜିଲ୍ଲା ବାହାରେ ଚଢାଉ କରି ଅଭିଯୁକ୍ତକୁ ଗିରଫ କରିବା ସହ ୨ଲକ୍ଷ ଟଙ୍କା ଫେରସ୍ତ କଲେ ଥାନା ଅଧିକାରୀ | ଏହା ଦ୍ବାରା ଚାଷୀ ମୁହଁରେ ହସ ଫୁଟିବା ସହ ପୋଲିସକୁ ଧନ୍ଯବାଦ ଦେଇଛନ୍ତି।